Categories: ଜାତୀୟ

ଭାଇଚାରା ଆଗରେ ହାର ମାନିଲା ଦଙ୍ଗା: ମନ୍ଦିରକୁ ମୁସଲମାନ୍‌-ମସଜିଦ୍‌କୁ ହିନ୍ଦୁ ରହିଲେ ଜଗି

ନୂଆଦିଲ୍ଲୀ,୪।୩: ଉତ୍ତର-ପୂର୍ବ ଦିଲ୍ଲୀରେ ଘଟିଥିବା ଦଙ୍ଗା ସ୍ଥାନୀୟ ଅଞ୍ଚଳର ଭାଇଚାରା ଆଗରେ ହାର୍‌ ମାନିଛି। ତେବେ ଦଙ୍ଗାକୁ ସ୍ଥାନୀୟ ଶିବ ବିହାର ଅଞ୍ଚଳର ମହାଲକ୍ଷ୍ମୀ ଏନକ୍ଲେଭ୍‌ର ବାସିନ୍ଦା ସାହସର ସହିତ ମୁକାବିଲା କରିଛନ୍ତି। ସ୍ଥାନୀୟ ବାସିନ୍ଦା ଦେଶବାସୀଙ୍କୁ ସାମ୍ପ୍ରଦାୟିକ ସଦ୍‌ଭାବର ବାର୍ତ୍ତା ଦେଇଛନ୍ତିି। ଏାଂରେ ଥିବା ମନ୍ଦିର ସୁରକ୍ଷା ଦାୟିତ୍ୱ ମୁସଲାମାନ୍‌ମାନେ ନେଇଥିବାବେଳେ ମସଜିଦ୍‌ ଜଗିବା କାର୍ଯ୍ୟ ହିନ୍ଦୁମାନେ କରିଛନ୍ତି। ଶିବ ବିହାର ଚାରିପଟେ ଥିବା ଅଞ୍ଚଳ ଦଙ୍ଗା ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏଠାକୁ ଦଙ୍ଗାର ଛାଇ ବି ପ୍ରବେଶ କରି ପାରିନି। ଏହା କେବଳ ସ୍ଥାନୀୟ ବାସିନ୍ଦାଙ୍କ ଭାଇଚାରା ଯୋଗୁ ସମ୍ଭବ ହୋଇପାରିଥବା କୁହାଯାଉଛି। ଏବେ ଶିବ ବିହାର ବାସିନ୍ଦାଙ୍କ କାର୍ଯ୍ୟ ନେଇ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି।

Share