Categories: ଜାତୀୟ

ଭାଜପା ନେଇଛି ରାଜନୈତିକ ପ୍ରତିଶୋଧ: ସଲମାନ୍‌ ଖୁର୍ଶିଦ୍‌

ନୂଆଦିଲ୍ଲୀ,୨୨।୮: ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କୁ ସିବିଆଇ ପକ୍ଷରୁ ଗିରଫ କରାଯିବା ଘଟଣାରେ ଏବେ ଦେଶର ରାଜନେତାଙ୍କ ମଧ୍ୟରେ କାଦୁଅ ଫିଙ୍ଗା ଆରମ୍ଭ ହୋଇଛି। ଏନେଇ କଂଗ୍ରେସ ବରିଷ୍ଠ ସଦସ୍ୟ ସଲମାନ୍‌ ଖୁର୍ଶିଦ୍‌ ଗୁରୁବାର ଅଭିଯୋଗ କରିଛନ୍ତି ଯେ, ଏପରି କରି ଭାଜପା ରାଜନୈତିକ ପ୍ରତିଶୋଧ ନେଇଛି। ସେ ଟୁଇଟ୍‌ କରି କହିଛନ୍ତି ଯେ, ଚିଦାମ୍ବରମ୍‌ଙ୍କ ବିରୋଧରେ କୌଣସି ମାମଲା ନାହିଁ। କେବଳ ପ୍ରତିଶୋଧ ନେବାକୁ ଏହା କରାଯାଇଛି। ଆଇନ ଆଗରେ ସଭିଏଁ ସମାନ। ଏନେଇ ସୁପ୍ରିମ୍‌କୋର୍ଟଙ୍କ ନିଷ୍ପତ୍ତି ଶୁକ୍ରବାର ଆସିବ। ତେବେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯିବ ଅତ୍ୟନ୍ତ କ୍ଷୋଭର ବିଷୟ।

Share