Categories: ଜାତୀୟ

ଭାଜପାକୁ କେଜରିଓ୍ବାଲଙ୍କ ଖୋଲା ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୪।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି(ଏଏପି) ଓ ଭାରତୀୟ ଜନତା ପାର୍ଟି(ଭାଜପା) ମଧ୍ୟରେ କଡା ଟକ୍କର ହେବ ବୋଲି କୁହାଯାଉଛି। ମଙ୍ଗଳବାର ଏଏପି ତା’ର ଘୋଷଣା ପତ୍ର ଜାରି କରିବା ପରେ ଭାଜପାକୁ ଖୋଲା ଚ୍ୟାଲେଞ୍ଜ ଦେଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କହିଛନ୍ତି ଭାଜପା ଆସନ୍ତା କାଲି ମଧ୍ୟାହ୍ନ ସୁଦ୍ଧା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରୁ ମୁଁ ତାଙ୍କ ସହ ବିତର୍କ କରିବାକୁ ପ୍ରସ୍ତୁତ ଅଛି। ଘୋଷଣା ପତ୍ର ଜାରି କରିବା ପରେ ଖବରଦାତାଙ୍କ ସହ କଥା ହେବା ସମୟରେ ସେ ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ଟାର୍ଗେଟ କରିଥିଲେ। କେଜରିଓ୍ବାଲ କହିଥିଲେ, ମୁଁ ସବୁ ଦଳ ସହ ବିତର୍କରେ ଭାଗ ନେବାକୁ ପ୍ରସ୍ତୁତ ଅଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହୁଛନ୍ତି ଭାଜପାକୁ ଭୋଟ ଦିଅନ୍ତୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ମୁଁ ସ୍ଥିର କରିବି। ହେଲେ କିଏ ସେହି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି କେଜରିଓ୍ବାଲ ପ୍ରଶ୍ନ କରିଛନ୍ତି।

Share