Categories: ଜାତୀୟ

ଭାଜପା ନେତାଙ୍କ ବିବାଦୀୟ ମନ୍ତବ୍ୟ: ମମତା କହିଲେ ପଶ୍ଚିମବଙ୍ଗ ୟୁପି ନୁହେଁ

କୋଲକାତା,୧୪ା୧(ପି.ଟି.): ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରୁଥିବା ସିଏଏ ବିରୋଧୀ ବିକ୍ଷୋଭକାରୀଙ୍କୁ ଗୁଳି କରାଯିବ ବୋଲି ମନ୍ତବ୍ୟ ଦେଇ ପଶ୍ଚିମବଙ୍ଗ ଭାଜପା ସଭାପତି ଦିଲୀପ ଘୋଷ ବିବାଦ ଘେରକୁ ଆସିଛନ୍ତି। ତାଙ୍କର ଏଭଳି ମନ୍ତବ୍ୟକୁ ବିରୋଧକରି କେନ୍ଦ୍ର ସରକାର ଘୋଷଙ୍କୁ ଗୁଳି କରନ୍ତୁ ବୋଲି ଟିଏମ୍‌ସି କହିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୋଲିସ ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରୁଥିବା ବିକ୍ଷୋଭକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ଉତ୍ତରପ୍ରଦେଶ, କର୍ନାଟକ ଓ ଆସାମରେ ଥିବା ଭାଜପା ସରକାର ହିଂସାକାରୀଙ୍କୁ କୁକୁର ଭଳି ଗୁଳି କରିଥିଲେ ବୋଲି ଘୋଷ ଏକ ସଭାକୁ ସମ୍ବୋଧିତ କରି କହିଥିଲେ। ଏହାକୁ ସମାଲୋଚନା କରି ମମତା କହିଛନ୍ତି ପଶ୍ଚିମବଙ୍ଗ ୟୁପି ନୁହେଁ। ଭାଜପା ନେତାଙ୍କ ଏଭଳି ମନ୍ତବ୍ୟ ଲଜ୍ଜାଜନକ। ସେ ଗୁଳିକାଣ୍ଡକୁ ପ୍ରୋତ୍ସାହିତ କରୁଥିବା ମମତା ଅଭିଯୋଗ କରିଛନ୍ତି। ଘୋଷଙ୍କ ମନ୍ତବ୍ୟକୁ କେନ୍ଦ୍ରମନ୍ତ୍ରୀ ତଥା ଭାଜପା ନେତା ବାବୁଲ ସୁପ୍ରିୟୋ ମଧ୍ୟ ବିରୋଧ କରିଛନ୍ତି।

Share