ବ୍ୟାଙ୍କ ମହାମିଶ୍ରଣ: ପ୍ରଯୁକ୍ତି, ମାନବସମ୍ବଳ ପରିଚାଳନା ହେବ ସବୁଠୁ ବଡ଼ ଆହ୍ବାନ

ନୂଆଦିଲ୍ଲୀ,୧-୯: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମହାମିଶ୍ରଣ ଘୋଷଣା କରିଛନ୍ତି। ନେକ୍ସଟ ଜେନେରେଶନ ବ୍ୟାଙ୍କ ବା ପରବର୍ତ୍ତୀ ପିଢ଼ିର ବ୍ୟାଙ୍କ ପ୍ରତିଷ୍ଠା ଲକ୍ଷ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। କିନ୍ତୁ ମହାମିଶ୍ରଣ କାମରେ ନିୟୋଜିତ ଅଧିକାରୀଙ୍କ ମତରେ ଏହା ଏତେଟା ସହଜ ନୁହେଁ। ପ୍ରଯୁକ୍ତି ଏକୀକରଣ ଏବଂ ମାନବ ସମ୍ବଳ ପରିଚାଳନା ଏ ଦିଗରେ ସବୁଠାରୁ ବଡ଼ ଆହ୍ବାନ ହୋଇ ଦେଖାଦେଇଛି।

ପ୍ରଯୁକ୍ତି ମିଶ୍ରଣ କଷ୍ଟସାଧ୍ୟ
ବ୍ୟାଙ୍କ ମହାମିଶ୍ରଣରେ ବ୍ୟାଙ୍କଗୁଡ଼ିକର ବାଲାନ୍ସ ସିଟ୍‌କୁ ମିଶାଇବା ସବୁଠୁ ସହଜ କାମ। ଏହାପରେ ଜମା ଅର୍ଥକୁ ଏକାଠି ମିଶାଇବା ଓ ଏଟିଏମ୍‌ ନେଟ୍‌ଓ୍ବର୍କକୁ ଏକତ୍ରୀକରଣ କରିବା ସହଜ ହୋଇଯିବ। ତେବେ ବିଶେଷଜ୍ଞଙ୍କ କହିବାନୁଯାୟୀ, ଦୁଇଟି ଆଇଟି ପ୍ଲାଟଫର୍ମକୁ ଗୋଟିଏ ନେଟ୍‌ଓର୍‌ବକରେ ଯୋଡିବା ଅସମ୍ଭବ ବ୍ୟାପାର ହେବ। ଏହା ବଦଳରେ ନୂଆ ନେଟ୍‌ଓ୍ବର୍କ ଆପଣାଇବା ବ୍ୟାଙ୍କଗୁଡ଼ିକ ପାଇଁ ସହଜ ଉପାୟ ହେବ। ତେବେ ସରକାରଙ୍କ ପଦକ୍ଷେପରୁ ଏହା ସ୍ପଷ୍ଟ ହେଉଛି ଯେ, ଗୋଟିଏ ପ୍ରକାର ଆଇଟି ପ୍ଲାଟଫର୍ମ ଥିବା ବ୍ୟାଙ୍କଗୁଡ଼ିକୁ ସମ୍ଭବତଃ ମିଶ୍ରଣ ପ୍ରକ୍ରିୟାରେ ସାମିଲ କରାଯାଇଛି।

କର୍ମଚାରୀ ଓ ଗ୍ରାହକଙ୍କ ସମସ୍ୟା ସମାଧାନ
ସହଯୋଗୀ ବ୍ୟାଙ୍କଗୁଡ଼ିକୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ସହ ମିଶ୍ରଣ ବେଳେ ଏହାର ଅଧ୍ୟକ୍ଷା ଥିଲେ ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟ। ସେତେବେଳେ ସେ କହିଥିଲେ ଯେ, ଏସ୍‌ବିଆଇ ସହ ସହଯୋଗୀ ବ୍ୟାଙ୍କଗୁଡ଼ିକ ଯୋଡି ହୋଇ ରହିଥିଲେ ସୁଦ୍ଧା ସେମାନଙ୍କର ସଂସ୍କୃତି ଭିନ୍ନ ଥିଲା। ନିଜ ନିଜ ଭିତରେ ୨୪୨ ପ୍ରକାର ପ୍ରଯୁକ୍ତି ବ୍ୟବହାର କରାଯାଉଥିଲା। ଏସବୁକୁ ମିଶାଇବା ଲାଗି ଉଦ୍ୟମ ହୋଇଥିଲା। ଏସ୍‌ବିଆଇ କର୍ମଚାରୀ ସମସ୍ୟାର ସମାଧାନ ଲାଗି ଏକ ପୋର୍ଟାଲ ଆରମ୍ଭ କରିଥିଲା। ଏଥିରେ ଦୈନିକ ପ୍ରାୟ ୨୦୦ ପ୍ରଶ୍ନ ପଚରାଯାଉଥିଲା। ତେବେ ମହାମିଶ୍ରଣ ବେଳେ ଗ୍ରାହକଙ୍କ ସହ ଆଲୋଚନା କରିବା ଜରୁରୀ। କାରଣ ସେମାନଙ୍କ ମନରେ ଥିବା ଭୟକୁ ଦୂର କରାଯିବା ଆବଶ୍ୟକ ଥିଲା ବୋଲି ସେ କହିଥିଲେ। ସେ ଆହୁରି ମଧ୍ୟରେ କହିଥିଲେ ଯେ, ବ୍ୟାଙ୍କଗୁଡ଼ିକର ମିଶ୍ରଣର ଫାଇଦା ମିଳିବାରେ ପ୍ରାୟ ୨ ବର୍ଷ ଲାଗିଯିବ। ବ୍ୟାଙ୍କଗୁଡ଼ିକରେ ନୂତନ ପ୍ରଯୁକ୍ତି ଆପଣାଯିବା ଯୋଗୁ ସରକାରଙ୍କ ପକ୍ଷରୁ ଆଇଟି କ୍ଷେତ୍ରରେ ନିବେଶ ବୃଦ୍ଧି ପାଇବ ବୋଲି ଅରୁନ୍ଧତୀ କହିଥିଲେ। ସେହିପରି ଦେନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କ ମିଶ୍ରଣକୁ ନେଇ ବ୍ୟାଙ୍କ ଅଫ୍‌ ବରୋଦା ଏମ୍‌ଡି ପି.ଏସ୍‌.ଜୟକୁମାର କହିଥିଲେ ଯେ, ବ୍ୟାଙ୍କଗୁଡ଼ିକର ପ୍ରଯୁକ୍ତି ମିଶ୍ରଣରେ ପ୍ରାୟ ୧୨ରୁ ୧୮ ମାସ ସମୟ ଲାଗିବ। ସମସ୍ତ ବ୍ୟାଙ୍କ ଫିନାକଲ(ଇନ୍‌ଫୋସିସ୍‌ର କୋର୍‌ ବ୍ୟାଙ୍କିଙ୍ଗ୍‌ ପ୍ରଡକ୍ଟ) ବ୍ୟବହାର କରୁଛନ୍ତି। ସମସ୍ତଙ୍କର ଭିନ୍ନ ଭର୍ସନ ରହିଛି। ଏବେର ୧୦ ବ୍ୟାଙ୍କ ମହାମିଶ୍ରଣରେ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେବ ଶାଖା ପରିଚାଳନା। କେଉଁ ଶାଖା ଚାଲୁ ରହିବ, କେଉଁଟା ବନ୍ଦ ହେବ ସେ ସମ୍ପର୍କରେ ପ୍ରଥମେ ନିଷ୍ପତ୍ତି ନେବାକୁ ହେବ। ଉଦାହରଣ ସ୍ବରୂପ କାନାରା ବ୍ୟାଙ୍କ ଓ ସିଣ୍ଡିକେଟ ବ୍ୟାଙ୍କକୁ ମିଶାଇ ଦିଆଯିବ। ଏହି ଦୁଇଟି ବ୍ୟାଙ୍କର ମୁଖ୍ୟ ଶାଖା କର୍ନାଟକରେ ରହିଛି। ସେହି ରାଜ୍ୟରେ ଏହି ଦୁଇ ବ୍ୟାଙ୍କର ଏକାଧିକ ଶାଖା ଗୋଟିଏ ସ୍ଥାନରେ ରହିଛି। ଏଭଳି ସ୍ଥିତିରେ ସେମାନଙ୍କୁ ଅନ୍ୟ ଶାଖାକୁ ସ୍ଥାନାନ୍ତର କରିବା ସହଜ ହେବ ନାହିଁ।

ଭିନ୍ନ ଭିନ୍ନ କାର୍ଯ୍ୟ ସଂସ୍କୃତି
ବ୍ୟାଙ୍କ ଅଫ୍‌ ମଦୁରାଇ ଓ ଆଇସିଆଇସିଆଇ ବ୍ୟାଙ୍କକୁ ୨୦୦୦ରେ ମିଶ୍ରଣ କରିଦିଆଯାଇଥିଲା। ଏହି ସମୟରେ ଏମାନଙ୍କ ଭିତରୁ ଗୋଟିଏ ବ୍ୟାଙ୍କରେ କାର୍ଯ୍ୟରତ ଜଣେ କର୍ମଚାରୀ କହିଥିଲେ ଯେ, କାର୍ଯ୍ୟ ସଂସ୍କୃତି ମିଶ୍ରଣ ଏକ ବଡ଼ ଆହ୍ବାନ ହେବ। ଏହି ସମୟରେ ବ୍ୟାଙ୍କ ଅଫ୍‌ ମଦୁରାଇରେ ବହୁ ସଂଖ୍ୟାରେ କର୍ମଚାରୀ ରହିଥିଲେ। ତାଙ୍କ ମତରେ ମିଶ୍ରଣ ବେଳେ ଅନେକ ରଣନୀତି ପ୍ରସ୍ତୁତ କରାଯାଇଥାଏ। କିନ୍ତୁ କାର୍ଯ୍ୟ ସଂସ୍କୃତିକୁ ମିଶାଇବା କଠିନ ବ୍ୟାପାର। ଏଥିପାଇଁ ସମୟ ଲାଗିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri