Categories: ଜାତୀୟ

ଭାଜପା ସହ ମେଣ୍ଟ କରିବାର ପ୍ରଶ୍ନ ଉଠୁନି: ଶରଦ ପାଓ୍ବାର

ମୁମ୍ବାଇ,୨୪।୧୧: ମହାରାଷ୍ଟ୍ରରେ ଭାଜପା ଏବଂ ଏନସିପି ବିଧାୟକ ଅଜିତ ପାୱାରଙ୍କ ସମର୍ଥନରେ ସରକାର ଗଢ଼ିବା ପରେ ଏବେ ସମସ୍ତଙ୍କ ନଜର ବିଧାନସଭାର ଆସ୍ଥା ଭୋଟ ଉପରେ। ୩୦ ତାରିଖ ଭିତରେ ଏହି ଆସ୍ଥା ଭୋଟ ହେବାର ସମ୍ଭାବନା ରହିଛି। ଅଜିତଙ୍କ ସମର୍ଥନ ଏନସିପିର ସମର୍ଥନ ନୁହେଁ ବୋଲି ସୁପ୍ରିମୋ ଶରଦ ପାୱାର କହିସାରିଛନ୍ତି। ଏବେ ଅଜିତ ଏବଂ ଶରତ ପାଓ୍ବାରଙ୍କ ମଧ୍ୟରେ ଟୁଇଟ୍‌ ଲଢେଇ ଚାଲିଛି। ଅଜିତ ପାୱାର ରବିବାର ସନ୍ଧ୍ୟାରେ ସବୁକିଛି ଠିକ ଠାକ ଅଛି। ଧୈର୍ଯ୍ୟ ରଖିବାର ଆବଶ୍ୟକ ରହିଛି। ଭାଜପା-ଏନସିପି ମେଣ୍ଟ ମହାରାଷ୍ଟ୍ରରେ ଏକ ସ୍ଥିର ସରକାର ଦେଇପାରିବ ବୋଲି ଟୁଇଟ କରି କହିଛନ୍ତି। ଏହାର ଜବାବରେ ଶରଦ କହିଛନ୍ତି, ଭାଜପା ସହ ମେଣ୍ଟ କରିବାର କୌଣସି ପ୍ରଶ୍ନ ଉଠୁନି। ଏନସିପି ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନେଇସାରିଛି ଶିବସେନା ଏବଂ କଂଗ୍ରେସ ସହ ମିଶି ସରକାର ଗଠନ କରାଯିବ। ଅଜିତ ପାୱାରଙ୍କ ମନ୍ତବ୍ୟ ମିଛ ବୋଲି ସେ କହିଛନ୍ତି।

Share