ଭାଇଚାରା ସୃଷ୍ଟି କରେ ଝୋଡ଼ିଆ ପରଜାଙ୍କ ପୁଷ୍‌ ପରବ

ଟିକିରି,୨୪ ।୧(ଡି.ଏନ୍‌.ଏ.)

ରାୟଗଡା ଜିଲା କାଶୀପୁର ବ୍ଲକ ଝୋଡ଼ିଆ ପରଜାଙ୍କ ନିଆରା ପରବ ପୁଷ୍‌ ପରବ ଶେଷ ହୋଇଛି। ଏହା ସେମାନେ ପରମ୍ପରା ଅନୁଯାୟୀ ବିଶ୍ୱାସର ସହ ପାଳନ କରିଥାନ୍ତି। ଏହି କାଶୀପୁର ବ୍ଲକର ସମସ୍ତ ଝୋଡ଼ିଆ ପରଜା ଗ୍ରାମ ଉତସବ ମୁଖରିତ ହୋଇପଡିଛି। ପୁଷ ପୂର୍ଣ୍ଣିମାରୁ ଅମାବାସ୍ୟା ପର୍ଯ୍ୟନ୍ତ ଏହି ପର୍ବ ପାଳନ କରିଥାନ୍ତି । ଭଲ ଫସଲ ଅମଳ ସହ ଘରେ ରିଦ୍ଧିସିଦ୍ଧିର ବୃଦ୍ଧି ଏବଂ ସକଳ ସିଦ୍ଧିଲାଭ ହୋଇଥାଏ ବୋଲି ସେମାନଙ୍କ ବିଶ୍ୱାସ ରହିଛି । ନିଜ ଗ୍ରାମ ଇଷ୍ଟ ଦେବୀଙ୍କୁ ସନ୍ତୁଷ୍ଟ କରିବା ଲାଗି କାହିଁ କେଉଁ କାଳରୁ ଏହି ପରବ ସେମାନେ ପାଳନ କରି ଆସୁଛନ୍ତି । ଏହାକୁ ଗ୍ରାମରେ ୩/୪ ଦିନ ପର୍ଯ୍ୟନ୍ତ ପାଳନ କରାଯାଇଥାଏ। ଏନେଇ ଗ୍ରାମର ଜାନି ଗାଉଟିଆମାନେ ଗ୍ରାମରେ ଥିବା ନିଶାଣି ମୁଣ୍ଡାରେ ବସି ପୂଜାର୍ଚ୍ଚନା କରି ସମୟ ତିଥି ବାର ସ୍ଥିର କରନ୍ତି। ପରେ ଗ୍ରାମର ପ୍ରତ୍ୟେକ ଘରେ ୭ ଦିନ ପୂର୍ବରୁ ମାଣ୍ଡିଆ ଧାନ ଭଳି ଅନେକ ଶସ୍ୟକୁ ବତୁରାଇ ହାଣ୍ଡିଆ ଲଜା ପ୍ରସ୍ତୁତରେ କରିଥାନ୍ତି ା ପରିବାରର ସମସ୍ତେ ନୂଆବସ୍ତ୍ର ପିନ୍ଧବା ସହ ନିଶାନିମୁଣ୍ଡାରେ ପାରମ୍ପରିକ ବାଦ୍ୟଯନ୍ତ୍ର ତାଳେ ତାଳେ ନାଚଗୀତରେ ମସ୍‌ଗୁଲ ହୋଇଉଠନ୍ତି ା ପରେ ଘରେ ଅଳସୀ ପିଠା ବନାଯାଇଥାଏ। ପ୍ରତି ଘରକୁ ଶୁଖୁଆ ଅଣାଯାଇଥାଏ ା ପରବ ଶେଷ ଦିନ ଗ୍ରାମରେ ଥିବା ନିଶାଣିମୁଣ୍ଡା ନିକଟରେ ସମସ୍ତ ଘରରୁ ଅଳସୀ ପିଠା, ଶୁଖୁଆ ହାଣ୍ଡିଆ, ଲା ଆଣି ଗୋଟିଏ ଜାଗାରେ ଏକତ୍ର କରିଥାନ୍ତି। ଜାନି ବେଜୁଣିମାନେ ଗ୍ରାମରେ ନିଶାଣିମୁଣ୍ଡାରେ ଏହାକୁ ପୂଜାର୍ଚ୍ଚନା କରନ୍ତି ା ପରେ ସେଠାରେ ଥିବା ଶୁଖୁଆକୁ ରୋଷେଇ କରିବା ପାଇଁ ନିଆଯାଇଥାଏ ା ଶୁଖୁଆ ରୋଷେଇ ପରେ ଗ୍ରାମର ସମସ୍ତ ଲୋକେ ଏକାଠି ହୋଇ ହାଣ୍ଡିଆ ଲଜା ସହ ଶୁଖୁଆକୁ ଖାଇଥାନ୍ତି ା ଏହାଦ୍ୱାରା ଗ୍ରାମବାସୀଙ୍କ ଭିତରେ ଭାଇଚାରା ସମ୍ପର୍କ ପ୍ରତିଷ୍ଠା ହୋଇଥାଏ। ଲୋପ ପାଇଯାଉଥିବା ସଂସ୍କୃତିକୁ ପୁନଃଜୀବିତ କରିବା ଏହି ପର୍ବର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଚୁରନି ମାରିଭଟା ଗ୍ରାମର ଗୁରୁନାଥ ଝୋଡିଆ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri