Posted inଖେଳ

ଭଲ ପିଚ୍‌ ଟେଷ୍ଟ କ୍ରିକେଟକୁ ଆଗକୁ ନେବ: ସଚିନ

ମୁମ୍ବାଇ, ୨୫।୮(ପି.ଟି.): କ୍ରିକେଟର ସବୁ ଲମ୍ବା ଫର୍ମାଟ କୁହାଯାଉଥିବା ଟେଷ୍ଟର ଲୋକପ୍ରିୟତାକୁ ବଞ୍ଚାଇ ରଖିବାକୁ ଏବେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ପ୍ରୟାସ ଜାରି ରଖିଛି। କ୍ରିକେଟ ଆଇକନ୍‌ ସଚିନ ତେନ୍ଦୁଲକର ମଧ୍ୟ ଏ ନେଇ ନିଜର ପରାମର୍ଶ ଦେଇଛନ୍ତି। ଟେଷ୍ଟ ଫର୍ମାଟକୁ ବଞ୍ଚାଇ ରଖିବା ସହ ଆଗକୁ ନେବାକୁ ହେଲେ ଭଲ ପିଚ୍‌ ପ୍ରସ୍ତୁତି ଉପରେ ଧ୍ୟାନ ଦିଆଯିବା ଦରକାର। ଭଲ ପିଚ୍‌ରେ ଖେଳାଗଲେ ଟେଷ୍ଟ ଉପଭୋଗ୍ୟ ହୋଇପାରିବ ବୋଲି ସଚିନ କହିଛନ୍ତି। ଚଳିତ ଆଶେସର ଉଦାହରଣ ଦେଇ ସଚିନ କହିଛନ୍ତି ଯେ, ଏହି ହାଇପ୍ରୋଫାଇଲ ସିରିଜରେ ଇଂଲଣ୍ଡ ଯୁବ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଓ ଅଷ୍ଟ୍ରେଲୀୟ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଷ୍ଟିଭ୍‌ ସ୍ମିଥ୍‌ଙ୍କ ମଧ୍ୟରେ ଜବରଦସ୍ତ ସଂଘର୍ଷ ଦେଖିବାକୁ ମଳିଛି ଓ ଏହା ମଧ୍ୟ ବେଶ୍‌ ଉପଭୋଗ୍ୟ ହୋଇ ପାରିଛି। ଉନ୍ନତ ତଥା ଭଲ ପିଚ୍‌ ଉପରେ ଆଶେସ ଖେଳାଯାଉଥିବାରୁ ଏହା ସମ୍ଭବ ହୋଇପାରିଛି ବୋଲି କହିଛନ୍ତି। ଯଦି ଭଲ ପିଚ୍‌ ପ୍ରସ୍ତୁତ କରାଯାଏ ତେବେ ଟେଷ୍ଟ ହେଉ କି ଦିନିକିଆ ଆଦୌ ଅରୁଚିକର ହେବ ନାହିଁ। ଏହା ହୋଇପାରିଲେ ଭଲ ବୋଲିଂ, ବ୍ୟାଟିଂ ଦେଖିବାକୁ ମିଳିପାରିବ।
ଲଡର୍‌ସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଥିଲା। ଦେଢ଼ ଦିନର ଖେଳ ସମ୍ଭବ ହୋଇପାରି ନ ଥିଲା। ତେବେ ଏହା ସତ୍ତ୍ୱେ ଅନ୍ତିମ ଦିବସରେ ରୋମଞ୍ଚକ ମୋଡରେ ମ୍ୟାଚ୍‌ ପହଞ୍ଚିଥିଲା। ଇଂଲଣ୍ଡ କେତୋଟି ଉଇକେଟ ନେବା ପରେ ଅଷ୍ଟ୍ରେଲିଆକୁ ବେଶ୍‌ ସଂଘର୍ଷ କରିବାକୁ ପଡିଥିଲା। ଅବଶ୍ୟ ଏବେ ଟେଷ୍ଟ କ୍ରିକେଟ ବେଶ୍‌ ରୋମାଞ୍ଚକ ହୋଇଛି।
ଦିନିକିଆ ବିଶ୍ୱକପ୍‌ ପରେ ସବୁ ଦଳଗୁଡିକ ଏବେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଉପରେ ମନୋନିବେଶ କରିଛନ୍ତି। ଏହି ଚାମ୍ପିୟନଶିପ୍‌ ଆଶେସ୍‌ରୁ ହିଁ ଆରମ୍ଭ ହୋଇଛି। ଏବେ ପ୍ରଶଂସକ ଟେଷ୍ଟକୁ ନେଇ ଚର୍ଚ୍ଚା କରୁଛନ୍ତି। ୨୦୦ଟି ଟେଷ୍ଟ ଖେଳି ବିଶ୍ୱରେକର୍ଡ ସ୍ଥାପନ କରିଥିବା ତେନ୍ଦୁଲକର ୧୫, ୯୨୧ ରନ ସଂଗ୍ରହ କରିଛନ୍ତି। ଉଭୟ ବୋଲିଂ ଓ ବ୍ୟାଟିଂକୁ ସୁହାଉଥିବା ଟ୍ରାକ ଟେଷ୍ଟକୁ ବଞ୍ଚାଇ ରଖିପାରିବ। ଯଦି ଶୁଖିଲା ଓ ଫ୍ଲାଟ ପିଚ୍‌ରେ ଟେଷ୍ଟ ଖେଳାଯାଏ ତାହାଲେ ସମସ୍ତଙ୍କୁ ନିରାଶ ହେବାକୁ ପଡିବ। ମୁମ୍ବାଇ ହାଫ୍‌ ମାରାଥନରେ ଯୋଗ ଦେବା ଅବସରରେ ସଚିନ ଏହି କଥା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri