Categories: ଜାତୀୟ

ଭାଜପା ନେତାଙ୍କ ବୟାନ୍‌, ଖୁବଶୀଘ୍ର ଭାଜପାରେ ଯୋଗଦେବେ ଧୋନୀ

ନୂଆଦିଲ୍ଲୀ, ୧୨।୭: ଆଇସିସ ବିଶ୍ୱକପରେ ଭାରତ ବିଶ୍ୱକପରୁ ବିଦାୟ ନେବାପରେ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି। ଏହି ସମୟରେ ଭାଜପା ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଞ୍ଜୟ ପାଶଓ୍ବାନ୍‌ କହିଛନ୍ତି, ଖୁବଶୀଘ୍ର ଭାଜପାରେ ଯୋଗଦେବେ ଧୋନୀ। ବିଶ୍ୱକପ ପୂର୍ବରୁ ଧୋନୀଙ୍କୁ ‘ଟିମ୍‌ ମୋଦି’ରେ ସାମିଲ କରିବା ପାଇଁ ଚେଷ୍ଟା ଚାଲିଛି। ଯଦି ଏହା ସଫଳ ହୁଏ, ତେବେ ସେ କ୍ରିକେଟକୁ ଅଲବିଦା କହି ରାଜନୀତିରେ ଯୋଗ ଦେବେ ବୋଲି ସଞ୍ଜୟ କହିଛନ୍ତି। ସମାଜ ସେବା କରିବା ପାଇଁ ସେ ଧୋନୀ ରାଜନୀତିରେ ଯୋଗ ଦେବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ବିଶ୍ୱକପ ଖେଳିବାକୁ ଯିବା ପୂର୍ବରୁ ଧୋନୀ ଭାଜପା ରାଷ୍ଟୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଭେଟିଥିଲେ।

Share