ଭଉଣୀଙ୍କ ତାଗିଦ ଯୋଗୁ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ: ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ବଡ଼ସାହି,୧୦।୧୨(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଅଧୀନ ପଶୁଦା ଗ୍ରାମ ଭୋଳପଦା ସାହିର ନବମ ଶ୍ରେଣୀର ଛାତ୍ର କାଳିଦାସ ମାରାଣ୍ଡି ମଙ୍ଗଳବାର ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଅପରାହ୍ନରେ ତାଙ୍କର ମୃତ୍ୟୁ ଘଟିଛି।
ସୂଚନାଯୋଗ୍ୟ, ସ୍କୁଲ ଯିବା ପାଇଁ ବଡ଼ ଭଉଣୀ ତାଗିଦ କରିବାରୁ କାଳିଦାସ ଉତ୍ତ୍ୟକ୍ତ ହୋଇ ଘରଭିତରେ କବାଟ ବନ୍ଦ କରି ଦେଇଥିଲେ । କିଛି ସମୟ ପରେ ଘର ଭିତରୁ ନିଆଁ ବାହାରୁଥିବା ଦେଖି ପଡ଼ୋଶୀ କବାଟ ଭାଙ୍ଗି କାଳିଦାସଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବଡ଼ସାହି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାରିପଦା ପିଆର୍‌ଏମ୍‌ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା।