ଭଲ ଫସଲ ପାଇଁ ଯେଉଁଠି ହୁଏ କୁକୁଡ଼ା-ଗଞ୍ଜା ବାହାଘର…

ଭାରତ ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପାଳିତ ହୋଇଥାଏ। ଛତିଶଗଡ଼ର ଜନଜାତି ବହୁଳ ଅଞ୍ଚଳରେ ଲୋକେ ଚାଷବାସ ସରିବା ପରେ କୁକୁଡ଼ା-ଗଞ୍ଜା ବାହାଘର ଉତ୍ସବରେ ସାମିଲ୍‌ ହୋଇଥାନ୍ତି। ଏପରି କଲେ ଭଲ ଫସଲ ଅମଳ ହୋଇଥାଏ ବୋଲି ସ୍ଥାନୀୟ ଜନଜାତି ଲୋକେ ବିଶ୍ୱାସ କରିଥାନ୍ତି। ଏହି ଉତ୍ସବରେ ଗଞ୍ଜା ଓ କୁକୁଡ଼ାର ବାହାଘର ଧୁମଧାମ୍‌ରେ ହୋଇଥାଏ। ଏଥିପାଇଁ ନିମନ୍ତ୍ରଣ କାର୍ଡ ମଧ୍ୟ ଛପା ଯାଇ ଗାଁରେ ସମସ୍ତଙ୍କୁ ନିମନ୍ତ୍ରଣ କରାଯାଏ। ହିନ୍ଦୁ ପରିବାରରେ ହେଉଥିବା ସାଧାରଣ ବିବାହ ଭଳି ଏହି ବାହାଘର ହୁଏ। ବିବାହର ସମସ୍ତ ରୀତିନୀତି ଅନୁଯାୟୀ ଶେଷରେ କୁକୁଡ଼ା-ଗଞ୍ଜା ସାତଫେରା ମଧ୍ୟ ନିଅନ୍ତି। ଏହି ବିବାହ ଉତ୍ସବରେ ନାଚ, ଗୀତର ଆୟୋଜନ କରାଯାଇଥାଏ। ଗଞ୍ଜା ପକ୍ଷରୁ ଆସିଥିବା ବରଯାତ୍ରୀଙ୍କ ସହିତ ସଭିଏଁ ମିଶି ମହୁଲି ପିଇଥାନ୍ତି।

Share