ଭଲ ଲାଗୁଥିବା ଯାଏ ଯାତ୍ରାରେ ଥିବି: ଜ୍ୟୋତ୍ସ୍ନାରାଣୀ

ନା ଆଗରୁ ଯାତ୍ରା କରିଥିଲେ ନା ଅଭିନୟରେ ତାଲିମ୍‌ ନେଇଥିଲେ। ତେବେ ଯାତ୍ରା ପ୍ରତି ରୁଚି ରହିଥିଲା। ଅଚାନକ ମିଳିଗଲା ସୁଯୋଗ। ତ ଚାଲି ଆସିଲେ ଯାତ୍ରାକୁ। ଏବେ ସେ ହେଉଛନ୍ତି ଓଡ଼ିଆ ଯାତ୍ରା ଜଗତର ଜଣେ ପରିଚିତ ଅଭିନେତ୍ରୀ। ସେ ହେଉଛନ୍ତି ଜ୍ୟୋତ୍ସ୍ନାରାଣୀ ନାୟକ। ତେବେ ଯାତ୍ରାରେ ସେ କେବଳ ରୋଜୀ ବୋଲି ପରିଚିତ। ଭଦ୍ରକରେ ଜନ୍ମିତା ରୋଜୀ ୨୦୧୭ରେ ଆସନ୍ତି ଯାତ୍ରାକୁ। ଯୋଗଦିଅନ୍ତି ଇଷ୍ଟର୍ଣ୍ଣ ରେଡ୍‌ ଗଣନାଟ୍ୟରେ। ପ୍ରାୟ ଅଭିନେତ୍ରୀଙ୍କ ଯାତ୍ରା କ୍ୟାରିିୟର ଡ୍ୟାନ୍ସରୁ ଆରମ୍ଭ ହୋଇଥିଲେ ମଧ୍ୟ ରୋଜୀଙ୍କ କ୍ଷେତ୍ରରେ ସେମିତି ଘଟି ନ ଥିଲା। ତାଙ୍କୁ ସିଧାସଳଖ ମିଳିଥିଲା ନାଟକରେ ଅଭିନୟର ସୁଯୋଗ। ସେ ପାଞ୍ଚ ପଇସାର ସ୍ବାମୀ, କହିଦେଲେ ମୁଁ ମରିଯିବୁ ତୁ, ଗଁାରୁ ଆସିଛି ଗଉରୀ ନାନୀ ଭଳି ନାଟକରେ ଅଭିନୟ କରି ନିଜ ଭିତରେ ଥିବା ଅଭିନୟ ପ୍ରତିଭାର ପରିଚୟ ଦେଇଥିଲେ। ଏହାପରେ ଆସିଲେ ପାର୍ବତୀ। ଏବେ ରାଜଧାନୀ ଅପେରାରେ ଅଭିନୟ ଜାରି ରଖିଛନ୍ତି। ତାଙ୍କ ଅଭିନୀତ ଅନ୍ୟ ନାଟକ ଗୁଡ଼ିକ ମଧ୍ୟରେ ରହିଛି ଲକ୍ଷେ ଶିବ ପୂଜି ପାଇଛି ତତେ, କେମିତି ଅଛ ନିହାରୀକା, ଭୁଲ ହେଇଗଲା ତତେ ଭଲପାଇ, କଳିଯୁଗର କୁନ୍ତୀ। ଉଭୟ ପଜିଟିଭ୍‌ ଏବଂ ନେଗେଟିଭ୍‌ ଭୂମିକାରେ ବେଶ୍‌ ସୁନ୍ଦର ଭାବରେ ଅଭିନୟ କରିପାରନ୍ତି ରୋଜୀ। ତାଙ୍କ କହିବା ମୁତାବକ ଅଭିନୟ ହେଉଛି ଅଭିନୟ। ତେଣୁ ଯାହା ବି ଭୂମିକା ମିଳୁ ତାହାକୁ ସେ ଯଥାସାଧ୍ୟ ନ୍ୟାୟ ଦେଇ ଜୀବନ୍ତ କରିବେ। ଏହା ହେଉଛି ଜଣେ ଭଲ କଳାକାରର ଲକ୍ଷଣ। ଏଯାବତ୍‌ ଅଭିନୟ କରିଥିବା ନାଟକଗୁଡ଼ିକ ମଧ୍ୟରୁ ସେ ‘କହିଦେଲେ ମୁଁ ମରିଯିବୁ ତୁ’ ନାଟକରେ ଅଭିନୟ କରି ବେଶ୍‌ ଆତ୍ମସନ୍ତୋଷ ଲାଭ କରିଛନ୍ତି। କାରଣ ଏଥିରେ ଅଭିନୟ କରିବାର ଭରପୂର ସୁଯୋଗ ରହିଥିଲା। ପୁଣି ଚରିତ୍ରଟି ମଧ୍ୟ ତାଙ୍କ ମନଲାଖି ଥିଲା। ଯାତ୍ରାକୁ ଭଲ ପାଉଥିବା ରୋଜୀ କହନ୍ତି, ଯାତ୍ରାକୁ ସେ ପେସା ଭାବରେ ଗ୍ରହଣ କରିନାହାନ୍ତି। ଯାତ୍ରା ତାଙ୍କର ଗୋଟେ ନିଶା। ତେଣୁ ଯେତେଦିନ ଯାଏ ଯାତ୍ରା ତାଙ୍କୁ ଭଲ ଲାଗୁଥିବ ଆଉ ଦର୍ଶକମାନଙ୍କର ଭଲପାଇବା ମିଳୁଥିବ ସେତେଦିନ ପର୍ଯ୍ୟନ୍ତ ସେ ଯାତ୍ରାରେ ରହିଥିବେ। ଦର୍ଶକଙ୍କର ମନୋରଞ୍ଜନ କରୁଥିବେ।


Enter your email to get our daily news in your inbox.

All Right Reserved By Dharitri.Com

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

ଫିଲ୍ମ ‘ମେହରମୁଣ୍ଡା’ର ରିଲିଜ ପାଇଁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ସିନେ କଳାକାର

ପୁରୁଷୋତ୍ତମପୁର,୮ା୪(ସବିତା ମିଶ୍ର): ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ମେହେରମୁଣ୍ଡା’। ମେହେରମୁଣ୍ଡା ରିଲିଜ ପୂର୍ବରୁ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ…

ଧୁରନ୍ଧର ୨ ଦେଖିବା ପରେ କୋହଲି ଦେଲେ ଏମିତି ପ୍ରତିକ୍ରିୟା: ଚାରିଆଡ଼େ ଚର୍ଚ୍ଚା

ମୁମ୍ବାଇ,୭।୪: ରଣବୀର ସିଂହଙ୍କ ଅଭିନୀତ ଧୁରନ୍ଧର ୨ ଇତିହାସ ରଚିଛି। ଏହି ଫିଲ୍ମଟି ବକ୍ସ ଅଫିସ୍‌ରେ ଏପର୍ଯ୍ୟନ୍ତ ୧୬୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି। ଏହି…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ଜନ୍ମଦିନର ୬ ଦିନ ପୂର୍ବରୁ ଆତ୍ମହତ୍ୟା କଲେ ଏହି ଅଭିନେତ୍ରୀ: ମୃତ୍ୟୁ ପୂର୍ବରୁ ସ୍ବାମୀଙ୍କୁ ଭିଡିଓ କଲ୍‌ କରି…

ଟିଭି ଅଭିନେତ୍ରୀ ସୁଭାଷିନୀ ତାଙ୍କ ଜନ୍ମଦିନର ମାତ୍ର ୬ ଦିନ ପୂର୍ବରୁ ଆତ୍ମହତ୍ୟା କରିଛନ୍ତି। ସୁଭାଷିନୀ ଫାଶୀ ଦେଇ ଦେଇଥିବା ଜଣାପଡ଼ିଛି। ସେ ସନ ଟିଭିରେ ପ୍ରସାରିତ…

ପ୍ରଶଂସକଙ୍କୁ ଗୁଡ୍‌ନ୍ୟୁଜ୍‌ ଦେଲେ କରିଶ୍ମା: ଖୁବ୍‌ଶୀଘ୍ର…

ଅଭିନେତ୍ରୀ କରିଶ୍ମା ତନ୍ନା ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ସେ ତାଙ୍କ ସ୍ବାମୀ ବରୁଣ ବାଙ୍ଗେରା ସହ ଫଟୋ ଶେୟାର କରି ପ୍ରଶଂସକଙ୍କୁ ଏହି ଗୁଡ୍‌ନ୍ୟୁଜ୍‌ ଦେଇଛନ୍ତି।…

ଯାତ୍ରା ଜଗତରେ ପାଦ ଥାପିବେ ବଲିଉଡ୍‌ର ଏହି ସୁପରଷ୍ଟାର, ସୂଚନା ଦେଇ ରାଣୀ ପଣ୍ଡା କହିଲେ ଖୁବ୍‌ଶୀଘ୍ର ମୋ’ ଯାତ୍ରାରେ…

ଭୁବନେଶ୍ୱର,୫ା୪: ଯାତ୍ରା ଅଭିନେତ୍ରୀରୁ ମାଲିକାଣୀ ପାଲଟିଥିବା ରାଣୀ ପଣ୍ଡା ଯାତ୍ରାଜଗତକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଲିଉଡ୍‌ର ଜଣେ ସୁପରଷ୍ଟାର ତାଙ୍କ ଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri