Categories: ଜାତୀୟ

ଭାରତରେ ଚାଇନା ବାଣ: ସତର୍କ ସୂଚନା ଜାରି

ନୂଆଦିଲ୍ଲୀ,୩୦।୯: ଆଗକୁ ଆଲୋକର ପର୍ବ ଦୀପାବଳି ଆସୁଥିବାରୁ ଘାତକ ଚାଇନା ବାଣ ଭାରତ ପ୍ରବେଶ କରିଛି। ଏନେଇ ଡିଆରଆଇ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଭାରତୀୟଙ୍କୁ କ୍ଷତି ପହଞ୍ଚାଇବା ଏବଂ ପରିବେଶ ପ୍ରଦୂଷଣ କରିବା ନିମନ୍ତେ ପାକିସ୍ତାନର ବନ୍ଧୁ ଚାଇନା ଏଭଳି ନୂଆ ଉପାୟ ଅବଲମ୍ବନ କରିଥିବା କୁହାଯାଉଛି। ଚାଇନା ବାଣରେ ରେଡ ଲିଡ, କପର ଅକ୍ସାଇଡ ଓ ଲିଥିୟମ ଭଳି ବିଷାକ୍ତ ରାସାୟନିକ ପଦାର୍ଥ ରହିଛି। ଯାହା ଶରୀର ପାଇଁ ମଧ୍ୟ ବେଶ୍‌ କ୍ଷତିକାରକ। ଡିଆରଆଇ ପକ୍ଷରୁ ଚାଇନାର ଏହି ଷଡଯନ୍ତ୍ର ସମ୍ପର୍କରେ ଗୁଇନ୍ଦା ସଂସ୍ଥା ଓ ତଦନ୍ତକାରୀ ସଂସ୍ଥାକୁ ଅବଗତ କରାଯାଇଛି।

Share