ଭଉଣୀ ସହ ଭାଇ ଦୁଜ ପାଳିଲେ କାର୍ତ୍ତିକ

ମୁମ୍ବାଇ: ଦୀପାବଳି ସେଲିବ୍ରେସନ ପରେ ଏବେ ବଲିଉଡ୍‌ରେ ଭାଇ ଦୁଜ ପାଳନ କରାଯାଇଛି। ଭାଇ ଭଉଣୀଙ୍କ ଭଲ ପାଇବାକୁ ପ୍ରତୀକ ଭାବେ ଜଣାଯାଉଥିବା ଏହି ପର୍ବକୁ ସମଗ୍ର ଦେଶରେ ମଙ୍ଗଳବାର ହର୍ସଉଲ୍ଲାସରେ ଭାଇ ଦୁଜ ପାଳନ କରାଯାଇଛି। ଇତିମଧ୍ୟରେ ଅଭିନେତା କାର୍ତ୍ତିକ ଆର୍ୟନ ଭଉଣୀ କୃତ୍ତିକାଙ୍କ ସହ ଭାଇ ଦୁଜ ମନାଇଛନ୍ତି। ଆଉ ଏହାର କିଛି ଫଟୋକୁ କାର୍ତ୍ତିକ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଗୋଟିଏ ଫଟୋରେ କାର୍ତ୍ତିକ ଭଉଣୀଙ୍କ ପାଦ ଛୁଇଁ ଆଶୀର୍ବାଦ ନେଉଥିବା ଅନ୍ୟଟିରେ କୃତ୍ତିକା ତାଙ୍କୁ ଚନ୍ଦନ ଲଗାଉଥିବା ଦେଖିବାକୁ ମିଳିଛି। ସବୁଠାରୁ ମଜା କଥା ହେଲା କାର୍ତ୍ତିକଙ୍କ କ୍ୟାପସନ। ଫଟୋ ଶେୟାର କରି ସେ କୃତ୍ତିକାଙ୍କୁ ଭାଇ ଦୁଜର ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ସେ ଲେଖିଛନ୍ତି, ମୋ ଭଉଣୀ ପାଖରେ ବିଶ୍ୱର ସବୁଠାରୁ ଭଲ ଭାଇ ଅଛି, ଏହା ମୁଁ କହୁନାହିଁ ବରଂ ମୋ ଭଉଣୀ କୁହେ। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share