ଭତା ପାଏଲେ ଦୁଇ ଦିବ୍ୟାଙ୍ଗ ବହେନ୍‌

ଲୋଇସିଂହା,୧୩।୭(ଡି.ଏନ୍‌.ଏ): – ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିବାହାଲ ପଁଚେତ୍‌ ସଦର ଗଁ। ର ଦୁଇ ଦିବ୍ୟାଙ୍ଗ ବହେନ୍‌ ଚାର ଭୋଇ(୪୫) ଆର ସୁଦ୍ରା(୪୦)। ବ୍ଲକ ପରଶାସନ ତରଫୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରି ଲୋଇସିଂହା ବିଡିଓ ରାମଚନ୍ଦ୍ର ଖାଡ଼ିଆ ସେମାନକୁ ଗୁଟେ ମାସର ଭତା ଦେଇଛନ୍‌। ଭତା ଟଁକା ପାଏଲା ଉତାରୁ ଦୁଇ ବହେନ୍‌ ଖୁସିରେ ଗଦ୍‌ଗଦେଇ ଯାଇଥିଲେ।
ପୂରବର ସୂଚନା ହିସାବେ ବାଦିବାହାଲ ଗଁ। ର ବେହେରା ପଡ଼ାର ଅମର ଭୋଇ (୯୦)। ୧୫ ବଛର ଆଗରୁ ତାକର ମାଏକିନାର ମୁରତୁ ହେଇଛେ। ବୁରୁଧ୍‌ ଅମର ବଏସ୍‌ ଅଧ୍‌କା ହେବାର ଲାଗି ଏହେଦ୍‌କା ଅପାରୁ ହେଇଯାଇଛନ୍‌। ଇଆଡ଼େ ଦୁଇ ଦିବ୍ୟାଙ୍ଗ ଝି’ ଚାର ଆର ସୁଦ୍ରା କେହେନ୍‌ସି କାମ୍‌ବୁତା ନାଇଁ କରିପାରବାର। ଇଆଡ଼େ ଇ ଦୁଖି ପରିବାର ଆଏଜ୍‌ତକ ସରକାରକଁର ଆବାସ ଯୋଜନାରୁ ବଁଚିତ୍‌ ହେଇ ରହିଛନ୍‌। ସେନ୍‌ତା ଦିବ୍ୟାଙ୍ଗ ଦୁଇ ବହେନ୍‌ ଚାର ଆର ସୁଦ୍ରା ଭତା ଯୋଜନାରୁ ବଁଚିତ୍‌ ହେଇ ରହିଥିଲେ। ଇ ବାବ୍‌ଦେ ଗଲା ୭ ତାରିଖ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ବୁରୁଧ୍‌କଁର ଉପରେ ଦୁଇ ଦିବ୍ୟାଙ୍ଗ ଝି’ର ବୋଝ୍‌’ ଶୀରଷକ୍‌ରେ ଖବର ବାହାରିଥିଲା। ଖବର ବାହାରଲା ଉତାରୁ କେତେ ସାମାଜିକ ସଂଗଠନ, ନିରବାଚିତ ଜନ ପରତିନିଧି ଆର ପରଶାସନ ତତ୍‌ପରତା ଦେଖେଇଥିଲେ। ଗୁରୁବାର ଲୋଇସିଂହା ବିଧାୟକ ଡ.ମୁକେଶ ମହାଲିଙ୍ଗ ବାଦିବାହାଲ ଗଁାର ଦୁଇ ଦିବ୍ୟାଙ୍ଗ ବହେନ୍‌କେ ଯେତେ ଜଲଦି ହେବା ଭତା ଯୋଜନାରେ ସାମିଲ କରବାକେ ବିଡିଓ ରାମଚନ୍ଦ୍ର ଖାଡ଼ିଆକୁଁ ନିରଦେଶ ଦେଇଥିଲେ। ଶୁକୁରବାର ବାଦିବାହାଲର ଯୁବମୋର୍ଚ୍ଚା ସଦସ୍ୟ ସୁନୀଲ ଦାସ, ଗୋପବନ୍ଧୁ ବଗର୍ତ୍ତି ଆର ମାହେଶ୍ୱରୀ ସଂଗଠନର କରମକରତାକଁର ଉପସ୍ଥିତିରେ ଦୁଇ ଦିବ୍ୟାଙ୍ଗ ବହେନ୍‌କେ ବିଡିଓ ଖାଡ଼ିଆ ପହେଲା ମାସର ଭତା ଦେଇଥିଲେ। ଇ ଦୁଖି ପରିବାରକେ ଯେତେ ଜଲଦି ହେବା ଅନ୍ତ୍ୟୋଦୟ ଅନ୍ନପୂର୍ଣ୍ଣା ଯୋଜନାରେ ଚାଉଲ ଆର ପକାଘର ଖଁଡ଼େ ଯୁଗେଇ ଦେବାକେ ଦୁଇ ସଂଗଠନ୍‌ର କରମକରତା ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ସମ୍ବଲପୁରରେ ଭାରତ ବନ୍ଦ ସଫଳ: ଜାତୀୟ ରାଜପଥରେ ଗାଡ଼ି ଜାମ୍‌

ସମ୍ବଲପୁର,୧୨।୨(ପ୍ରମୋଦ ବହିଦାର): ନୂଆ ଶ୍ରମ କୋଡ଼ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଭିନ୍ନ ଶ୍ରମିକ ସଂଗଠନ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଫଳରେ ଶ୍ରମ…

ରାସ୍ତାରେ ଷ୍ଟଣ୍ଟ୍‌ କରୁଥିଲେ ଯୁବକ: ମାଡ଼ିବସିଲା ପୋଲିସ

ସମ୍ବଲପୁର,୭।୨(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ହୀରାକୁଦ ଜଳଭଣ୍ଡାର ଦକ୍ଷିଣ(ରାଇଟ) ଡାଇକ ରାସ୍ତାରେ ବେପରୁଆ ଓ ବିପଦପୂର୍ଣ୍ଣ ଭାବରେ କାର୍‌ ଚାଳନା(ଷ୍ଟଣ୍ଟ) କରିଥିବା ଅଭିଯୋଗରେ ୭ ଯୁବକଙ୍କୁ…

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ନିଲମ୍ବିତ ହେଲେ ସହକାରୀ ପ୍ରଫେସର

ସମ୍ବଲପୁର,୭।୨(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ବବିଦ୍ୟାଳୟର ଏମ୍‌ବିଏ ବିଭାଗର ଗବେଷଣାରତ ଜଣେ ପିଏଚ୍‌ଡି ଛାତ୍ରୀଙ୍କୁ ତାଙ୍କ ଗାଇଡ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଛାତ୍ରୀଙ୍କ ଅଭିଯୋଗ ଆଧାରରେ ବିଶ୍ବବିଦ୍ୟାଳୟର…

ସମ୍ବଲପୁର ସର୍କଲ ଜେଲ୍‌ରେ ରାଜସ୍ଥାନ ପୋଲିସ

ସମ୍ବଲପୁର,୬।୨: ରାଜସ୍ଥାନ ପୋଲିସର ଏକ ଟିମ୍‌ ଶୁକ୍ରବାର ସମ୍ବଲପୁର ସର୍କଲ ଜେଲ୍‌ରେ ପହଞ୍ଚି ପୋଲିସ ଅଧିକାରୀଙ୍କୁ ଭେଟିଛନ୍ତି। ଏହି ଅବସରରେ ରାଜସ୍ଥାନ ପୋଲିସ ଜେଲ୍‌ରେ ଥିବା ଦୁର୍ଦ୍ଦାନ୍ତ…

ସରକାରଙ୍କ ବଡ଼ ଘୋଷଣା: ବୁର୍ଲାରେ ଖୋଲିବ ନୂଆ ତହସିଲ ଅଫିସ

ସମ୍ବଲପୁର,୨।୨:(ପ୍ରମୋଦ ବହିଦାର): ସମ୍ବଲପୁର ପାଇଁ  ବଡ଼ ଘୋଷଣା। ଖୁସିହେବେ ବୁର୍ଲାବାସୀ। ସମ୍ବଲପୁର ବୁର୍ଲାରେ ଖୋଲିବ ନୂଆ ତହସିଲ ଅଫିସ। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା…

ବାଇକ୍‌କୁ ଧକ୍କା ଦେଇ ଘୋଷାଡ଼ି ନେଲା ବୋଲେରୋ: ଚାଲିଗଲା ସ୍ବାମୀଙ୍କ ଜୀବନ, ସ୍ତ୍ରୀ ଗୁରୁତର

ଗୋଡ଼ଭଗା,୩୧ା୧(ସୁରେଶ ଦାଶ): ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ଗୋଡ଼ଭଗା ମାରୱାଡି ଧର୍ମଶାଳା ପାଖରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ କଳାମାଟି ପଞ୍ଚାୟତ ମାଉଲିଭାଗର ହେମସାଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri