ଭଦ୍ରକରେ ୪ର୍ଥ କରୋନା ପଜିଟିଭ୍‌ ପରେ ଖେଳିଯାଇଛି ଆତଙ୍କ, ଯାଞ୍ଚ କଡ଼ାକଡ଼ି

ଭଦ୍ରକ ଅଫିସ,୧ା୪: ଭଦ୍ରକରେ ଚତୁର୍ଥ କରୋନା ପଜିଟିଭ୍‌ ଚିହ୍ନଟ ପରେ ସହର ତଥା ଜିଲାରେ ଆତଙ୍କ ଖେଳିଯାଇଛି। ଏବେ ପ୍ରଶାସନ କଠୋର ହୋଇଛି। ବୁଧବାର ସକାଳୁ ପୁରୁଣା ବଜାର ଅଞ୍ଚଳକୁ ସିଲ୍‌ କରିଦିଆଯାଇଛି। ଯାତାୟାତ ଉପରେ ସ୍ଥାନୀୟ ପୋଲିସ ପ୍ରତିବନ୍ଧକ ଲଗାଇଥିବା ବେଳେ କଡାକଡ଼ି ଯାଞ୍ଚ କରାଯାଉଛି। ପୁରୁଣାବଜାର ଅଞ୍ଚଳରେ ଖୋଲାଯାଇଥିବା ପରିବା ମାର୍କେଟ ବନ୍ଦ କରିଦିଆଯାଇଛି। କେବଳ ଔଷଧ ଦୋକାନକୁ ବାଦ୍‌ ଦେଲେ ଅନ୍ୟ କୌଣସି ଦୋକାନ ଖୋଲା ଯାଇନାହିଁ। ଚି଼ହ୍ନଟ ରୋଗୀ ଓ ସମ୍ପର୍କୀୟଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ରୋଗୀ କାହା କାହା ସହ ମିଶିଛନ୍ତି ସେ ନେଇ ତନାଘନା ଆରମ୍ଭ ହୋଇଛି। ରାସ୍ତାଘାଟ ପୂରା ଶୂନ୍‌ଶାନ ହୋଇଯାଇଛି।