ବ୍ୟାଙ୍କ ମିଶ୍ରଣ ଯୋଗୁ ଫାଇଦା ହେବନି: ଏଆଇବିଓସି ଅଧ୍ୟକ୍ଷ

ଭୁବନେଶ୍ୱର, ୧୬।୯(ବ୍ୟୁରୋ) ଦେଶରେ ବ୍ୟାଙ୍କ ମିଶ୍ରଣର ଆବଶ୍ୟକତା ନାହିଁ। ଅର୍ଥନୀତି ଦୃଷ୍ଟିରୁ ଏହା ଫାଇଦା ଦେବ ନାହିଁ। ଭାରତ ଗ୍ରାମୀଣ ଅର୍ଥବ୍ୟବସ୍ଥା ଉପରେ ନିର୍ଭରଶୀଳ ରହିଥିବାରୁ ତୃଣମୂଳ ସ୍ତରରେ ଶାଖାଭିତ୍ତିକ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାର ଆବଶ୍ୟକତା ରହିଛି। କୃଷକ ଏବଂ କ୍ଷୁଦ୍ର ଶିଳ୍ପକୁ ଋଣ ଯୋଗାଣ ଦ୍ୱାରା ଅର୍ଥନୀତିକୁ ସୁଦୃଢ କରାଯିବା ଉଚିତ୍‌। ଏହି ଲକ୍ଷ୍ୟ ହାସଲ ଲାଗି ଅଧିକ ବ୍ୟାଙ୍କ ଶାଖା ଖୋଲିବା ଆବଶ୍ୟକ। ମାତ୍ର ମିଶ୍ରଣ ଯୋଗୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଥିବା ବ୍ୟାଙ୍କର ଓଭରଲ୍ୟାପ ଶାଖା (ସମାନ ବ୍ୟାଙ୍କ ଅଧୀନରେ ଏକାଧିକ ଶାଖା) ବନ୍ଦ ହୋଇଯିବ ବୋଲି ଅଲ୍‌ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନ୍‌ଫେଡେରେଶନ୍‌ (ଏଆଇବିଓସି) ଅଧ୍ୟକ୍ଷ ତଥା ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଅଫିସର୍ସ ସଂଘ ବିହାର ୟୁନିଟ୍‌ ମୁଖ୍ୟ ସୁନୀଲ କୁମାର ଅଭିଯୋଗ କରିଛନ୍ତି।
ରବିବାର ବିଓଆଇ ଓଡିଶା ୟୁନିଟ୍‌ ଅଫିସର୍ସ ସଂଘର ଅଧିବେଶନରେ ଯୋଗଦେଇ ସେ କହିଛନ୍ତି, ମିଶ୍ରଣ ଯୋଗୁ ଶାଖା ବନ୍ଦ ହେବାକୁ ଯାଉଥିବାରୁ ଲୋକେ ବହୁ ସ୍ଥାନରେ ବ୍ୟାଙ୍କିଙ୍ଗ୍‌ ସେବାରୁ ବଞ୍ଚିତ ହେବେ। ସରକାରଙ୍କ ଏଭଳି ନିଷ୍ପତ୍ତି ଯୋଗୁ ବ୍ୟାଙ୍କଗୁଡିକ ଘରୋଇକରଣ ଆଡକୁ ମୁହଁାଉଥିବା ଅନୁଭୂତ ହେଉଛି। ସରକାର ମନମୁଖି ଭାବେ ବ୍ୟାଙ୍କଗୁଡିକୁ ଘରୋଇକରଣ ଆଡକୁ ଠେଲି ଦେଉଛନ୍ତି। ଏହାକୁ ସଂଘ ପକ୍ଷରୁ ବିରୋଧ କରାଯାଉଛି। କୁମାର କହିଛନ୍ତି ଯେ, ୪ ଦୁର୍ବଳ ବ୍ୟାଙ୍କକୁ ମିଶାଇ ଦେଲେ ଏହା ଭଲ କାରବାର କରିବ ବୋଲି ଭାବିବା ଭୁଲ୍‌। ଅପରପକ୍ଷରେ କେବଳ ଘରୋଇ ବ୍ୟାଙ୍କ ଭଲ କାରବାର କରୁଛି ତାହା ମଧ୍ୟ କହିହେବ ନାହିଁ। ଏପରି ହୋଇଥିଲେ ବିଶ୍ୱସ୍ତରର ଅନେକ ଘରୋଇ ବ୍ୟାଙ୍କ ବନ୍ଦ ହୋଇ ନ ଥାନ୍ତା। ଦେଶରେ ୟେସ୍‌ ବ୍ୟାଙ୍କ ସ୍ଥିତି ବିଗିଡି ନ ଥାନ୍ତା। ବ୍ୟାଙ୍କ ଅଫ୍‌ ମଦୁରାଇ, ବ୍ୟାଙ୍କ ଅଫ ରାଜସ୍ଥାନର ସ୍ଥିତି ଆଜି ଭଲ ରହିଥାନ୍ତା। ବ୍ୟାଙ୍କଗୁଡିକ ବିଭିନ୍ନ ସଂସ୍କୃତି ଏବଂ ଟେକ୍ନୋଲୋଜି ସହ କାମ କରୁଥିବାରୁ ମିଶ୍ରଣ ପ୍ରକ୍ରିୟା ଚ୍ୟାଲେଞ୍ଜିଂ ହୋଇଛି। ତାଙ୍କର