ବ୍ୟାସନଗର ସ୍ବଂୟଶାସିତ ମହାବିଦ୍ୟାଳୟ ଦୁର୍ନୀତିର ସ୍ବତନ୍ତ୍ର ଅଡିଟ୍‌

ଯାଜପୁର ରୋଡ,୧୧-୯(ନି.ପ୍ର.)- ବ୍ୟାସନଗର ସ୍ବଂୟଶାସିତ ମହାବିଦ୍ୟାଳୟର ଯୁଜିସି ଅନୁଦାନ(ବିଶ୍ୱବିଦ୍ୟାଳୟ ଆୟୋଗ ପାଣ୍ଠି) ଠିକ୍‌ ବିନିଯୋଗ ନ କରାଯାଇ ବ୍ୟାପକ ଦୁର୍ନୀତି ଓ ନିଯୁକ୍ତ କ୍ଷେତ୍ରରେ ଅନିମିୟତା ଘଟଣାର ସ୍ବତନ୍ତ୍ର ଅଡିଟ କରିବା ପାଇଁ ଉଚ୍ଚ ଶିକ୍ଷା ବିଭାଗ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ସୋମବାରଠାରୁ ମହାବିଦ୍ୟାଳୟରେ ଏହି ସ୍ବତନ୍ତ୍ର ଅଡିଟ ଚାଲିଛି। ଜଣେ ଅଧ୍ୟାପକଙ୍କୁ ଅନିମିୟତ ଭାବେ ନିଯୁକ୍ତି ଦିଆଯାଇଥିବା ନେଇ ତରୁଣ କୁମାର ଦାସ ନାମକ ଜଣେ ବରିଷ୍ଠ ନାଗରିକ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗକୁ ମଧ୍ୟ ତଦନ୍ତ ପରିସରକୁ ନିଆଯାଇଛି। ଉକ୍ତ ଅଧ୍ୟାପକ ଜଣକ ୟୁଜିସି ଅନୁଦାନ ଅନିମିୟତତା କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଉଚ୍ଚଶିକ୍ଷା ବିଭାଗ ଏଚଇ-ଏୟୁଡି-୦୦୦୬/୨୦୧୯,୧୭୪୨୪ତା୨୭/୮/୧୯ରିଖରେ ଜୈନିକ ଅଧ୍ୟାପକଙ୍କ ନିଯୁକ୍ତି ସମ୍ପର୍କରେ ଅଡିଟ୍‌ କରାଯିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା। ପୂର୍ବତନ ପରିଚାଳନା କମିଟି ଏହି ଅଧ୍ୟାପକଙ୍କ ନିଯୁକ୍ତି ସମ୍ପର୍କରେ ଉଚ୍ଚ ଶିକ୍ଷା ବିଭାଗକୁ ଅବଗତ କରିଥିଲେ ମଧ୍ୟ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା। ଅନିମିୟତା ଭାବେ ନିଯୁକ୍ତି ପାଇଥିବା ଅଧ୍ୟାପକଙ୍କ କାଗଜ ପତ୍ରକୁ ମଧ୍ୟ ସ୍ବତନ୍ତ୍ର ଅଡିଟ୍‌ କରାଯିବ। ଏହି ଅଡିଟ କରିବାପାଇଁ ଏକ ସ୍ବତନ୍ତ୍ର ଟିମ୍‌ କଲେଜରେ ପହଞ୍ଚତ୍ କାଗଜପତ୍ର ଯାଞ୍ଚ କରୁଛନ୍ତି। ଯୁଜିସି ଅର୍ଥର ବିନିଯୋଗକୁ ନେଇ ତଦନ୍ତ କରାଯାଉଛି। ୟୁଜିସି ଅନୁଦାନ ଠିକ ଭାବରେ ଖର୍ଚ୍ଚ କରାଯାଇ ନ ଥିବାରୁ ୪ବର୍ଷହେଲା ବିନିଯୋଗପତ୍ର ବିଶ୍ୱବିଦ୍ୟାଳୟ ଆୟୋଗ ପାଣ୍ଠିକୁ ଦିଆଯାଇ ପାରିନାହିଁ। ଫଳରେ ଯୁଜିସି ଗ୍ରାଣ୍ଟ ବନ୍ଦ ରହିଛି। ଏହାଦ୍ୱାରା କଲେଜର ବିକାଶ ମଧ୍ୟ ବାଧକ ସାଜିଛି। ୨୦୧୧ରୁ ୨୦୧୯ମସିହା ପର୍ଯ୍ୟନ୍ତ ୮ବର୍ଷର ବିଶ୍ୱବିଦ୍ୟାଳୟ ଆୟୋଗ ଅନୁଦାନକୁ ସ୍ବତନ୍ତ୍ରଭାବେ ଅଡିଟ କରାଯିବ। ଅନ୍ୟପକ୍ଷରେ ମହାବିଦ୍ୟାଳୟର ଅନିମିୟତାକୁ ମଧ୍ୟ ସ୍ବତନ୍ତ୍ର ଭାବେ ଖୋଲତାଡ଼ କରାଯିବ। ଏ ସମ୍ପର୍କରେ ଅଭିଯୋଗ କରିଥିବା ଉମାପଦାର ଗ୍ରାମର ତରୁଣ କୁମାର ଦାସଙ୍କୁ ପଚାରିବାରେ ସେ କହିଛନ୍ତି ଯେ, ଜୈନିକ ଅଧ୍ୟାପକଙ୍କ ନିଯୁକ୍ତି ବେନିୟମ ଭାବରେ କରାଯାଇଛି । ୮ମାସ ଧରି ଚାକିରିରୁ ଛଟେଇ ହେଲାପରେ କିପରି ତାଙ୍କୁ ନିଯୁକ୍ତି ଦିଆଗଲା ସେନେଇ ଦାସ ପ୍ରଶ୍ନ କରିଛନ୍ତି। ଏସମ୍ପକେରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଆବୁ ତାହିର୍‌ଙ୍କୁ ପଚାରିବାରୁ ଉଚ୍ଚ ଶିକ୍ଷା ବିଭାର ଫାଇନାନ୍ସ ଏଫଏ କମ-ସ୍ପେଶାଲ ସେକ୍ରେଟାରି ସୁରେଶ ପ୍ରସାଦ ତ୍ରୀପାଠୀ, ଓଏଫ୍‌ଏସ୍‌ଙ୍କଠାରୁ ସ୍ପେଶାଲ ଅଡିଟରେ ସାହାଯ୍ୟ କରିବା ପାଇଁ ନିର୍ଦ୍ଦେଶ ଆସିଛି। ସେହି ଅନୁସାରେ ମହାବିଦ୍ୟାଳୟ ପକ୍ଷରୁ ସମସ୍ତ ନଥିପତ୍ର ରେଜିଷ୍ଟାର ଯୋଗାଇ ଦିଆଯାଉଛି ବୋଲି ତାହିର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯାଜପୁରରେ ଯୁବକଙ୍କୁ ଗୁଳିମାଡ଼, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ

ଯାଜପୁର ସଦର,୭।୪(ସମର ବିଜୟ ଶରଣ ): ଯାଜପୁର ଥାନା ଅନ୍ତର୍ଗତ କାଳୀମେଘା ନିକଟର ଫୁଟିଲା ଗୁଳି । ଏହି ଗୁଳିକାଣ୍ଡରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି ।…

ମେଡିକାଲ ଯାଇଥିଲେ ମା’ ବାପା: ଫେରିଲା ବେଳକୁ ୧୩ ବର୍ଷର ପୁଅକୁ ମାରି ଟାଙ୍ଗିଦେଇଛି…

କଳିଙ୍ଗନଗର,୪ା୪(ଶୁଭାଶିଷ ରାଉତ): ଯାଜପୁର ଜିଲା କଳିଙ୍ଗନଗର ଥାନା ଅନ୍ତର୍ଗତ ବାରାଖାଇ ଗ୍ରାମରେ ପୂର୍ବ ଶତ୍ରୁତାରୁ ଜଣେ ନାବାଳକଙ୍କୁ ଶୁକ୍ରବାର ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ…

ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିଲେ ଗାଧୋଇବାକୁ, ଖସିଗଲା ଗୋଡ, ଘଟଣାସ୍ଥଳରେ…

ଧର୍ମଶାଳା,୩।୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରେ କେଲୁଅ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କୁଆଖିଆ…

ଖଣି, ଶିଳ୍ପାଞ୍ଚଳର ଗ୍ରାମାଞ୍ଚଳ ପାଠାଗାର ଚିନ୍ତା

ଯାଜପୁର,୨ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ କଲେଜ, ହାଇସ୍କୁଲ ଓ ସାଧାରଣ ପାଠାଗାର ପ୍ରାୟ ୪୦୦ ଭଳି ରହିଛି। କେତେକ ପାଠାଗାରରେ ୫୦ରୁ ୬୦ ବର୍ଷ ପୁରୁଣା ମୂଲ୍ୟବାନ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

କେନ୍ଦ୍ରୀୟ ମଣ୍ଡି ଖୋଲି ଆଜି ହିଁ ଧାନ କିଣନ୍ତୁ….ଦଣ୍ଡ ମାରି ଯାଜପୁର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ପ୍ରତିବାଦ

ଯାଜପୁର,୩୦ା୩(ହର୍ଷବର୍ଦ୍ଧନ ବେହେରା): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଅଭିନବ ପ୍ରତିବାଦ କରାଯାଇଛି ।ଶତାଧିକ ଚାଷୀ ଟ୍ରାକ୍ଟର, ଅଟୋ ଇତ୍ୟାଦିରେ ଧାନ ବସ୍ତା ଲଦି ମେଡିକାଲ ଛକରୁ…

ଯାଜପୁରର ଆକର୍ଷଣ ପାଲଟିବ ୧୨୩ ଫୁଟ ଉଚ୍ଚର ଧ୍ୟାନମଗ୍ନ ଶିବ ମୂର୍ତ୍ତି

ଧର୍ମଶାଳା,୨୯ା୩(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲାର ପବିତ୍ର ବୈତରଣୀ ନଦୀକୂଳରେ ସୁଉଚ୍ଚ ଧ୍ୟାନମଗ୍ନ ଶିବ ମୂର୍ତ୍ତି ନିର୍ମାଣ କାର୍ଯ୍ୟ କେବେ ଶେଷ ହେବ ତାକୁ ନେଇ ପ୍ରଶ୍ନ ଉଠିଛି।…

ତାରିଣୀ ଛକ ମାର୍କେଟରେ ଅଗ୍ନିକାଣ୍ଡ: ଜଳିଗଲା ୭ଦୋକାନର ଲକ୍ଷାଧିକ…

ଧର୍ମଶାଳା/ବ୍ରହ୍ମବରଦା,୨୯।୩ (ଶିବ ପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନା ତାରିଣୀ ଛକ ମାର୍କେଟରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପାଖାପାଖି ୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri