Categories: ଜାତୀୟ

ଭାଜପାକୁ ଟାର୍ଗେଟ କଲେ ମମତା

କୋଲକାତା,୨୯।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନ ପ୍ରକ୍ରିୟାରେ ସୁଧାର ଆଣିବାକୁ ଚେଷ୍ଟା କରୁଛନ୍ତି। ଏଥିପାଇଁ ସେ ସୋମବାର କହିଛନ୍ତି କି ସବୁ ରାଜନୈତୀକ ଦଳ ଭାଜପା ଭଳି ନୁହେଁ। ତ୍ରୁଣମୂଳ କଂଗ୍ରେସ ଏକ ଗରିବ ଦଳ ବୋଲି ସେ କହିଛନ୍ତି। ସେଥିପାଇଁ ସେ ନିର୍ବାଚନ ପ୍ରକ୍ରିୟାରେ ସୁଧାର ଆଣିବା କଥା ଉଠାଉଛନ୍ତି। ସେ କହିଛନ୍ତି ଆସନ୍ତା ଶହେ ଦିନ ମଧ୍ୟରେ ହଜାରରୁ ଅଧିକ ଦଳୀୟକର୍ମୀ ଗାଁ ଗାଁ ବୁଲି ଲୋକଙ୍କ ସୁବିଧା ଅସୁବିଧା କଥା ବୁଝିବେ। ତେବେ କେଉଁଠାକୁ କିଏ ଯିବ ସେ କଥା ଦଳ ନିର୍ଣ୍ଣୟ କରିବ ବୋଲି ସେ କହିଛନ୍ତି। ତେବେ ମୋଦି ସରକାର ସର୍ବଦା ପଶ୍ଚିମବଙ୍ଗକୁ ବଦନାମ କରିବାକୁ ଚାହୁଁଛନ୍ତି। ହେଲେ ଉତ୍ତର ପ୍ରଦେଶ କଥା କେବେ ଭାବିଛନ୍ତି। ସେଠାକାର ଆଇନ ଶୃଙ୍ଖଳା ପରିସ୍ଥିତି କେମିତି ଅଛି ଦେଖିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। କାରଣ ସେଠାରେ ବଳାତ୍କାର ପୀଡିତାଙ୍କ ଦୁର୍ଘଟଣା ହେଉଛି। ତାଙ୍କ ସମ୍ପର୍କୀୟଙ୍କ ମୃତ୍ୟୁ ହେଉଛି ଏସବୁ ଉପରେ ଭାଜପା ସରକାରର ନଜର ନାହିଁ ବୋଲି ମମତା କହିଛନ୍ତି।

Share