Categories: ଜାତୀୟ

ଭାଜପା ସରକାର କିଛି ନୂଆ କରିପାରିବ ନାହିଁ: ରାହୁଲ

ନୁଆଦିଲ୍ଲୀ,୩।୮: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରିହାସ କରିଛନ୍ତି। ଶନିବାର ରାହୁଲ ଟୁଇଟ୍‌ କରି କହିଛନ୍ତି ଭାଜପା ସରକାର କିଛି ନୂଆ ପରିପାରିବ ନାହିଁ ବରଂ ଯାହା କଠିନ ପରିଶ୍ରମରେ ତିଆରି କରାଯାଇଥିଲା ତାକୁ ଭାଙ୍ଗିବାରେ ବ୍ୟସ୍ତ ରହିଛି। ଦେଶର ଆର୍ଥିକ ସ୍ଥିତି ଖରାପ ହେବା ପଛରେ ଭାଜପା ସରକାର ଦାୟୀ ବୋଲି ରାହୁଲ କହିଛନ୍ତି। ଏବେ ଇଣ୍ଡିଆନ୍‌ ରେଲଓ୍ବେ ପ୍ରାୟ ୩ ଲକ୍ଷ କର୍ମଚାରୀଙ୍କୁ ଛଟେଇ କରିବାକୁ କହୁଥିବା ବେଳେ ଅନ୍ୟପଟେ ଅଟୋମୋବାଇଲ କ୍ଷେତ୍ରରେ ଯେଉଁ ମାନ୍ଦାବସ୍ଥା ଦେଖାଯାଇଛି ତାହା କେବଳ ଭାଜପା ସରକାର ପାଇଁ। ତେଣୁ ଏହି ସରକାର କିଛି ନୂଆ କରିପାରିବେ ନାହିଁ।

Share