ଭାଜପାର ମହାଭୋଜ ଅଭିଯାନ ଆରମ୍ଭ: ପ୍ରତିଦିନ ୫କୋଟି ଲୋକଙ୍କୁ ଦିଆଯିବ ଭୋଜନ

ନୂଆଦିଲ୍ଲୀ,୨୬।୩: କରୋନା ଭାଇରସ୍‌ ସଂକ୍ରମଣକୁ ବ୍ୟାପିବାରୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ଦିନ ଯାଏଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ହେଲେ ଏହି ଲକ୍‌ଡାଉନ୍‌ ସମୟରେ ଗରିବ, ଶ୍ରମିକ ଓ ଦିନମଜୁରିଆଙ୍କ ସମସ୍ୟା ବଢ଼ିଯାଇଛି। ତେଣୁ ଏମାନଙ୍କୁ ଦୃଷ୍ଟିରେ ରଖି ଗୁରୁବାର ଭାଜପା ପକ୍ଷରୁ ସାରା ଦେଶରେ ମହାଭୋଜ ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ ପାଇଁ ଦଳରୁ ୧କୋଟି କର୍ମକର୍ତ୍ତାଙ୍କୁ ଚୟନ କରାଯାଇଛି। ସେମାନେ ପ୍ରତିଦିନ ୫କୋଟି ଗରିବ, ଶ୍ରମିକ, ଦିନମଜୁରିଆ ଓ ଆବଶ୍ୟକ ଲୋକଙ୍କୁ ଭୋଜନ କରାଇବେ ବୋଲି ଜଣାପଡ଼ିଛି। ଏହି ଯୋଜନା ଆସନ୍ତା ୨୧ ଦିନ ଯାଏଁ ଜାରି ରହିବ। ବୁଧବାର ଭାଜପା ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଅଧିକାରୀଙ୍କ ସହ ନଡ୍ଡା ଆଲୋଚନା କରି ଏହି ମହାଭୋଜ ଅଭିଯାନ ଉପରେ ନିଷ୍ପତ୍ତି ନେଇଥିଲେ।

Share