ଭାରତକୁ ମିଳିବ କରୋନା ଭ୍ୟାକସିନ୍‌!

ନୂଆଦିଲ୍ଲୀ,୨୩।୪: କରୋନା ଭାଇରସ ଏବେ ବିଶ୍ୱର ପ୍ରାୟ ୨୧୦ ଦେଶକୁ ବ୍ୟାପିଥିବା ବେଳେ ଏବେ ଏହା ଆମେରିକାରେ ସର୍ବାଧିକ ଲୋକଙ୍କ ଜୀବନ ନେଲାଣି। ଏହି ଭାଇରସର ଭ୍ୟାକସିନ୍‌ ଖୋଜିବା କାମରେ ଏବେ ପ୍ରାୟ ସମସ୍ତ ବିକାଶଶୀଳ ଦେଶ ବ୍ୟସ୍ତ ଥିବା ବେଳେ ଭାରତ ମଧ୍ୟ ଏ ଦିଗରେ ପଛରେ ନ ଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଚଳିତ ବର୍ଷ ଶେଷ ସୁଦ୍ଧା ଭାରତକୁ କରୋନା ଭ୍ୟାକସିନ ମିଳିଯାଇପାରେ ବୋଲି ଅନୁମାନ କରାଯାଉଛି। ବ୍ରିଟେନର ଅକ୍ସଫୋର୍ଡ ୟୁନିଭର୍ସିଟିରେ ଏହାର ପ୍ରୟୋଗ ଆରମ୍ଭ ହୋଇଥିବା ବେଳେ ଏ କ୍ଷେତ୍ରରେ ଭାରତକୁ ମଧ୍ୟ ସଫଳତା ମିଳିପାରେ ବୋଲି କୁହାଯାଉଛି। ବିଶ୍ୱପ୍ରସିଦ୍ଧ ଭ୍ୟାକ୍ସିନୋଲଜିଷ୍ଟ ତଥା ପ୍ରଫେସର ଏଡ୍ରିୟନ ହିଲ ଦାବି କରିଛନ୍ତି ଆସନ୍ତା ସେପ୍ଟେମ୍ବର ସୁଦ୍ଧା କରୋନା ଭାଇରସର ଭ୍ୟାକ୍ସିନ୍‌ ଆସିଯାଇପାରେ। ଯଦି ଏହି ଟ୍ରାଏଲ୍‌ ଠିକ୍‌ ରହିଲା ତେବେ ସେପ୍ଟେମ୍ବର ସୁଦ୍ଧା ଏହି ଭ୍ୟାକ୍ସିନର ଯୋଗାଣ ମଧ୍ୟ ଆରମ୍ଭ ହୋଇଯିବ। ଏହି କ୍ରମରେ ଭାରତକୁ ମଧ୍ୟ ଏହା ଚଳିତ ବର୍ଷ ଶେଷ ସୁଦ୍ଧା ଆସିପାରେ। ବ୍ରିଟେନର ପ୍ରଫେସର ହିଲଙ୍କ କହିବା କଥା ହେଲା ଏବେ ଏହାକୁ ନେଇ ଯେଉଁ ପ୍ରୋଜେକ୍ଟ ଉପରେ କାମ ହେଉଛି ସେଥିରେ ଭାରତୀୟ ପ୍ରଫେସର ମଧ୍ୟ ସାମିଲ ଅଛନ୍ତି। ହେଲଙ୍କ ମତରେ ଏବେ କରୋନା ମୁକାବିଲା ପାଇଁ ଯେଉଁ ଭ୍ୟାକ୍ସିନ ତିଆରି କରାଯାଉଛି ଏହା ସଫଳ ହେବାର ଆଶା ବହୁ ଅଧିକ। ଯଦି ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥିବ ତେବେ ଏହା ଶୀଘ୍ର କାମ କରିବ ବୋଲି ସେ ମତ ରଖିଛନ୍ତି।

Share