ଭାଜପାର କୋଭିଡ-୧୯ ନିୟମ ଉଲ୍ଲଂଘନ ପ୍ରତିବାଦରେ ବିଜେଡିର ଦାବିପତ୍ର

ଆନନ୍ଦପୁର,୬।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଉଳା ଫାଣ୍ଡି ସମ୍ମୁଖରେ ଗତ ୩ ତାରିଖରେ ଭାଜପା ନେତାଙ୍କ ନେତୃତ୍ୱରେ କୋଭିଡ-୧୯ ନିୟମର ଉଲ୍ଲଂଘନ କରାଯାଇ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ଏହା ବିରୋଧରେ ଶନିବାର ମଧ୍ୟାହ୍ନରେ ବିଜେଡି ପକ୍ଷରୁ ଏକ ଦାବିପତ୍ର ଆନନ୍ଦପୁର ଏସଡିପିଓ ବିଦ୍ୟୁତ୍‌ ଚନ୍ଦ୍ର ପଣ୍ଡାଙ୍କୁ ପ୍ରଦାନ କରାଯାଇଛି। ଏହି ଅବସରରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ମଧ୍ୟ ଉପସ୍ଥିତ ରହି ନିୟମ ଉଲ୍ଲଂଘନକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ହାଟଡିହୀ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ଜେନା ଏବଂ ଆନନ୍ଦପୁର ନଗର ବିଜେଡି ସଭାପତି ସୁଶୀଲ କୁମାର ହୋତାଙ୍କ ନେତୃତ୍ୱରେ ଆନନ୍ଦପୁର ଏସ୍‌ଡିପିଓଙ୍କୁ ଏହି ଦାବିପତ୍ର ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ, ୩ ତାରିଖରେ କେନ୍ଦୁଝର ଜିଲା ତଥା ରାଜ୍ୟର ବହୁ ଭାଜପା ନେତାଙ୍କ ନେତୃତ୍ୱରେ ହାଟଡିହୀ ବ୍ଲକ ଧନୁର୍ଜୟପୁର ପଞ୍ଚାୟତ ବଉଳା ଫାଣ୍ଡି ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ବିକ୍ଷୋଭ ସମୟରେ ମାସ୍କ ବ୍ୟବହାର, ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଇନଥିଲା। ସାରା ପୃଥିବୀରେ କୋଭିଡ୍‌-୧୯ ପାଇଁ ପରିସ୍ଥିତି ଚିନ୍ତାଜନକ ସ୍ଥିତିରେ ଥିବାବେଳେ ଭାଜପା ନେତୃବୃନ୍ଦ ସରକାରଙ୍କ ନିର୍ଦ୍ଦେଶନାମାର ଖୋଲାଖୋଲି ଉଲ୍ଲଂଘନ କରିଥିଲେ। ଘଟଣାର ତଦନ୍ତ କରି ଦୋଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡି ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସରକାରୀ ନିୟମକୁ ଫୁ’: କେବୁଲ ବିଛାପାଇଁ ଚାଲିଛି ରାସ୍ତାଖୋଳା, ଯାତାୟାତରେ ବାଧା

ତୁମୁଡିବନ୍ଧ,୧୦।୪(ଦୀପକ କୁମାର ପରାସେଠ): ବିଏସଏନଏଲ କେବୁଲ ବିଛା ପାଇଁ ରାସ୍ତା ଖୋଳାଯିବା ଫଳରେ ଯାତାୟାତରେ ବାଧା। ଜାଣିନାହାନ୍ତି ବିଭାଗୀୟ ଅଧିକାରୀ। ଗ୍ରାମବାସୀଙ୍କ ବିରୋଧ। ଧମକ ଦେଉଛି ଠିକାଦାର।…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ: ଶିଶୁ-ମାତୃ ମୃତ୍ୟୁ ହାର ହ୍ରାସ ଲକ୍ଷ୍ୟ

କେସିଙ୍ଗା ,୧୦।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧ୍ୟକ୍ଷ ରବୀନ୍ଦ୍ର ଖଟୁଆଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ପାଳିତ ହୋଇ ଯାଇଥିଲା।…

ହୁମ୍ମା ଫାଣ୍ଡି ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ବିନାୟକ ଦାସ: ଟ୍ରାଫିକ-ଆଇନ ଶୃଙ୍ଖଳାକୁ ପ୍ରାଥମିକତା

ଗଞ୍ଜାମ,୧୦।୪(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ଅଧୀନସ୍ଥ ହୁମ୍ମା ଫାଣ୍ଡିର ନୂତନ ଫାଣ୍ଡି ଅଧିକାରୀ ଭାବେ ବିନାୟକ ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ…

ଭାଲିଡେସନ ଆକ୍ଟକୁ ନେଇ ପେନସନଭୋଗୀଙ୍କ ମନରେ ଭୟ: ବିରୋଧ କଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ଦିଗପହଣ୍ଡି ଅବସରପ୍ରାପ୍ତ କର୍ମଚାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri