ଭତାରୁ ବଁଚିତ୍‌ ଦୁଇ ଦିବ୍ୟାଙ୍ଗ ବହେନ୍‌

ଲାଠୋର, ୨୨।୧୧(ଡି.ଏନ୍‌.ଏ.)-ସରକାର ବୁଢ଼ାବୁଢ଼ି, ବିଧବା, ଦିବ୍ୟାଙ୍ଗମାନକୁ ମାସିକ ୫ଶହରୁ ୭ଶହ ଟଁକା ତକ୍‌ ଭତା ଯୁଗେଇ ଦେଉଛନ୍‌। ହେଲେ ବିଭାଗୀୟ ଅଧ୍‌କାରୀ, କରମ୍‌ଚାରୀକର ଅବହେଲାରୁ ଅନେକ୍‌ ହକ୍‌ଦାର ହିତାଧିକାରୀ ଭତା ପାଏବାରୁ ବଁଚିତ୍‌ ହେଉଥିବାର ଅଭିଯୋଗ ହେଉଛେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ପଁଚେତ୍‌ ଅଧୀନ ପିପଲବାହାଲ ଗଁା ବନ୍ଦପଡ଼ାରେ।
ସୂଚନା ହିସାବେ ପିପଲବାହାଲ ଗଁାର କଳାକାହ୍ନୁ ଭୋଇ(୬୬)। ପରିବାର କହେଲେ ମାଏକିନା ମୁକ୍ତା(୬୦), ଝି’ ହେମଲତା(୩୫), ଭାମା(୨୦)କେ ନେଇ ରହୁଛନ୍‌। ଆଉର ଦୁଇ ଝି’ ମାଳତି, ଭୂମି ଆର ପୁଓ ବଂଶୀ ବିହାଚୁରା ହେଇ ନିଜର ନିଜର କୁଟୁମ ସଂଗେ ଅଲଗେ ରହୁଛନ୍‌। ସେନ୍‌ତା ନିଜର ପାସେ ଥିବାର ଦୁଇ ଝି’ ଛୋଟ ବେଲେ କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ପଡ଼ିଥିଲେ। ସେଦିନଠାନୁ ତାକର ଆଏଁଖ୍‌ ନାଇଁ ଦିଶ୍‌ବାର, ଦୁଇ ଝନ ଦିବ୍ୟାଙ୍ଗ ଜୀବନ୍‌ ବିତଉଛନ୍‌। ଇଆଡ଼େ ପରିବାରଟା ଆଦିବାସୀ ସମାଜର ଆର୍‌ ନିହାତି ଗରିବ୍‌। ସଁପତି ବଲି କିଛି ନାଇଁ। ଗଁାର ଝନେ ସହୁରୁଦ୍‌ ଲୋକ୍‌ ବାସୁ ମେହେର ତାହାକୁ ରହିବାର ଲାଗି ୮ ଡେସିମିଲ ଜାଗା ଦାନ କରିଛନ୍‌। ସେ ଜାଗାରେ କଳାକାହ୍ନୁ ଝାଟିମାଟିର ଗୁଟେ ଘର କରି କୁଟୁମବସିଆ ମୁଡ଼ଗୁଁଜିଛନ୍‌। ସେନ୍‌ତା କଳାକାହ୍ନୁ ପାସର ଜଂଗଲରୁ ଶୁଖାକାଠ୍‌, ସରଗୀ କାଠି, ପତର ଆନି ବିକାଭଂଗା କରି କୁଟୁମ ପୁଷୁଛନ୍‌। ସରକାରୀ ସାହାଯ୍‌ କହେଲେ ମାସିକ ୩୫ କେ.ଜି. ଚାଉଲ ପାଉଛନ୍‌। ସେନ୍‌ତା ୨୦୧୮-୧୯ ସାଲେ କଳାକାହ୍ନୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଖଁଡ଼େ ପାଇଛନ୍‌। ଘରଟା ପୂରା ହେଇଛେ, ହେଲେ ଭିତରଫାଲ କଁାଥି ସିମେଟ ଛପେଇ ନାଇଁ ହେଇ। ଏମ୍‌ଜିଏନ୍‌ଆର୍‌ଇଜିଏରୁ ପାଏବାକେ ଥିବାର ୧୬ ହଜାର ଟଁକାରୁ ୬ ହଜାର ଟଁକା ପାଇଛନ୍‌। ହେଲେ ବାକି ୧୦ ହଜାର ଟଁକା ଆଏଜ୍‌ ବି ପାଏବାର ବାକି ରହିଛେ। ଇଆଡ଼େ ଘରେ ଥିବାର ଦୁଇ ଝି’ ଦିବ୍ୟାଙ୍ଗ ହେଇଥିଲେ ବି ଆଏଜ୍‌ତକ ଭତା ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ସେନ୍‌ତା କଳାକାହ୍ନୁ ଆର ତାକର ମାଏକିନା ମୁକ୍ତାକଁର ବଏସ୍‌ ୬୦ ଟପିଥିଲେ ବି ଭତା ନାଇଁ ପାଏବାର। ପରିବାରର ୪ ଝନ୍‌କର ଭତା ଲାଗି କଳାକାହ୍ନୁ ବାରବାର ଥାନୀଅ ନେତାନୁ ସରକାରୀ ବାବୁମାନକୁ ଭେଟି ଗୁହାରି କରି ନିରାଶ ହେଇଥିବାର କହିଛନ୍‌। ଜିଲା ଆର ବ୍ଲକ ପରଶାସନ ଇ ଗରିବ୍‌ ପରିବାର ଉପରେ ଦୁରୁଷ୍‌ଟି ଦେଇ ବୁରୁଧ୍‌ ଦମ୍ପତି ଆର ତାକର ଦୁଇ ଦିବ୍ୟାଙ୍ଗ ଝି’କେ ଭତା ଯୁଗେଇ ଦେବାକେ ବୁଧିଜୀବୀ ମହଲରେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରୁ ମିଳିଲା ହାତୀ ଶାବକର ମୃତଦେହ

