Categories: ଫୁରସତ

ଭାଙ୍ଗିଗଲା ପରି ଲାଗେ ଏହି ଆସବାବପତ୍ର

କେଉଁ ଆଲମାରୀ ଫାଟିଯାଇଛି ତ କେଉଁଟି ମଝିରୁ ଦୁଇଫାଳ ହେଇଛି। ଆଉ କାହାର ମଝିରେ କିଛି ବାଜି କଣା ହୋଇଯାଇଛି। ଏହିସବୁ ଆଲମାରୀ ଦେଖିବାକୁ ଏହିଭଳି ଭଙ୍ଗା ଫଟା। କିନ୍ତୁ ବାସ୍ତବରେ ସେଇୟା ନୁହେଁ। ଭଙ୍ଗା ଦେଖାଯାଉଥିଲେ ହେଁ ଏସବୁ କାର୍ଯ୍ୟକ୍ଷମ। ଏହାର ଡ୍ର’ ଗୁଡ଼ିକ ଠିକ୍‌ ଥାଏ। ନ୍ୟୁଜିଲାଣ୍ଡ, ଅକ୍‌ଲାଣ୍ଡର ଅବସରପ୍ରାପ୍ତ କାର୍ପେଣ୍ଟର ହେକ୍‌ ଭେରୋହେଫ ଏହି ଆସବାବପତ୍ର ତିଆରି କରିଛନ୍ତି। ସେ କହନ୍ତି, ”କାଠର ଆସବାବକୁ ଏଭଳି ଲୁକ୍‌ ଦେବା ବହୁ କଷ୍ଟକର। ତେଣୁ ଗୋଟିଏ ଆସବାବ ତିଆରି ପାଇଁ ମତେ ଅନେକ ସମୟ ଲାଗେ। ତଥାପି ମତେ ଏଭଳି ଅଜବ ଆସବାବ ତିଆରି କରିବାକୁ ବହୁତ ଭଲ ଲାଗେ।“ ହେକ୍‌ଙ୍କ ଝିଅ ବାପା ତିଆରି କରିଥିବା ଆସବାବପତ୍ରର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଆଉ ତାହା ଭାଇରାଲ ହୋଇଗଲା। ଏବେ ତାଙ୍କ ତିଆରି ଆସବାବପତ୍ର ଲୋକେ କିଣିବାକୁ ଚାହୁଁଥିଲେ ହେଁ ସେ ଏସବୁ ବିକ୍ରି କରିବାକୁ ଚାହାନ୍ତି ନାହିଁ।

Share