ବ୍ୟାଙ୍କ ନିକଟରୁ ଡିକି ଭାଙ୍ଗି ୧ଲକ୍ଷ ୬୦ ହଜାର ଲୁଟିନେଲେ ଦୁର୍ବୃତ୍ତ

ରସୁଲପୁର,୧୭।୨(ଡି.ଏନ୍‌.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ଅଧୀନ କୁଆଖିଆ ବଜାରରେ ଥିବା କଟକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ନିକଟରୁ ସୋମବାର ଅପରାହ୍ନରେ ଲୁଟ୍‌ ହୋଇଛି। ପ୍ରଥମାଖଣ୍ଡ ପ୍ରାଥମିକ କୃଷି ସେବା ସମବାୟ ସମିତିର ସମ୍ପାଦକ ପ୍ରଶାନ୍ତ କୁମାର ସାହାଣୀ ଟଙ୍କା ଜମା କରିବାକୁ ଆସିଥିବା ବେଳେ ବ୍ୟାଙ୍କ ନିକଟରେ ୨ ଜଣ ଚାଷୀଙ୍କ ସହ ବାଇକ୍‌ ରଖି କଥା ହୋଇଥିଲେ। ଏହି ସମୟରେ ୨ ଦୁର୍ବୃତ୍ତ ବାଇକ୍‌ରେ ଆସି ଗାଡି ଡିକି ଭାଙ୍ଗି ଟଙ୍କା ଲୁଟି ନେଇଥିଲେ। ଏଥିରେ ୧ଲକ୍ଷ ୬୦ ହଜାର ଟଙ୍କା ଲୁଟ୍‌ ହୋଇଥିବା ପ୍ରଶାନ୍ତ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଖବରପାଇ କୁଆଖିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବ୍ୟାଙ୍କ ସିସିଟିଭି ଫୁଟେଜ୍‌ ଯାଞ୍ଚ କରି ତଦନ୍ତ ଚଳାଇଛି।