ଭାପୁରରେ ଯୁକ୍ତ ୩ ମହାବିଦ୍ୟାଳୟ ପ୍ରତିଷ୍ଠା ଦାବି ଜୋର ଧରିଲାଗଠନ ହେଲା ୩ ସମନ୍ବୟ କମିଟି

ଭାପୁର/ଖଣ୍ଡପଡା,୧୧ା୬(ଡି.ଏନ.ଏ./ସ୍ବ.ପ୍ର.)- ଭାପୁର ବ୍ଲକ ସଦର ମହକୁମାରେ ଯୁକ୍ତ ୩ ମହାବିଦ୍ୟାଳୟ ପ୍ରତିଷ୍ଠା ଦାବି ଜୋର ଧରିଛି। ରବିବାର ଏହି ମର୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସ୍ଥାନୀୟ ଯୁକ୍ତ ୨ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ଶିକ୍ଷାବିତ୍‌ ଲୋକନାଥ ଆଚାର୍ଯ୍ୟ ଏଥିରେ ଅଧ୍ୟକ୍ଷତା କରିଥିଲେ। ଯୁକ୍ତ ୩ ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଧାରଣ କରିଥିବା ନୀତିନିୟମ ସମ୍ପର୍କରେ ଅଧ୍ୟାପକ ସୁମନ୍ତ କୁମାର ଜେନା ସୂଚନା ପ୍ରଦାନ କରିଥିଲେ। ନୟାଗଡ ବିଧାୟକ ଡ. ଅରୁଣ କୁମାର ସାହୁ ଉଚ୍ଚ ଶିକ୍ଷା ମନ୍ତ୍ରୀ ହୋଇଥିବାରୁ ବୈଠକରେ ତାଙ୍କୁ ସ୍ବାଗତ କରାଯାଇଥିଲା। ଅପରପକ୍ଷେ ଏଠାରେ ଏହି ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରାଯିବା କ୍ଷେତ୍ରରେ ସ୍ଥାନୀୟ ଏମ୍‌ପି, ବିଧାୟକ, ବ୍ଲକ ଅଧ୍ୟକ୍ଷ, ସମସ୍ତ ସରପଞ୍ଚ, ସମିତି ସଭ୍ୟ ତଥା ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗ କାମନା କରାଯାଇଥିଲା। ମହାବିଦ୍ୟାଳୟ ନାମରେ କିଭଳି ଯଥାଶୀଘ୍ର ୫ ଏକର ଜମି ହୋଇପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ୩ଟି ସମନ୍ବୟ କମିଟି ଗଠନ କରାଯାଇଥିଲା। ବୈଠକରେ ଶିକ୍ଷାବିତ୍‌ ପ୍ରଫୁଲ୍ଲ କୁମାର ଲେଙ୍କା, ରବୀନ୍ଦ୍ର କୁମାର ପଟ୍ଟନାୟକ, ଜଗନ୍ନାଥ ବାରିକ, ଗଗନ ବିହାରୀ ତ୍ରିପାଠୀ, ଜିତେନ୍ଦ୍ର କୁମାର ରଣସିଂ, ଭାପୁର, ଗୋଳାପୋଖରୀ, ଫତେଗଡ ସରପଞ୍ଚ ଯଥାକ୍ରମେ ପ୍ରସନ୍ନ କୁମାର ନାୟକ, ଲକ୍ଷ୍ମୀଧର ସାମନ୍ତରାୟ, ତୋଫାନ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଅଞ୍ଚଳବାସୀଙ୍କ ତରଫରୁ ବିଜୟ କୁମାର ସାମନ୍ତରାୟ, କାର୍ତ୍ତିକ ପ୍ରଧାନ, ନିରଞ୍ଜନ ଦଳବେହେରା, କୃଷ୍ଣଚନ୍ଦ୍ର ରାଉତରାୟ, ପ୍ରବୋଧ କୁମାର ସାହୁ, ରମେଶ ଚନ୍ଦ୍ର ବରାଡ ପ୍ରମୁଖ ଉପସ୍ଥିତ ରହି ସେମାନଙ୍କ ମତାମତ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪ ଦିନ ପରେ ମିଳିଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ, ଚପଲ ଭାସିବା ପରେ….

ନୟାଗଡ଼,୧୨।୨(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଦଶପଲା ଥାନା ବାଟେଣି ପୋଖରୀରେ ମୃତଦେହ ଭାସୁଥିବା ଦେଖାଯାଇଛି । ନିଖୋଜର ୪ଦିନ ପରେ ଗୁରୁବାର ମିଳିଲା ମୃତଦେହ । ମୃତକ…

ବିଦ୍ୟାଳୟକୁ ମଦ ପିଇ ଆସିଲେ ଛାତ୍ର, ନିଶାରେ ଚେତାଶୂନ୍ୟ ହୋଇ କଲେ……

ନୟାଗଡ଼,୧୨।୨(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ସହରାଞ୍ଚଳ ଦଶପଲା ବାଳକ ଉଚ୍ଚ ବିଦ୍ୟାଳୟରୁ ଏକ ନିନ୍ଦନୀୟ ଘଟଣା ସାମ୍ନାକୁ ଆସିଛି । ସ୍କୁଲକୁ ଶିକ୍ଷାର ମନ୍ଦିର କୁହାଯାଉଥିବା…

ନିଜ ବନ୍ଧୁକରୁ ଗୁଳି କରି ଜୀବନ ହାରିଲେ କନଷ୍ଟେବଳ, ଛୁଟି ନମିଳିବାରୁ…

ନୟାଗଡ଼,୫।୨(ଲୋକନାଥ ମିଶ୍ର): ନୟାଗଡ଼ର ଏପିଆର କନଷ୍ଟେବଳଙ୍କ ଆତ୍ମହତ୍ୟା । ମୃତକ ହେଲେ ସୁନୀଲ ସେଠୀ । ଗୁରୁବାର ସେ ରିଜର୍ଭ ପୋଲିସ କ୍ୟାମ୍ପସରେ ଜୀବନ ହାରିଥିବା ସୂଚନା…

ମିଳିନି ୪ମାସର ଭତ୍ତା, ଜିଲାପାଳଙ୍କୁ ଭେଟିଲେ ବୃଦ୍ଧାବୃଦ୍ଧ

ନୟାଗଡ଼,୫।୨(ଲୋକନାଥ ମିଶ୍ର): ୪ମାସ ଧରି ଭତ୍ତା ନ ପାଇବାରୁ ନୟାଗଡ଼ ବ୍ଲକ ବାଲୁଗଁା ଓ ଲାଠିପଡା ଗ୍ରାମର ବୃଦ୍ଧାବୃଦ୍ଧ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ।…

କୂଅରୁ ମିଳିଥିଲା ଛାତ୍ରଙ୍କ ମୃତଦେହ: ୨ ଶିକ୍ଷୟିତ୍ରୀ ନିଲମ୍ବିତ

ନୟାଗଡ଼, ୪।୨( ଲୋକନାଥ ମିଶ୍ର/ ସନ୍ତୋଷ ପ୍ରଧାନ): ନୟାଗଡ଼ ଜିଲା ଗଣିଆ ଥାନା ବିଜୟନଗର ଗ୍ରାମର ନିଖୋଜ ଜଣେ ସ୍କୁଲ ଛାତ୍ରଙ୍କ ମୃତଦେହ ବୁଧବାର କୂଅରୁ ଉଦ୍ଧାର…

ସ୍କୁଲରୁ ଶୌଚ ପାଇଁ ଯାଇ ଆଉ ଫେରିନଥିଲେ, ଆଜି କୂଅରୁ ମିଳିଲା ମୃତଦେହ

ନୟାଗଡ଼, ୪।୨( ଲୋକନାଥ ମିଶ୍ର/ ସନ୍ତୋଷ ପ୍ରଧାନ): ନୟାଗଡ଼ ଜିଲା ଗଣିଆ ଥାନା ବିଜୟନଗର ଗ୍ରାମର ନିଖୋଜ ଜଣେ ସ୍କୁଲ ଛାତ୍ରଙ୍କ ମୃତଦେହ ବୁଧବାର କୂଅରୁ ଉଦ୍ଧାର…

କଶ୍ମୀରରେ ହୃଦ୍‌ଘାତରେ ଓଡ଼ିଆ ଯବାନଙ୍କ ମୃତ୍ୟୁ, ଗାଁରେ ଶୋକାକୁଳ ପରିବେଶ

ନୟାଗଡ଼,୨୯।୧(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଇଟାମାଟି ଥାନା ଆନନ୍ଦପଲ୍ଲୀ ଗାଁର ଯବାନ ଜିତୁ ବେହେରା(୩୧) ଜାନୁଆରୀ ୨୬ରେ କଶ୍ମୀରରେ ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି। ଜିତୁଙ୍କ ମରଶରୀର ବୁଧବାର…

ପିସ୍ତଲ ଗୁଳିଠାରୁ ରଣପୁର ଠେଙ୍ଗାପ୍ରହାର ଶକ୍ତିଶାଳୀ: ବ୍ରିଟିଶ ପାର୍ଲିଆମେଣ୍ଟକୁ ଯାଇଥିଲା ୫୦୦ ଠେଙ୍ଗା

ନୟାଗଡ,୨୬।୧(ଲୋକନାଥ ମିଶ୍ର): ନୟାଗଡ ଜିଲା ସଦର ମହକୁମାସ୍ଥିତ ପିଟିଏସ୍‌ ପଡ଼ିଆରେ ଜିଲାସ୍ତରୀୟ  ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।  ଏଥିରେ ୫୦ଟି ପାରେଡ ଟିମ ଭାଗ ନେଇଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri