ଭାରତକୁ ବିଶ୍ୱ ଲିଡର କରିବ ସଂସ୍କାରଧାରା

ଅର୍ଥନୀତିରେ ପରିବର୍ତ୍ତନ ଧାରା ଆଣିବା ଲାଗି ବିଭିନ୍ନ ଗଠନମୂଳକ ପଦକ୍ଷେପ ନେବା ଉପରେ ଦେଶର ଶିଳ୍ପ ଜଗତ ଗୁରୁତ୍ୱାରୋପ କରିଛି। ଦେଶର ପ୍ରମୁଖ ଶିଳ୍ପ ନେତାମାନେ କେନ୍ଦ୍ରରେ ଏନ୍‌ଡିଏ ସରକାର ଶାସନ କ୍ଷମତାକୁ ଫେରିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି। ସଂସ୍କାର ଧାରା ଭାରତକୁ ବିଶ୍ୱ ଲିଡର କରି ଗଢି ତୋଳିବ ବୋଲି ଏହି ଲିଡରମାନେ ନିଜର ପ୍ରତିକ୍ରିୟାରେ କହିଛନ୍ତି। ଶିଳ୍ପ କ୍ୟାପଟେନ ଏ ନେଇ ରଖିଥିବା ପ୍ରତିକ୍ରିୟା…

ଦେଶରେ ଗଣତାନ୍ତ୍ରିକ ଢାଞ୍ଚା ଦୃଢ ରହିଛି। ଦେଶ ଗଠନରେ ଲୋକମାନେ ନିଜର ଯୋଗଦାନ ରଖୁଛନ୍ତି। ଦେଶରେ ପରବର୍ତ୍ତୀ ପିଢି ବିକାଶ ଲାଗି ଭିତ୍ତିଭୂମି ଅଭିବୃଦ୍ଧି, ଶ୍ରମ ଶକ୍ତିକୁ ପୁନଃକୁଶଳୀ କରି ଗଢି ତୋଳିବା ଏବଂ ଟେକ୍ନୋଲୋଜିର ଆଦୃତି ବଢାଇବାକୁ ହେବ।
-ଗୌତମ ଆଦାନୀ, ଆଦାନୀ ଗ୍ରୁପ ଅଧ୍ୟକ୍ଷ
ଭାଜପାର ଏହି ବିଜୟ ଲୋକଙ୍କ ମୋଦିଙ୍କ ପ୍ରତି ରହିଥିବା ଭରସାକୁ ପ୍ରତିଫଳିତ କରୁଛି। ସରକାର ଗ୍ରହଣ କରିଥିବା ସଂସ୍କାର ପ୍ରକ୍ରିୟା, ଅଭିବୃଦ୍ଧି,ନିଯୁକ୍ତି ଏବଂ ଲୋକଙ୍କ ଉନ୍ନତ ଜୀବନଧାରାକୁ ଏହା ସୂଚାଉଛି। ସେହିଭଳି ଏକ ଉନ୍ନତ ଭାରତ ଗଠନ ଲାଗି ମୋଦିଙ୍କୁ ଲକ୍ଷ୍ୟକୁ ଲୋକ ସହଯୋଗ କରୁଥିବା ନିର୍ବାଚନ ଫଳାଫଳ ଦର୍ଶାଉଛି।
– ଏନ୍‌.ଚନ୍ଦ୍ରଶେକରନ, ଅଧ୍ୟକ୍ଷ ଟାଟା ସନ୍ସ
ଅଭିବୃଦ୍ଧି ଧାରାକୁ ପୁନର୍ଜିବିତ କରିବା ଲାଗି ସରକାର କାର୍ଯ୍ୟ କରିବେ। ବିଭିନ୍ନ ଜଟିଳ ପ୍ରସଙ୍ଗର ସମାଧାନ, ନିଯୁକ୍ତି ସୃଷ୍ଟି, ସରଳ ଟିକସ ଆଇନ ଭଳି ପ୍ରଗତିଶୀଳ ପଦକ୍ଷେପ ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ଭାରତର ସ୍ଥିତିକୁ ଆହୁରି ଦୃଢ କରିବ। ସେହିଭଳି ଘରୋଇ ଶିଳ୍ପର ସୁରକ୍ଷା ସହ ସହଯୋଗପୂର୍ଣ୍ଣ ସ୍ଥିତି ସୃଷ୍ଟି,ଖଣି, ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ଏଫଡିଆଇ ବୃଦ୍ଧି କରିବାକୁ ପଦକ୍ଷେପ ଗ୍ରହଣ କରାଯିବ।
– ଅନିଲ ଅଗ୍ରଓ୍ବାଲ, ବେଦାନ୍ତ ରିସୋର୍ସେସ ଅଧ୍ୟକ୍ଷ
ନିର୍ବାଚନ ଜିତିବା ପରେ ମୋଦି ବିଶ୍ୱର ଜଣେ ଶକ୍ତିଶାଳୀ ଲିଡର ହୋଇ ପାରିଛନ୍ତି।
-ଆନନ୍ଦ ମହିନ୍ଦ୍ରା, ଅଧ୍ୟକ୍ଷ,ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଗ୍ରୁପ
ଅର୍ଥନୀତିକୁ ଏକ ନୂଆ ସ୍ତରକୁ ନେବାରେ ମୋଦିଙ୍କର ନେତୃତ୍ୱ ସହାୟକହେବ।
-ଚନ୍ଦ୍ରଜିତ ବାନାର୍ଜୀ,ସିଆଇଆଇ, ଡିଜି
ବିଶ୍ୱ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ଭାରତ ଏକ ପ୍ରମୁଖ ପ୍ରଭାବଶାଳୀ ଦେଶ ହେବ। ଅର୍ଥନୀତି ଏକ ନୂଆ ସ୍ତରରେ ପହଞ୍ଚିବ।
-ସଜ୍ଜନ ଜିନ୍ଦଲ, ଜେଏସ୍‌ଡବ୍ଲ୍ୟୁ ଗ୍ରୁପ ଅଧ୍ୟକ୍ଷ
ମୋଦି ସଂସ୍କାରକୁ ପ୍ରୋତ୍ସାହିତ କରିଥିବା ବେଳେ ଏବେ ଯାଏ ପ୍ରକ୍ରିୟା ଶେଷ ହୋଇ ନାହିଁ। ଲୋକଙ୍କ ଭରସା ଜିତିବାରେ ମୋଦି ସଫଳ ହୋଇଛନ୍ତି।
– ଆର୍‌.ସି. ଭାର୍ଗଭ, ଅଧ୍ୟକ୍ଷ, ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ
ଶିଳ୍ପ କ୍ଷେତ୍ର ଲାଗି ପ୍ରଗତିଶୀଳ ନିଷ୍ପତ୍ତି ଏବଂ ମେକ୍‌ ଇନ ଇଣ୍ଡିଆରେ ଡୁଇଂ ବିଜନେସକୁ ନୂଆ ସରକାର ପ୍ରୋତ୍ସାହିତ କରିବେ ବୋଲି ଆଶାବାଦୀ ।
-ଆନନ୍ଦ କ୍ରିପାଳୁ, ଏମ୍‌ଡି ତଥା ସିଇଓ, ଡିଏଜିଓ ଇଣ୍ଡିଆ
ଲୋକଙ୍କ ସମର୍ଥନ ଯୋଗୁ ସରକାରଙ୍କ ଉତ୍ତରଦାୟିତ୍ୱ ବଢିଛି। ସରକାର ଗ୍ରହଣ କରିବାକୁ ଥିବା ଅର୍ଥନୈତିକ ଏବଂ ସାମାଜିକ ନିଷ୍ପତ୍ତି ଦେଶର ଅଭିବୃଦ୍ଧିକୁ ଆଗାମୀ ୫ ବର୍ଷରେ ୬ରୁ ୧୦% ବଢାଇବାରେ ସହାୟତା କରିବ।
-ରାଜୀବ ତଲଓ୍ବାର, ସଭାପତି, ପିଏଚ୍‌ଡି, ସିସିଆଇ
ଦେଶକୁ ଶାସନ କରିବା ଲାଗି ଲୋକମାନେ ସେମାନଙ୍କ ଲୋକପ୍ରିୟ ଲିଡରକୁ ବାଛିଛନ୍ତି। ସାଧାରଣ ନିର୍ବାଚନ ତାର ପ୍ରତିଫଳନ।
-ହର୍ଷ ଗୋଏଙ୍କା, ଆର୍‌ପିଜି ଏଣ୍ଟରପ୍ରାଇଜେସ
ସରକାରଙ୍କ ନିବେଶ କମିଥିବା ବେଳେ ଶୀଘ୍ର ବଜେଟ ଆସିବାର ଅଛି। ଗତ ଆର୍ଥତ୍କ ବର୍ଷର ଚତୁର୍ଥ ତ୍ରୈମାସରୁ ଏହା ଧିମା ରହିଛି।
-ପଓ୍ବନ ଗୋଏଙ୍କା, ଏମ୍‌ଡି, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଗ୍ରୁପ
ଦୃଢ ଏବଂ ସ୍ଥାୟୀ ସରକାର ବିଦେଶୀ ପୁଞ୍ଜି ବଢାଇବାରେ ସହାୟକ ହେବ। ଘରୋଇ ଫାର୍ମଗୁଡିକର ଆତ୍ମବିଶ୍ୱାସ ପୁଣି ଫେରିଛି। ବର୍ତ୍ତମାନ ବ୍ୟବହାର ଏବଂ ନିବେଶର ଏକ ଚକ୍ରଣ ଦେଖିବାକୁ ମିଳିଛି।
– ବିକେ ଗୋଏଙ୍କା, ଆସୋଚାମ ସଭାପତି
ଦେଶର ପରିବର୍ତ୍ତନ ଲାଗି ଏହା ଏକ ସମୟ। ସେହିଭଳି ସଂସ୍କାର ପ୍ରକ୍ରିୟାକୁ ଦୃଢୀଭୂତ କରିବାକୁ ହେବ। ଜୀବନ କାଳ ମଧ୍ୟରେ ଭାରତକୁ ଏକ ସୁପର ପାଓ୍ବାର ହେବା ଦେଖିବାକୁ ଚାହଁୁଛି। ମୋଦିଙ୍କୁ ହୃଦୟଭରା କୃତଜ୍ଞତା।
– ଉଦୟ କୋଟାକ, ବ୍ୟାଙ୍କର
ନିବେଶ ଧାରା ବଢାଇବା ସହ ଟ୍ରାକକୁ ଆଣିବାର ସମୟ ଆସିଛି। ବ୍ୟବହାର ବଢିଲେ ଏହା ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ। ଏହା ନିଯୁକ୍ତି ସୃଷ୍ଟି କରିବା ସହ ଗ୍ରାମାଞ୍ଚଳର ଅସୁବିଧାକୁ ଦୁର କରିବ।
-ସନ୍ଦିପ ସୋମାନି, ଫିକି ସଭାପତି
ନୂଆ ସରକାରଙ୍କ ବିତ୍ତିୟ ସଂସ୍କାର ଧାରା ଠିକ ରଖିବାର ଆବଶ୍ୟକତା। ଏଭଳି ପଦକ୍ଷେପ ଭାରତକୁ ଏକ ଗ୍ଲୋବାଲ ଅର୍ଥନୀତି ଭାବେ ଗଢି ତୋଳିବ।
– ପ୍ରତାପ ରେଡ୍ଡି , ଅଧ୍ୟକ୍ଷ, ଆପୋଲୋ ହସ୍ପିଟାଲ୍ସ, ଗ୍ରୁପ


Enter your email to get our daily news in your inbox.

All Right Reserved By Dharitri.Com

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri