ଭଦ୍ରକରେ କାର୍ଯ୍ୟକ୍ଷମ ହେଲା ପ୍ରଥମ କୋଭିଡ୍‌ ହସ୍ପିଟାଲ

ଭଦ୍ରକ ଅଫିସ,୧୧।୪: ଶନିବାର ଅପରାହ୍ନରେ ଭଦ୍ରକ ଜିଲାରେ ପ୍ରଥମ କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି। ମୋଟେଲ ଛକସ୍ଥିତ ସାଳନ୍ଦୀ ହସ୍ପିଟାଲକୁ କୋଭିଡ୍‌ ହସ୍ପିଟାଲ ଭାବେ କାର୍ଯ୍ୟକ୍ଷମ କରାଯାଇଛି। ୧୨୦ ଶଯ୍ୟା, ୪ ଆଇସିୟୁ, ୪ ଭେଣ୍ଟିଲେଟର ବ୍ୟବସ୍ଥା ରହିଥିବା ଜିଲାପାଳ ଡା. ଜ୍ଞାନରଞ୍ଜନ ଦାସ ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ର, ଜିଲା ଚିକିତ୍ସାଧିକାରୀ ଡା ଜଗନ୍ନାଥ ପହୀ, ମେଡିକାଲ ମାଲିକ ଡା. ପ୍ରଭାସ କୁମାର ମହାନ୍ତି ପ୍ରମୁଖଙ୍କ ଉପସ୍ଥିତିରେ ଏହି ହସ୍ପିଟାଲ ଉଦ୍‌ଘାଟିତ ହୋଇଥିଲା।