କହିବାନୁଯାୟୀ, ଷ୍ଟେଟ ବ୍ୟାଙ୍କ ସହ ଏହାର ସହାୟକ ବ୍ୟାଙ୍କଗୁଡିକର ମିଶ୍ରଣ ଦ୍ୱାରା ୨୦୦୦ ଶାଖା ବନ୍ଦ ହୋଇଯାଇଛି। ସେହିଭଳି ବ୍ୟାଙ୍କ ଅଫ୍‌ ବରୋଦାରେ ଦେନା ଏବଂ ବିଜୟା ବ୍ୟାଙ୍କର ମିଶ୍ରଣ ଫଳରେ ୯୦୦ ଶାଖା ବନ୍ଦ ହୋଇଯିବ। ଅର୍ଥ ବ୍ୟବସ୍ଥା ଉପରେ ଏହାର ପ୍ରଭାବ ପଡିବ ବୋଲି ସେ ମତ ଦେଇଛନ୍ତି।
କୁମାର କହିଛନ୍ତି ଯେ, ସରକାର ଫିନ୍‌ଟେକ, ପେମେଣ୍ଟ ବ୍ୟାଙ୍କ, ଏନ୍‌ବିଏଫ୍‌ସିକୁ ପ୍ରୋତ୍ସାହିତ କରୁଛନ୍ତି। ମାତ୍ର ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡିକୁ ବନ୍ଦ କରିଦେବା ଲାଗି ପଦକ୍ଷେପ ନେଉଛନ୍ତି। ନୂଆ ନିଯୁକ୍ତି ସହ ବାଣିଜି୍ୟକ କାର୍ଯ୍ୟଦକ୍ଷତା ବୃଦ୍ଧିଲାଗି ବ୍ୟାଙ୍କଗୁଡିକୁ ସ୍ବାଧୀନତା ଦେବା ଜରୁରୀ। ସରକାରଙ୍କ ବ୍ୟାଙ୍କ ମିଶ୍ରଣ ନିଷ୍ପତ୍ତି ବିରୋଧରେ ୪ ବ୍ୟାଙ୍କ ଅଧିକାରୀ ସଂଘ ଧର୍ମଘଟକୁ ଓହ୍ଲାଇବେ। ଆସନ୍ତା ୨୫ ମଧ୍ୟରାତ୍ରଠାରୁ ୨୭ ସେପ୍ଟେମ୍ବର ରାତି ୧୨ ଯାଏ ସାରା ଦେଶର ୩.୨୦ ଲକ୍ଷ ଅଧିକାରୀ ଏବଂ ୪୫ ହଜାର କର୍ମଚାରୀ ଧର୍ମଘଟରେ ସାମିଲ ହେବେ। ଦୁଇ ଦିନ ଧର୍ମଘଟ, ଦ୍ୱିତୀୟ ଶନିବାର ଏବଂ ରବିବାର ପଡୁଥିବାରୁ ମୋଟ ୪ ଦିନ ବ୍ୟାଙ୍କ ବନ୍ଦ ରହିବ। ବ୍ୟାଙ୍କ ଅଧିକାରୀଙ୍କ ଦାବିକୁ ସରକାର ନ ମାନିଲେ ନଭେମ୍ବର ଦ୍ୱିତୀୟ ସପ୍ତାହରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ ହେବ ବୋଲି କୁମାର ସ୍ପଷ୍ଟ କରିଛନ୍ତି । କାର୍ଯ୍ୟକ୍ରମ ଅବସରରେ ବିଓଆଇ ଅଧିକାରୀ ସଂଘ ଓଡ଼ିଶା ୟୁନିଟ ସଭାପତି ସ୍ମୃତି ରଞ୍ଜନ ସାହୁ, କର୍ନାଟକ ୟୁନିଟର ସାଧାରଣ ସମ୍ପାଦକ ବିଏନ ମଧୁସୂଦନ, ପୂର୍ବଭାରତ ୟୁନିଟ ସାଧାରଣ ସମ୍ପାଦକ ସଞ୍ଜୟ ଦାସ, ଝାଡଖଣ୍ଡ ୟୁନିଟ ସାଧାରଣ ସମ୍ପାଦକ ସୁନୀଲ ଲାକ୍ରା, ଓଡ଼ିଶା ୟୁନିଟ ସାଧାରଣ ସମ୍ପାଦକ କମଲଜିତ ମହାପାତ୍ର, ଆଞ୍ଚଳିକ ପ୍ରବନ୍ଧକ ଓ୍ବାଇ.ଏନ୍‌.ଦ୍ୱିବେଦୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୦ ଗ୍ରାମ ସୁନା ବନ୍ଧକ ରଖିଲେ କେଉଁ ବ୍ୟାଙ୍କ ଦେବ ଅଧିକ ଲୋନ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୨: ୨୨ କ୍ୟାରେଟ୍ ସୁନାର ବର୍ତ୍ତମାନର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୪୩,୩୪୦ ଟଙ୍କା। ଏହି ମୂଲ୍ୟରେ ଆପଣ ସୁନା ଜମା କରି ଋଣ ନେଇପାରିବେ। ତଥାପି,…

