ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣିଲେ ବିରୋଧୀ

ଭୁବନେଶ୍ୱର,୨୮ା୧୧(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ବ୍ୟାପକ ଅନିୟମିତତା ଅଭିଯୋଗ ନେଇ ବୁଧବାର ବିଧାନସଭାରେ ସରଗରମ ଆଲୋଚନା ହୋଇଥିଲା। ଏହି ପ୍ରସଙ୍ଗରେ ସରକାରଙ୍କୁ ଅକଳରେ ପକାଇବା ପାଇଁ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି, ସନାତନ ବିଜୁଳି, ମୁକେଶ ମହାଲିଙ୍ଗ ଏବଂ ନବଚରଣ ମାଝି ମୁଲତବୀ ପ୍ରସ୍ତାବ ଆଣିଥିଲେ। ଶୂନ୍ୟକାଳ ପରେ ଗୃହ ନିର୍ମାଣ, ନଗର ଉନ୍ନୟନ ଏବଂ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ଏହାର ଉତ୍ତର ରଖି ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିଥିଲେ। ଭାଜପା ବିଧାୟକମାନେ ତୃଣମୂଳର ବିଭିନ୍ନ ଅନିୟମିତତାର ଉଦାହରଣ ଦର୍ଶାଇ ସରକାରଙ୍କ ସ୍ପଷ୍ଟୀକରଣ ମାଗିଥିଲେ। ହେଲେ ଶାସକ ଦଳ ବିଧାୟକମାନେ କେନ୍ଦ୍ର ସହଯୋଗ ନ କରିବା, ରାଜ୍ୟ ସରକାରଙ୍କ ଉପରେ ଆର୍ଥିକ ବୋଝ ଲଦିଦେବା ଭଳି ଅଭିଯୋଗ ଆଣିଥିଲେ। ଆଲୋଚନା ପରେ ମନ୍ତ୍ରୀ ପୁନର୍ବାର ଉତ୍ତର ରଖୁଥିବାବେଳେ ଅସନ୍ତୋଷ ପ୍ରକାଶ କରି ଭାଜପା ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ।
ମୁଲତବୀ ପ୍ରସ୍ତାବର ଉତ୍ତର ଦେଇ ପ୍ରତାପ କହିଥିଲେ ଯେ, ୨୦୧୬-୧୭ ଆର୍ଥିକ ବର୍ଷରୁ ପ୍ରଧାନମନ୍ତ୍ରୀ ଯୋଜନା(ଗ୍ରାମୀଣ) ଆରମ୍ଭ ହୋଇଛି। ୪ ବର୍ଷ ମଧ୍ୟରେ ମଞ୍ଜୁରୀ ହୋଇଥିବା ୧୫.୫୭ ଲକ୍ଷ ଗୃହ ମଧ୍ୟରୁ ୯.୦୩ ଲକ୍ଷ ଗୃହ ନିର୍ମାଣ ଶେଷ ହୋଇଛି। ଏହି ଯୋଜନାରେ ରାଜ୍ୟ ଓ କେନ୍ଦ୍ରର ଅଂଶଧନ ଯଥାକ୍ରମେ ୪୦:୬୦ ରହିଛି। ୯୦୩୦ କୋଟି ଟଙ୍କା କେନ୍ଦ୍ରୀୟ ଅନୁଦାନ ପ୍ରାପ୍ତ ହୋଇଥିବାବେଳେ ରାଜ୍ୟ ଅନୁଦାନ ୫୬୭୮ କୋଟି ଟଙ୍କା ମଞ୍ଜୁର ହୋଇଛି। ମୋଟ ଅର୍ଥରାଶି ୧୪,୭୯୮ କୋଟି ମଧ୍ୟରୁ ୧୪,୦୫୯ କୋଟି ବ୍ୟୟ ହୋଇଛି। ଏହା ମୋଟ ଅଂଶଧନର ୯୫ ପ୍ରତିଶତ ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି। ଯୋଜନାରେ ଯେପରି ଅନିୟମିତତା ନ ହେବ, ସେଥିପ୍ରତି ବ୍ୟାପକ ଦୃଷ୍ଟି ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି। କେବଳ ସ୍ବଚ୍ଛତା ଆଣିବା ପାଇଁ ଏସ୍‌ଇସିସି ୨୦୧୧ ସର୍ବେକ୍ଷଣ ଆଧାରରେ ୪୧.୧୪ ଲକ୍ଷ ପରିବାର ଦୁଇ ବା ତା’ଠାରୁ କମ୍‌ କୋଠରି ବିଶିଷ୍ଟ ଘରେ ବାସ କରୁଥିବା ଜଣାପଡିଥିଲା। ଏହି ତାଲିକାର ତଦନ୍ତ କରାଯାଇ ୨୭.୪୯ ଲକ୍ଷ ଯୋଗ୍ୟ ପରିବାରଙ୍କ ତାଲିକା ଗ୍ରାମ ସଭାରେ ଅନୁମୋଦନ ପାଇଁ ଉପସ୍ଥାପନ କରାଯାଇଥିଲା। ତାଲିକାରେ ଅଯୋଗ୍ୟ ଥିଲେ, ସେମାନଙ୍କୁ ବାଦ୍‌ ଦେବା ପାଇଁ ଦରଖାସ୍ତ ଦାଖଲ କରିବାକୁ ଆହ୍ବାନ କରାଯାଇଥିବା ମନ୍ତ୍ରୀ ଉତ୍ତର ରଖିଥିଲେ। ପ୍ରଥମ ପର୍ଯ୍ୟାୟରେ ଫନୀ କ୍ଷତିଗ୍ରସ୍ତ ୧୪ ଜିଲାର ୧୨.୭୫ ଲକ୍ଷ ଏବଂ ଅନ୍ୟ ୧୬ ଜିଲାରେ ୯.୩୧ ଲକ୍ଷ ପରିବାର(ମୋଟ ୨୨.୦୬ ଲକ୍ଷ) ଯୋଗ୍ୟ ଥିବା ଜଣାପଡିଛି। ଏହା ତାଲିକାର ସଂଶୋଧନ ଜାରି ରହିଛି, ଆସନ୍ତା ଡିସେମ୍ବର ୩୧ ସୁଦ୍ଧା ଚୂଡାନ୍ତ ତାଲିକା ପ୍ରକାଶ କରିବା ନେଇ ଲକ୍ଷ୍ୟ ରଖାଯାଇଥିବା ଜଣାପଡିଛି।
ଅପରପକ୍ଷରେ ମୋହନ ମାଝି ଆଲୋଚନାରେ ଭାଗ ନେଇ ସରକାର ନିଜ ପ୍ରତିଶ୍ରୁତି ରଖି ନ ଥିବା ଅଭିଯୋଗ କରିଥିଲେ। ଏହାର ଉତ୍ତର ରଖି ମନ୍ତ୍ରୀ କହିଥିଲେ ଯେ, ଜଣେ ହିତାଧିକାରୀ ଫଟୋ ଉଠାଇ ‘ଆମ ଘର’ ଆପ୍ଲିକେଶନରେ ଘରର ଫଟୋ ଅପ୍‌ଲୋଡ କରିପାରିବେ। ଏହି ଫଟୋ ଅପ୍‌ଲୋଡ ହେବାର ୩ ଦିନ ମଧ୍ୟରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ। କୌଣସି ଲୋକଙ୍କୁ ବ୍ଲକ ଅଫିସ ଦୌଡିବାକୁ ପଡିବ ନାହିଁ। ସଚେତନତା ପାଇଁ ପୋଷ୍ଟର, ବ୍ୟାନର, ପଥପ୍ରାନ୍ତ ସଭା, ହୋର୍ଡିଂ ବ୍ୟବହାର କରାଯାଉଛି। ଆପତ୍ତି ଗ୍ରହଣ କରିବା ପାଇଁ ୧୮୦୦-୩୪୫-୬୭୬୮ ଟୋଲ ଫ୍ରି ନମ୍ବର ବ୍ୟବସ୍ଥା କରାଯାଇଛି। ଆପତ୍ତି ଆଧାରରେ ତଦନ୍ତ କରାଯାଇ ୨୨ ଜଣଙ୍କୁ କାର୍ଯ୍ୟରୁ ବହିଷ୍କାର, ୪୪ଙ୍କୁ ନିଲମ୍ବନ ଏବଂ ୩୫ ଜଣଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅନିୟମିତତା ରୋକିବାକୁ କଲ୍‌ ସେଣ୍ଟର ବ୍ୟବସ୍ଥା ମଧ୍ୟ କରାଯାଇଛି। ରାଜ୍ୟର ସମସ୍ତ ଜିଲାରେ ଡିସେମ୍ବର ୩୧ ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରାଯିବ । ଯଦି ବିରୋଧୀଙ୍କ ଦମ୍‌ ରହିଛି, ତେବେ ଉତ୍ତର ସମ୍ପୂର୍ଣ୍ଣ ଶୁଣନ୍ତୁ ବୋଲି ମନ୍ତ୍ରୀ କହିଥିଲେ। ହେଲେ ସେତେବେଳକୁ ଭାଜପା ବିଧାୟକମାନେ କକ୍ଷ ତ୍ୟାଗ କରିସାରିଥିଲେ। ଏହି ମୁଲତବୀ ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ଭାଜପା ବିଧାୟକ ନବଚରଣ ମାଝି, କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ, ଅଶ୍ୱିନୀ ପାତ୍ର, ଧ୍ରୁବ ଚରଣ ସାହୁ ଏବଂ ଲତିକା ପ୍ରଧାନ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ପଶ୍ଚିମବଙ୍ଗ ପାଇଁ ଭାଜପାର ସଂକଳ୍ପପତ୍ର: ଯୁବତୀଯୁବକ, ମହିଳା, ସରକାରୀ ପେନସନଭୋଗୀଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୦।୪: ଭାରତୀୟ ଜନତା ପାର୍ଟି (ଭାଜପା) ଶୁକ୍ରବାର ଏହାର ଇସ୍ତାହାର ପ୍ରକାଶ କରିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ଭାଜପା ନେତା ଅମିତ ଶାହା ଇସ୍ତାହାର ବା ଘୋଷଣାପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri