ଭତ୍ତା ବଣ୍ଟନରେ ଅନିୟମିତତା ଅଭିଯୋଗ: ଖଇରା ବ୍ଲକ କାର୍ଯ୍ୟାଳୟରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ

ଖଇରା,୪।୧୦(ଡି.ଏନ୍‌.ଏ): ବାଲେଶ୍ବର ଜିଲା ଖଇରା ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଓ ଭତ୍ତା ବଣ୍ଟନରେ ଅନିୟମିୟତା ଅଭିଯୋଗରେ ଭିଜିଲାନ୍ସ ଡିଏସ୍‌ପି ଏସ୍‌. କେ. ସାମନ୍ତରାୟ ଓ ଇନ୍ସପେକ୍ଟର ଏସ୍‌ ହେମ୍ବ୍ରମଙ୍କ ନେତୃତ୍ୱରେ ତିନି ଜଣିଆ ଟିମ୍‌ ଏହି ଚଢ଼ାଉ କରିଛନ୍ତି। ଏ ନେଇ ୨ ମାସ ପୂର୍ବରୁ ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ବିଭାଗ ବିଭିନ୍ନ କାଗଜପତ୍ର ଯାଞ୍ଚ କରିବା ସହ ବିଡିଓ ମହେଶ ଚୌଧୁରୀଙ୍କୁ ପଚରାଉଚରା ଜାରି ରଖିଛନ୍ତି।