Odisha Elections 2024

ଭାଜପାକୁ ଶକ୍ତ ଝଟ୍‌କା: ଦଳରୁ ଇସ୍ତଫା ଦେଲେ କାଳୁଙ୍କ ସମେତ ୧୦୦ରୁ ଅଧିକ କର୍ମୀ

ଖୋର୍ଦ୍ଧା,୩୦।୪ (ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ତୃତୀୟ ପର୍ଯ୍ୟାୟ ପାଇଁ ବିଜ୍ଞପ୍ତି ପ୍ରକାଶ ସହ ନାମାଙ୍କନ ଦାଖଲ ଆରମ୍ଭ ହୋଇଛି। ଆସନ୍ତା ୨ରେ ଭାଜପା ଭୁବନେଶ୍ବର ଲୋକ ସଭା ଓ ଖୋର୍ଦ୍ଧା ବିଧାନସଭା ପ୍ରାର୍ଥୀ ନାମାଙ୍କନ ଦାଖଲ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଭାଜପା ଆଶାୟୀ ପ୍ରାର୍ଥୀ କାଳୁଚରଣ ଖଣ୍ଡାୟତରାୟଙ୍କ ଟିକେଟ କଟିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। କାଳୁଙ୍କ ସମେତ ଶହେରୁ ଉଦ୍ଧର୍‌ବ ମଣ୍ଡଳ, ନଗର ପ୍ରଭୃତି ଆଗଧାଡିର କର୍ମୀ ସମୂହ ଇସ୍ତଫା ଦେଇଛନ୍ତି। ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି କାଳୁ।
ଟିକେଟ କଟିବା ନେଇ ସାମ୍ବାଦିକଙ୍କୁ ସମ୍ବୋଧିତ ବେଳେ ଭାବବିହ୍ବଳ ହୋଇ ଭୋ ଭୋ ହୋଇ କାନ୍ଦି ପକାଇଲେ କାଳୁ। ସ୍ବାଧୀନ ଲଢି ବିଧାୟକ ହେବି ବୋଲି କହିଛନ୍ତି। ଏହାସହ ସେ ଏମ୍‌ପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ବର୍ଷିଛନ୍ତି। ସେ କହିଛନ୍ତି, ଅପରାଜିତାଙ୍କୁ ହରାଇବା ପାଇଁ ଘରକୁ ଘର ବୁଲି ପ୍ରଚାର କରିବି। ତାଙ୍କୁ ବିହାର ପଠାଇଦେବି। ମୋ ସହ ଷଡଯନ୍ତ୍ର କରାଯାଇଛି। ୧୦ ବର୍ଷ ଦଳ ପାଇଁ ସମୟ ଦେଇଥିବା ବେଳେ ୧୦ ଦିନ ତଳେ ଯୋଗଦେଇଥିବା ଜଣେ ଦାଗୀ, ଅପରାଧୀଙ୍କୁ ଟିକେଟ ଦେଇଛନ୍ତି ଅପରାଜିତା। ରାଜ୍ୟ ସଭାପତି ୪୮ ଘଣ୍ଟା ସମୟ ମାଗି ମୋ ସହ ଖେଳୁଛନ୍ତି। ମୋ ସହ ଶହେରୁ ଉଦ୍ଧର୍‌ବ ଦଳୀୟ କର୍ମୀ ସମୂହ ଇସ୍ତଫା ଦେଇଛନ୍ତି। ସମର୍ଥକଙ୍କ ନିଷ୍ପତ୍ତି କ୍ରମେ ମୁଁ ସ୍ବାଧୀନ ଭାବେ ଲଢିବି। ମୁଁ ପାଇକ ପୁଅ ଖୋର୍ଦ୍ଧା ମାଟିର ବିକାଶ ପାଇଁ ଲଢେଇ କରିବି। ଜନମତ ମୋ ସାଥିରେ ଅଛି, ମୁଁ ନିଶ୍ଚିତ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହେବି। ମୁଁ କାହା ସହ ଯୋଗାଯୋଗରେ ନାହିଁ। ଖୋର୍ଦ୍ଧାର ବିଭିନ୍ନ ପ୍ରସଙ୍ଗ ରହିଛି। ଏକାକୀ ଲଢିବି ସମୟ କହିବ ଜନତା କାହା ସାଥିରେ ଅଛନ୍ତି। କୌଣସି ଅପରାଧୀଙ୍କୁ ଲୋକେ ଭୋଟଦେବେ ନାହିଁ। ମୁଁ ମୋ ସ୍ବାଭିମାନ ସହ ଲଢି ବିଜୟୀ ହେବି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଜଣେ, ଶାସନ ଚଳାଉଛନ୍ତି ଅନ୍ୟ ଜଣେ

କୁଚିଣ୍ଡା,୨୧ା୫(ବିରଞ୍ଚତ୍ ଦର୍କା):ବିଜେଡି ସରକାରରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ। ହେଲେ ତାଙ୍କୁ ମୋହାରା କରି କାର୍ତ୍ତିକ ପାଣ୍ଡିଆନ ସରକାର ଚଳାଉଛନ୍ତି। ଏଭଳି ସରକାରକୁ ହଟାଇବାକୁ ପଡ଼ିବ। ଏଥର...

ଗୋଟିଏ ଇଆଡ଼େ, ଆଉ ଗୋଟେ ସିଆଡ଼େ

ସମ୍ବଲପୁର/ରେଙ୍ଗାଲିରୁ,୨୧ା୫ (ଅନିଲ ଦାସ):ରାଜ୍ୟରେ ଆସନ୍ତା ୨୫ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ସମ୍ବଲପୁର ସମେତ ୫ ଲୋକ ସଭା ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀମାନେ...

ପୂର୍ବତନ ମୃତ୍ତିକା ସଂରକ୍ଷଣ ଅଧିକାରୀଙ୍କ ୧ କୋଟିରୁ ଊର୍ଦ୍ଧ୍ୱ ସମ୍ପତ୍ତି ବାଜ୍ୟାପ୍ତି

ଭୁବନେଶ୍ୱର,(ସତ୍ୟଜିତ୍‌ ରାଉତ)/ ମାଲକାନଗିରି, ୨୧ା୫ (ଦୁର୍ଯ୍ୟୋଧନ ପାତ୍ର):ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡିତ ହୋଇଥିବା ମାଲକାନଗିରି ଜିଲାର ପୂର୍ବତନ ମୃତ୍ତିକା...

ମତଦାନ କଲେ ମୃତ ଦିଲୀପଙ୍କ ସ୍ତ୍ରୀ

ଖଲ୍ଲିକୋଟ,୨୧ା୫(ପ୍ରଶାନ୍ତ କୁମାର ମିଶ୍ର):ନିର୍ବାଚନ ପାଇଁ ଦିଲୀପ ବହୁତ ଉତ୍ସାହିତ ଥିଲା। ଭୋଟ ଦେବା ପାଇଁ ସେ ଉତ୍କଣ୍ଠାର ସହ ୨୦ ତାରିଖକୁ ଅପେକ୍ଷା କରିଥିଲା। ହେଲେ...

କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼

ପଡ଼ିଆ,୨୦ା୫(ଭାସ୍କର ରାଓ)- ଗୁଣିଗାରେଡ଼ି ସନ୍ଦେହରେ ଗାଁ କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼ ମରାଯାଇଛି। ସ୍ବାସ୍ଥ୍ୟକେନ୍ଦ୍ରକୁ କିମ୍ବା ଥାନାରେ ଅଭିଯୋଗ କଲେ ପରିବାରର ସମସ୍ତଙ୍କୁ ଜୀବନରୁ...

ଡ୍ୟୁଟି ସାରି ଘରକୁ ଫେରୁଥିଲେ: ହାଇୱା ଧକ୍କାରେ ଚାଳିଗଲା ଜୀବନ

ଭବାନୀପାଟଣା,୨୦।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ଏମ୍‌ଏସ୍‌ଏ ଛକରେ ସୋମବାର ଏକ ଦୁର୍ଘଟଣା ଘଟିଛି। ଏକ ହାଇୱା ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ...

ଆମ୍ବ ତୋଳିବାକୁ ଯାଇଥିଲେ: ହେଲା ବଜ୍ରପାତ

ଟିକିରି/ରାୟଗଡ଼ା,୨୦।୫(ପ୍ରଫୁଲ୍ଲ କୁମାର ବେହେରା/ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ନକଟିଗୁଡା ପଞ୍ଚାୟତ ସାନମାଟିକଣା ଗାଁରେ ସୋମବାର ଅପରାହ୍ନରେ ବଜ୍ରପାତ ଘଟି ଜଣେ ମହିଳାଙ୍କ...

ଯୁବକଙ୍କ ଉପରେ ମାଡ଼ିଗଲା ହାଇୱା, ଉତ୍ତେଜନା

ତିହିଡ଼ି,୨୦।୫(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଆରୁହା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୨ଜଣ ବାଇକ୍‌ ଆରୋହୀଙ୍କ ମଧ୍ୟରେ ଧକ୍କା ହେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri