ବୟ ଫ୍ରେଣ୍ଡଙ୍କ ହାତ ରନ୍ଧାର ମଜା ନେଉଛନ୍ତି ସୁସ୍ମିତା

ମୁମ୍ବାଇ: ଫିଟନେସ୍‌ ପାଇଁ ବଲିଉଡ୍‌ରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସୁସ୍ମିତା ସେନ୍‌ ତାଙ୍କ ଲଭ୍‌ ଲାଇଫକୁ ନେଇ ମଧ୍ୟ ଅଛନ୍ତି ଚର୍ଚ୍ଚାରେ। ବୟଫ୍ରେଣ୍ଡ ରୋହମନ ସଲଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଇନଷ୍ଟାଗ୍ରାମ ଚାଟିଂରୁ ଆରମ୍ଭ ହୋଇଥିଲା ବୋଲି କୁହାଯାଏ। ସୋସିଆଲ ମିଡିଆରେ ଉଭୟଙ୍କ ଫଟୋ ଓ ଭିଡିଓ ଏହାର ଗୋଟିଏ ଗୋଟିଏ ଉଦାହରଣ। ଏବେ କିନ୍ତୁ ଲକ୍‌ଡାଉନକୁ ନେଇ ବଳିଉଡ୍‌ର ସେଲିବ୍ରିଟିମାନେ କେବେ କେବେ ଘରେ ରୋଷେଇ କରିବାଠାରୁ ଆରମ୍ଭ କରି ସଫାସଫି କାମ କରୁଥିବା ଦେଖାଯାଇଛି। ହେଲେ ନାୟିକା ସୁସ୍ମିତାଙ୍କ କ୍ଷେତ୍ରରେ ଏହା ସାମାନ୍ୟ ଅଲଗା ନଜର ଆସିଛି। ଏବେ ଅଧିକାଂଶ ସମୟ ସେ ଅନ୍‌ଲାଇନରେ ରହୁଥିବା ବେଳେ ନିକଟରେ ସେ ଏକଥା ବି କହିଛନ୍ତି ତାଙ୍କୁ ରୋଷେଇ ଜଣାନାହିଁ। ହେଲେ ତାଙ୍କ ପୁରୁଷ ବନ୍ଧୁ ରୋହମନ ଭଲ ରୋଷେଇ ଜାଣନ୍ତି। ଏମିତିକି ରୋହମନ ସବୁଠାରୁ ଭଲ କଫି ତିଆରି କରିନ୍ତି ଓ ଅଣ୍ଡାରେ କିଛି ଆଇଟମ ମଧ୍ୟ ଜବରଦସ୍ତ ବନାନ୍ତି ବୋଲି ସୁସ୍ମିତା କହିଛନ୍ତି। ପୂର୍ବରୁ ମଧ୍ୟ ସୁସ୍ମିତା ଏକ ସାକ୍ଷାତ୍‌କାରରେ ଏହା କହିଥିଲେ। କେବଳ ସେ ତାଙ୍କ ଝିଅମାନଙ୍କ ପାଇଁ ବ୍ରେଡ ଓ ଓମଲେଟ କରିପାରନ୍ତି ବୋଲି କହିଥିଲେ। ଅବଶ୍ୟ ଏବେ ତାଙ୍କ ବଡ ଝିଅ ରିନି ମଧ୍ୟ ଏସବୁ ରୋଷେଇ ଶିଖିଗଲାଣି। କିନ୍ତୁ ସାନଝିଅକୁ ଏହା କରିବାକୁ ମଉକା ମିଳି ନାହିଁ ବୋଲି ସୁସ୍ମିତା କହିଛନ୍ତି। ମଉକା ମିଳିଲେ ସେ ବି ମୋଠାରୁ ଭଲ ରୋଷେଇ କରିପାରିବ ବୋଲି ସୁସ୍ମିତା କହିଛନ୍ତି। ଏବେ ସେ ଘରେ ବସି ବସି ବୟ ଫ୍ରେଣ୍ଡ ରୋହମନଙ୍କ ରୋଷେଇର ମଜା ନେଉଛନ୍ତି ବୋଲି କୁହାଯାଉଛି।

Share