Categories: ଜାତୀୟ

ଭାଜପା ଏମ୍‌ପି ପ୍ରଜ୍ଞା ଠାକୁରଙ୍କୁ ଧମକପୂର୍ଣ୍ଣ ଚିଠି

ଭୋପାଳ,୧୪।୧: ମଧ୍ୟପ୍ରଦେଶ ଭୋପାଳର ଭାରତୀୟ ଜନତା ପାର୍ଟି(ଭାଜପା) ଏମ୍‌ପି ପ୍ରଜ୍ଞା ସିଂ ଠାକୁରଙ୍କୁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିବା ଜଣାପଡିଛି। ଏହା ଉର୍ଦ୍ଦୁରେ ଲେଖାଯାଇଥିବା ବେଳେ ଏଥିରେ କିଛି କେମିକାଲ ପାଉଡ଼ର ଥିବା ପ୍ରଜ୍ଞା ପ୍ରକାଶ କରିଛନ୍ତି। ଏହାକୁ ପାଇବା ପରେ ପ୍ରଜ୍ଞା ପୋଲିସରେ ଅଭିଯୋଗ କରିଥିଲେ। ପୋଲିସ ଉକ୍ତ ଚିଠିକୁ ଜବତ କରି ଫରେନସିକ ଯାଞ୍ଚ ପାଇଁ ପଠାଇଥିବା ଜଣାପଡିଛି। ସେହି ଚିଠିରେ ପ୍ରଜ୍ଞାଙ୍କ ଫଟୋ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରୀୟ ସୁରକ୍ଷା ପରମର୍ଶ ଦାତା ଅଜିତ ଡୋଭାଲ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଜମ୍ମୁ-କଶ୍ମୀର ରାଜ୍ୟପାଳଙ୍କ ଫଟୋ ମଧ୍ୟ ରହିଥିବା ପ୍ରଜ୍ଞା ପ୍ରକାଶ କରିଛନ୍ତି। ଦେଶର ହିତପାଇଁ କାମ କରୁଥିବା ଲୋକଙ୍କୁ ଟାର୍ଗେଟ କରାଯାଉଛି ବୋଲି ସେ କହିଛନ୍ତି।

Share