ମୋରଡା,୧୯।୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରୁ ବନବିଭାଗ ଗୁରୁବାର ଏକ ଶାବକ ହାତୀର ଗଳିତ ମୃତଦେହ ଜବତ କରିଛି। ହେଲେ ଶାବକ ମୃତ୍ୟୁର କାରଣ…

ଆଦିବାସୀଙ୍କୁ ରୋଜଗାରର ଲୋଭ ଦେଖାଇ ଅଫିମ ଗଛକୁ ଚାଇନା ଶାଗ କହିଥିଲେ ମାଫିଆ, ଏବେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ…

କେନ୍ଦୁଝର,୧୯ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ବରଦାପାଳ ପଞ୍ଚାୟତ ତଳକମ୍ପଡିହୀ ଗାଁର ଜହ୍ଲା ସାହିରେ ବ୍ୟାପକ ପରିମାଣର ଅଫିମ ଚାଷକୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତରେ ପୋଲିସ, ବନ…

ଖଜୁରିପଡ଼ା ଗୋଷ୍ଠୀ ଶିକ୍ଷା ବିଭାଗ: ୫ କେନ୍ଦ୍ରରେ ୭୧୧ ବିଦ୍ୟାର୍ଥୀ ପରୀକ୍ଷା ଦେଲେ

ଖଜୁରିପଡ଼ା,୧୯ା୨(ବିଦୁର ବେହେରା): ଚଳିତ ବର୍ଷ ଫେବୃଆରୀ ୧୯ ଗୁରୁବାରଠାରୁ ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖରେ ଶେଷ ହେବ। ଖଜୁରିପଡ଼ା ଗୋଷ୍ଠୀ ଶିକ୍ଷା ବିଭାଗ…

ଭିଜିଲାନ୍ସ ଜାଲରେ ସୋର ତହସିଲଦାର: ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ

ସୋର,୧୯।୨(ଜନ୍ମେଞ୍ଜୟ ମିଶ୍ର): ଓଡ଼ିଶା ଭିଜିଲାନ୍ସ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବାଲେଶ୍ୱର ଜିଲା ସୋର ତହସିଲଦାରଙ୍କୁ ଗିରଫ କରିଛି। ଜବତ ହୋଇଥିବା ପଥର ବୋଝେଇ…

ଓଡ଼ିଶାର ଏହି ଜିଲାରେ ମିଳିଲା ଦେଢ଼ ଟନ୍ ସୁନା; ବିଧାନସଭାରେ ସୂଚନା ଦେଲେ ଖଣି ମନ୍ତ୍ରୀ

ଭୁବନେଶ୍ୱର,୧୯।୨: ଓଡ଼ିଶା ପାଇଁ ଖୁସି ଖବର। ବିଶ୍ୱରେ ସୁନା ଦର ଆକାଶଛୁଆଁ ହେଉଥିବା ବେଳେ ମୟୂରଭଞ୍ଜ ଜିଲାରେ ବିପୁଳ ପରିମାଣର ସୁନା ଗଚ୍ଛିତ ଥିବା ନେଇ ସରକାରୀ…

ପଦ୍ମପୁର ତହସିଲଦାରଙ୍କୁ ନିଲମ୍ବନ କଲେ ସରକାର

ବରଗଡ଼,୧୯ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପଦ୍ମପୁର ତହସିଲଦାର ବିପିନ କୁମାର ପ୍ରଧାନଙ୍କୁ ଦୁର୍ନୀତି ଅଭିଯୋଗରେ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର। ଜିଲାପାଳଙ୍କ ରିପୋର୍ଟ ଆଧାରରେ ପଦ୍ମପୁରର ତହସିଲଦାରଙ୍କୁ…

୩ କେନ୍ଦ୍ରରେ ୧୧ ପରୀକ୍ଷାର୍ଥୀ ଅନୁପସ୍ଥିତ

ଗୁଡ଼ାରି,୧୯ା୨(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ୩ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ୧୧ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ। ମୋଟ୍‌ ୫୩୭…

ବସ୍‌ ଧକ୍କାରେ ଓଲଟିପଡ଼ିଲା ଟ୍ରାକ୍ଟର, କଣ୍ଡକ୍ଟରଙ୍କ ସମେତ…

ଧୂଷୁରୀ,୧୯ା୨(ଦୀପ୍ତିରଞ୍ଜନ ନାୟକ): ଭଦ୍ରକ ଜିଲା ଧୂଷୁରୀ ଥାନା ଓ ଆରଡ଼ି ଫାଣ୍ଡି ଅଧୀନ କୁଳେଇପଦା ଓ ଆରଡ଼ିର ମଧ୍ୟବର୍ତ୍ତୀ ସ୍ଥାନରେ ୨୦ ନମ୍ବର ଜାତୀୟ ରାଜପଥରେ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri