ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟ : ୬ମାସ ପରେ ଗଠନ ହେଲା ନାକ୍‌ କମିଟି

ଯାଜପୁରରୋଡ,୭ା୬(ନି.ପ୍ର)- ଯାଜପୁର ରୋଡସ୍ଥିତ ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟ ରାଜ୍ୟର ଏକ ପ୍ରମୁଖ ମହାବିଦ୍ୟାଳୟ ଭାବେ ନିଜର ସ୍ବତନ୍ତ୍ର ପରିଚୟ ହାସଲ କରିଛି। ମାତ୍ର ଏବେ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷଙ୍କ ଅବହେଳା ଯୋଗୁ ଏହି ମହାବିଦ୍ୟାଳୟ ସ୍ବୟଂଶାସିତ ମାନ୍ୟତା ହରାଇବା ଆଶଙ୍କା ଦେଖାଦେଇଛି। ଜାନୁୟାରୀରେ ନାକ୍‌ କମିଟି ଗଠନ କରିବାକୁ ଥିବାବେଳେ ପୂର୍ବତନ ଅଧ୍ୟକ୍ଷ ତାହା ନ କରି ଅବସର ନେଇ ସାରିଥିବାରୁ ନୂତନ ଅଧ୍ୟକ୍ଷ ଆବୁ ତାହିର ଅଡ଼ୁଆରେ ପଡିଛନ୍ତି।
ସୂଚନାଯୋଗ୍ୟ, ପୂର୍ବତନ ଅଧ୍ୟକ୍ଷ ଗତ ଜାନୁୟାରୀରେ ନାକ୍‌ କମିଟି ଗଠନ କରି ସ୍ବୟଂଶାସିତ ମାନ୍ୟତା ସମ୍ପର୍କରେ ଏକ ରିପୋର୍ଟ ଅଟୋନୋମସ୍‌ ମଞ୍ଜୁରୀ କମିଟିକୁ ପ୍ରଦାନ କରିବା କଥା। ସେ ସମ୍ପର୍କିତ ସମସ୍ତ ଆନୁଷଙ୍ଗିକ କାଗଜାଦି ପ୍ରସ୍ତୁତ କରାଯାଇ ବିଶ୍ୱ ବିଦ୍ୟାଳୟ ମଞ୍ଜୁରୀ ଆୟୋଗଠାରେ ଯଥା ସମୟରେ ପୈଠ ହେବା କଥା। କିନ୍ତୁ ବିଡ଼ମ୍ବନାର ବିଷୟ ଯେ, ଦୀର୍ଘ ୬ ମାସ ପରେ ନାକ୍‌ କମିଟି ଗଠନ କରାଯାଇଛି। ଏହି କମିଟି ସ୍ବୟଂଶାସିତ ସମ୍ପର୍କିତ କାଗଜାଦି ପ୍ରସ୍ତୁତ କରିବାକୁ ସମୟ ଲାଗିବ ବୋଲି କୁହାଯାଉଛି। ମହାବିଦ୍ୟାଳୟର ବିଭିନ୍ନ ବିଭାଗର କାଯର୍‌ୟ ଦକ୍ଷତା ସର୍ମ୍ପକରେ ଉଲ୍ଲେଖ କରାଯାଇ ଆବଶ୍ୟକ ନଥିପତ୍ର ଦେବା ପାଇଁ କମିଟିକୁ ଦାୟିତ୍ୱ ଦିଆଯାଇଛି। ୩ବର୍ଷ ଧରି ମହାବିଦ୍ୟାଳୟ ୟୁଜିସି ଦେଇ ନ ଥିବାରୁ କଲେଜକୁ ବିଶ୍ୱବିଦ୍ୟାଳୟ ଅନୁଦାନ ପାଣ୍ଠି ବନ୍ଦ ରହିଛି। ଫଳରେ ମହାବିଦ୍ୟାଳୟ ବିକାଶରେ ଏହା ବାଧକ ସାଜିଛି। ଛାତ୍ରୀଛାତ୍ରଙ୍କ ସଂଖ୍ୟାନୁପାତରେ ମହାବିଦ୍ୟାଳୟରେ ଆବଶ୍ୟକ ଶ୍ରେଣୀଗୃହ ନାହିଁ। ଖେଳ ପଡିଆର ଉନ୍ନତିକରଣ, ପାଠାଗାରର ଉନ୍ନତି, ବିଜ୍ଞାନଗାରରେ ଆବଶ୍ୟକୀୟ ଯନ୍ତ୍ରପାତି, ସେମିନାର ଆୟୋଜନ ଆଦିରେ ଏଥିଯୋଗୁ ବାଧକ ସାଜିଛି। ପୂର୍ବତନ ବିଦାୟୀ ଅଧ୍ୟକ୍ଷଙ୍କ ଗୋଷ୍ଠୀ ଓ ଅନ୍ୟ କେତେଜଣ ଅଧ୍ୟାପକଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଥିବାରୁ କଲେଜ ପରିଚାଳନାରେ ଅନେକ ସମୟରେ ବ୍ୟାଘାତ ସୃଷ୍ଟି ହେଉଥିଲା। ଏହାର ଉଦାହରଣ ଭାବେ କଲେଜର ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ବିଚାରକୁ ନିଆଯାଇପାରେ। ସ୍ବୟଂଶାସିତ ମାନ୍ୟତା ଯଦି କୈାଣସି ପରିସ୍ଥିତିରେ କଲେଜ ହରାଏ ସେଥିପାଇଁ ପୂର୍ବତନ ଅଧ୍ୟକ୍ଷ ଓ କଲେଜ ପରିଚାଳନା କମିଟିର ଅଧ୍ୟକ୍ଷ ପୂର୍ବତନ କୋରେଇ ବିଧାୟକ ଉତ୍ତରଦାୟୀ ବୋଲି ପୁରାତନ ଛାତ୍ର ସଂସଦ ସଭାପତି ବିଦ୍ୟାଧର ମହାନ୍ତି ଅଭିଯୋଗ କରିଛନ୍ତି। ପୁରାତନ ଛାତ୍ର ନେତା ପ୍ରଫୁଲ୍ଲ ନାୟକ, ଦୁଷ୍ମନ୍ତ କୁମାର ରାଉତ ପ୍ରମୁଖ ମହାବିଦ୍ୟାଳୟର ସ୍ବୟଂଶାସିତ ମାନ୍ୟତା ବଜାୟ ରଖିବା ପାଇଁ ଆନୁଷଙ୍ଗିକ କାଗଜାଦି ଆୟୋଗ ନିକଟକୁ ତୁରନ୍ତ ପଠାଇବାକୁ ଦାବି କରିଛନ୍ତି। ଏ ସମ୍ପର୍କରେ ପୂର୍ବତନ ଅଧ୍ୟକ୍ଷ ହେମନ୍ତ ରାଉତଙ୍କୁ ପଚାରିବାରେ, ସ୍ବୟଂଶାସିତ ମାନ୍ୟତା ବଜାୟ ରଖିବାକୁ ନାକ୍‌ କମିଟି ଗଠନର ସମୟସୀମା ଡିସେମ୍ବର ପର୍ଯ୍ୟନ୍ତ ରହିଛି। ତେଣୁ ହାତରେ ସମୟ ଥିବାରୁ ସେ କମିଟି ଗଠନ କରି ନ ଥିବା କହିଥିବାବେଳେ ମହାବିଦ୍ୟାଳୟର ଅଧ୍ୟକ୍ଷ ତାହିରଙ୍କୁ ପଚାରିବାରେ, ଜାନୁୟାରୀରୁ ନାକ୍‌ କମିଟି ଗଠନ ହେବା କଥା। କାରଣ ଏ ସମ୍ପର୍କିତ କାଗଜାଦି ପ୍ରସ୍ତୁତ କରିବାକୁ ସମୟ ଲାଗିଥାଏ। ଗତ ମେ ୩୧ରେ ସେ ଅଧ୍ୟକ୍ଷ ଦାୟିତ୍ୱ ନେବା ପରେ ଜୁନ ୧ରେ ନାକ୍‌ କମିଟି ଗଠନ କରିଛନ୍ତି। ଆନୁଷଙ୍ଗିକ କାଗଜପତ୍ର ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ୱବିଦ୍ୟାଳୟ ମଞ୍ଜୁରୀ କମିଟି ପରିଦର୍ଶନ କରିବା ପାଇଁ ମଧ୍ୟ ଚେଷ୍ଟା ଚଳାଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍କଟ ହେଲାଣି ରନ୍ଧନ ଗ୍ୟାସ ସଙ୍କଟ: ଡିପୋରେ ପଡ଼ିଛି ତାଲା, ଖାଲି ସିଲିଣ୍ଡର ଧରି…

ମୋହନା, ୧୨।୩ (ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅଞ୍ଚଳରେ ଏବେ ରନ୍ଧନ ଗ୍ୟାସର ଘୋର ସଙ୍କଟ ଦେଖାଦେଇଛି। ବିଶ୍ୱ ବଜାରରେ ଇରାନ ଓ ଇଜରାଏଲ ମଧ୍ୟରେ…

ଆମେରିକାକୁ ଥରାଇ ଦେଲାଣି ଇରାନର ସୁପ୍ରିମ ଲିଡରଙ୍କ ବୟାନ! ହର୍ମୁଜ ବନ୍ଦ ରଖିବାକୁ ଦେଲେ କଡ଼ା ଚେତାବନୀ

ତେହରାନ,୧୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ, ଇରାନ ହର୍ମୁଜ ପ୍ରଣାଳୀ ବନ୍ଦ କରିବାକୁ ଘୋଷଣା କରିଛି, ଯାହା ସାରା ବିଶ୍ୱରେ ଶକ୍ତି ପ୍ରବେଶକୁ ବାଧା ସୃଷ୍ଟି କରୁଛି।…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ଗ୍ୟାସ ବୁକିଂ ସମୟ ବଦଳାଇଲେ ଏଜେନ୍ସି, ଏହି ନମ୍ବରରେ କରନ୍ତୁ କଲ, ନୋଟ୍‌ କରନ୍ତୁ ସମୟ, ୨୪ ଘଣ୍ଟାରେ ମିଳିବ ସିଲିଣ୍ଡର!

ଆଗ୍ରା,୧୨।୩: ଯଦି ଆପଣଙ୍କୁ ଗ୍ୟାସ ସିଲିଣ୍ଡର ବୁକ କରିବାକୁ ପଡିବ, ତେବେ ଏହି ଖବରକୁ ଭଲ ଭାବେ ପଢନ୍ତୁ, କାରଣ ବୁକିଂ କେବଳ ସକାଳ ୫ ଟାରୁ…

ଶ୍ୱଶୁର ଘରେ ଜ୍ୱାଇଁଙ୍କ ରହସ୍ୟମୟ ମୃତ୍ୟୁ: ସ୍ତ୍ରୀଙ୍କ ଉପସ୍ଥିତିକୁ ନେଇ ବଢୁଛି ସନ୍ଦେହ, ହତ୍ୟା ନା ଆତ୍ମହତ୍ୟା…

ଥୁଆମୂଳ ରାମପୁର,୧୨।୩: ଶ୍ୱଶୁର ଘରେ ଜ୍ୱାଇଁଙ୍କ ମୃତ୍ୟୁକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ବଢ଼ିବା ସହ ସନ୍ଦେହ ପ୍ରକାଶ ପାଇଛି। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର…

IPL 2026 ପୂର୍ବରୁ ‘ଫିକ୍ସିଂ’କୁ ନେଇ କ୍ରିକେଟ ଜଗତରେ ଆଲୋଡ଼ନ,ପୂର୍ବତନ KKR ଖେଳାଳିଙ୍କୁ ନିଲମ୍ବିତ କଲା ICC

ନୂଆଦିଲ୍ଲୀ,୧୨।୩: IPL 2026 ଆରମ୍ଭ ହେବା ପୂର୍ବରୁ, କ୍ରିକେଟ ଜଗତ ‘ଫିକ୍ସିଂ’ ଅଭିଯୋଗରେ ଦୋହଲିଯାଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) କୋଲକାତା ନାଇଟ ରାଇଡର୍ସ (KKR) ପାଇଁ…

ମିଳିଲାନି ସୁଭଦ୍ରା ଟଙ୍କା: ବିଡ଼ିଓଙ୍କ ଦ୍ୱାରସ୍ଥ ହେଲେ ଆଦିବାସୀ ମହିଳା

ଗୁଡାରି,୧୨।୩ (ପ୍ରମୋଦ କୁମାର ପତି): ରାଜ୍ୟ ସରକାରଙ୍କ ‘ସୁଭଦ୍ରା’ ଯୋଜନାରେ ଯୋଗ୍ୟ ମହିଳାଙ୍କୁ ମହିଳା ଦିବସ ଅବସରରେ ଚତୁର୍ଥ କିସ୍ତି ଟଙ୍କା ମିଳିଛି। କିନ୍ତୁ ରାୟଗଡା ଜିଲା…

କାର୍‌ ନେଲା ଜୀବନ

ପାତ୍ରପୁର,୧୨ା୩(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡ଼ା ଥାନା ସୁରଙ୍ଗୀଠାରେ ଏକ କାର୍‌ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିିଛି। ସେ ହେଲେ ସୁରଙ୍ଗୀ ଗ୍ରାମର ଅଭିମନ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri