ଭଦ୍ରକରେ ରାତ୍ରକାଳୀନ କର୍ଫ୍ୟୁ ଜାରି: ସନ୍ଧ୍ୟା ୭ରୁ ସକାଳ ୭ଟା ପର୍ଯ୍ୟନ୍ତ ବାହାରକୁ ବାହାରିବା ମନା

ଭଦ୍ରକ ଅଫିସ, ୫।୫: ଭଦ୍ରକ ଜିଲାରେ ମଙ୍ଗଳବାରଠାରୁ ଆଗାମୀ ୧୭ ତାରିଖ ପର୍ଯ୍ୟନ୍ତ ରାତ୍ରକାଳୀନ କର୍ଫ୍ୟୁ ଜାରି କରାଯାଇଛି। ସନ୍ଧ୍ୟା ୭ରୁ ସକାଳ ୭ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ ଜାରି ରହିବ। ଏ ନେଇ ଜିଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ଟୁଇଟ୍‌କରି ସୂଚନା ଦିଆଯାଇଛି। କର୍ଫ୍ୟୁ ସମୟରେ କେହି ଘରୁ ବାହାରିବେ ନାହିଁ ବୋଲି କୁହାଯାଇଛି। ବିନା କାରଣରେ ଘରୁ ବାହାରିଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ସଂକ୍ରମଣ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି।