ଭାଜପା ନେତା ରବି ନାରାୟଣ ପାତ୍ରଙ୍କ ପରଲୋକ

ଭବାନୀପାଟଣା,୨୦।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭାଜପା ଶାଖାର ପୂର୍ବତନ ଉପସଭାପତି ତଥା ବରିଷ୍ଠ ଭାଜପା ନେତା ରବି ନାରାୟଣ ପାତ୍ରଙ୍କର ଗୁରୁବାର ପରଲୋକ ଘଟିଛି। ସ୍ବର୍ଗତଃ ପାତ୍ର କିଛିଦିନ ଧରି ଅସୁସ୍ଥ ଥିଲେ। ୨୦୧୬ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସେ ଭାଜପା କଳାହାଣ୍ଡି ଜିଲା ଶାଖାର ଉପସଭାପତି ଥିଲେ। ତାଙ୍କର ଶେଷ ଦର୍ଶନ ଲାଗି ବିରୋଧୀ ଦଳ ନେତା ତଥା ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାଏକ, ଜିଲା ପରିଷଦ ଅଧ୍ୟକ୍ଷା ନମିତାରାଣୀ ସାହୁ, ଉପାଧ୍ୟକ୍ଷ ଭବସିନ୍ଧୁ ମଙ୍ଗରାଜ, ଭାଜପା ବରିଷ୍ଠ ନେତା ତଥା ଓକିଲ ସଂଘ ସଭାପତି ଭବେନ୍ଦ୍ର ପଣ୍ଡାଙ୍କ ସମେତ ଶତାଧିକ ଜନସାଧାରଣ ଯୋଗ ଦେଇ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି। ସ୍ଥାନୀୟ ଲାଲ୍‌ପୁଲିଆସ୍ଥିତ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁତ୍ର ନବକୃଷ୍ଣ ମୁଖାଗ୍ନି ଦେଇଥିଲେ।