ବିଶେଷଜ୍ଞଙ୍କ ବଡ଼ ପୂର୍ବାନୁମାନ, ଖସିବ ସୁନା ଦର! ବିକିଲେ କେତେ ଲାଭ?

ନୂଆଦିଲ୍ଲୀ,୧୯ା୨: ଗତ କିଛି ମାସ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଓ ଏବେ ସାମାନ୍ୟ ହ୍ରାସ ପାଉଛି। ତେଣୁ ଏଥିରେ…

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ଭାରତରେ ଶିଶୁଙ୍କ ପାଇଁ ବ୍ୟାନ୍ ହେବ ସୋସିଆଲ ମିଡିଆ: କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୭।୨: ଭାରତରେ ଶିଶୁ ଏବଂ କିଶୋରମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ଏକ ବଡ଼ କଟକଣା ଆସିବାକୁ ଯାଉଛି। କୋମଳମତି ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ…

ମହଙ୍ଗା ହେଲା ସିଗାରେଟ୍‌: ଏସବୁ ବ୍ରାଣ୍ଡ ମୂଲ୍ୟରେ ୪୧% ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧୭।୨: ଦେଶର ଅଗ୍ରଣୀ ସିଗାରେଟ୍ ପ୍ରସ୍ତୁତକାରୀ କମ୍ପାନୀ ITC ଲିମିଟେଡ୍ ଏହାର ପ୍ରମୁଖ ବ୍ରାଣ୍ଡଗୁଡ଼ିକର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟାଇଛି। ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା…

ନିର୍ବାଚନୀ ବୈତରଣୀ ପାର ହେବାକୁ ‘ନଗଦ ଟଙ୍କା’ ମୁଖ୍ୟ ଅସ୍ତ୍ର: ଶିକ୍ଷା, ସ୍ୱାସ୍ଥ୍ୟରେ କମୁଛି ଖର୍ଚ୍ଚ

ନୂଆଦିଲ୍ଲୀ,୧୭।୨: ଭାରତୀୟ ରାଜନୀତିରେ ଏବେ ‘ସିଧାସଳଖ ନଗଦ ହସ୍ତାନ୍ତର’ ସବୁଠାରୁ ବଡ଼ ନିର୍ବାଚନୀ ଅସ୍ତ୍ର ପାଲଟିଛି। ୧୬ଶ ଅର୍ଥ କମିଶନଙ୍କ ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ରାଜ୍ୟଗୁଡ଼ିକର ମୋଟ…

ଜାନୁଆରୀରେ ବଢ଼ିଲା ହୋଲସେଲ୍ ଦରଦାମ୍: ୧୦ ମାସର ସର୍ବୋଚ୍ଚ ସ୍ତରରେ…

ନୂଆଦିଲ୍ଲୀ,୧୬।୨: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ର ଆଭାସ ମିଳିଛି। ଜାନୁଆରୀ ମାସରେ ଭାରତର ହୋଲସେଲ୍ ଦରଦାମ୍ (WPI) ୧୦ ମାସର ସର୍ବୋଚ୍ଚ ସ୍ତର ୧.୮୧% କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri