Categories: ଜାତୀୟ

ଭାଜପାକୁ ଝଟକା: ବିହାରରେ ଲାଗୁ ହେବ ନାହିଁ ଏନ୍‌ଆର୍‌ସି

ପାଟନା,୧୩।୧: ଭାଜପାର ବିହାର ସହଯୋଗୀ ଜେଡିୟୁ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ବିହାରରେ ଲାଗୁ ହେବାକୁ ମନା କରିଦେଇଛି। ଫଳରେ ଭାଜପାକୁ ଝଟକା ଲାଗିଛି। ସୋମବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିହାର ବିଧାନସଭାରେ କହିଛନ୍ତି ଯେ, ଜେଡିୟୁ ସିଏଏ ଉପରେ ସମସ୍ତ ପ୍ରକାରର ବିତର୍କ କରିବାକୁ ରାଜି ଅଛି। କିନ୍ତୁ ଏନ୍‌ଆର୍‌ସି କେବେ ହେଲେ ବିହାରରେ ଲାଗୁ ହେବନାହିଁ। ଏଠାରେ ଏନ୍‌ଆର୍‌ସି ଲାଗୁ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ନୀତୀଶ କୁମାର ଏନ୍‌ଆର୍‌ସି ଲାଗୁ ହେବ ନାହିଁ ବୋଲି କହିଥିଲେ। ହେଲେ ପ୍ରଥମଥର ପାଇଁ ସେ ବିଧାନସଭାରେ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି।

Share