Categories: ଜାତୀୟ

ଭାଜପାକୁ ହତ୍ୟାକାରୀ କହିଲେ ମଣିଶଙ୍କର

ନୂଆଦିଲ୍ଲୀ,୧୫ା୧: ଭାଜପା ହତ୍ୟାକାରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ବିଭାଜିତ କରି ମୁସ୍‌ଲିମ ସମୁଦାୟ ପାଇଁ ଅସୁବିଧା ସୃଷ୍ଟି କରୁଛନ୍ତି ବୋଲି ବିବାଦୀୟ ମନ୍ତବ୍ୟ ଦେଇ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ବରିଷ୍ଠ କଂଗ୍ରେସ ନେତା ମଣିଶଙ୍କର ଆୟାର। ଦିଲ୍ଲୀର ଶାହିନ ବାଗ୍‌ରେ ସିଏଏ-ଏନ୍‌ଆର୍‌ସିକୁ ବିରୋଧ କରି ୨୫ ଦିନ ଧରି ଲୋକେ ବିକ୍ଷୋଭ କରୁଛନ୍ତି। ସେମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଛୋଟ ପିଲା ଅଛନ୍ତି। ବିକ୍ଷୋଭକାରୀଙ୍କ ସମର୍ଥନରେ ମଙ୍ଗଳବାର ମଣିଶଙ୍କର ସେଠାକୁ ଯାଇ ଭାଷଣ ଦେଇଥିଲେ। ସେ କହିଥିଲେ, ଯାହା ବି ତ୍ୟାଗ କରିବାର ଅଛି, ସେଥିରେ ମୁଁ ସାମିଲ ହେବାକୁ ପ୍ରସ୍ତୁତ। ଏବେ ଦେଖିବା ଯେ କାହାର ହାତ ବେଶି ଟାଣ ଅଛି, ଆମର କି ସେହି ହତ୍ୟାକାରୀଙ୍କ ବୋଲି ମଣିଶଙ୍କର କହିଥିଲେ। ସେହିପରି ‘ସବ୍‌କା ସାଥ୍‌ ସବ୍‌କା ବିକାଶ’ ସ୍ଲୋଗାନ ଦେଇ ଭାଜପା କ୍ଷମତାକୁ ଆସିଥିଲା। ହେଲେ ଏବେ ସମସ୍ତଙ୍କ ବିନାଶ କରୁଛି ବୋଲି ସେ ସମାଲୋଚନା କରିଥିଲେ।

Share