ବ୍ୟାଙ୍କିଙ୍ଗ ସିଷ୍ଟମକୁ ନେଇ ଶକ୍ତିକାନ୍ତଙ୍କ ପରାମର୍ଶ; ଭୟଭୀତ ହେବାର ଆବଶ୍ୟକତା ନାହିଁ

ମୁମ୍ବାଇ,୫-୧୦: ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ନେଇ ଲୋକଙ୍କ ମନରେ ବିଭିନ୍ନ ଆଶଙ୍କା ଉପୁଜୁଥିବା ବେଳେ ଏହାକୁ ନେଇ ରିଜର୍ଭ ବ୍ୟାଙ୍କଗଭର୍ନର ନିଜର ପ୍ରତିକ୍ରିୟା ରଖିଛନ୍ତି। ବ୍ୟାଙ୍କିଙ୍ଗ ସିଷ୍ଟମକୁ ନେଇ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ ଶୁକ୍ରବାର କହିଛନ୍ତି। ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସମେତ ସମବାୟ ବ୍ୟାଙ୍କଗୁଡିକର ସ୍ଥିତି ଭଲ ରହିଛି ଏବଂ ସ୍ଥିତାବସ୍ଥା ବଜାୟ ରହିବ ବୋଲି ସେ ଲୋକମାନଙ୍କୁ ଆଶ୍ୱାସନା ଦେଇଛନ୍ତି। ପଞ୍ଜାବ ମହାରାଷ୍ଟ୍ର କୋଅପରେଟିଭ (ପିଏମ୍‌ସି) ବ୍ୟାଙ୍କରେ ହୋଇଥିବା ଋଣ ଠକେଇ ମାମଲା ଉପରେ ବର୍ତ୍ତମାନ ନଜର ରଖାଯାଇଛି। ସମବାୟ ବ୍ୟାଙ୍କଗୁଡିକ ଲାଗି ରହିଥିବା ନିୟାମକ ବ୍ୟବସ୍ଥା ଉପରେ ସରକାରଙ୍କ ସହ ଆଲୋଚନା କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ବିଭିନ୍ନ ସମୟରେ ଲୋକଙ୍କ ମନରେ ଭୟ ସଞ୍ଚାର କରିବା ଲାଗି ଘଟଣାକୁ ଭିନ୍ନ ଢଙ୍ଗରେ ଦେଖାଯାଉଛି। ମାତ୍ର ଲୋକମାନେ ଏହାକୁ କର୍ଣ୍ଣପାତ ନ କରି ନିଶ୍ଚିତ ରହିବାକୁ ସେ ନିବେଦନ କରିଛନ୍ତି। ବିଭିନ୍ନ ଅନୀୟମିତତା ଧରାପଡିବା ପରେ କେନ୍ଦ୍ରୀୟ ବ୍ୟାଙ୍କ ପିଏମ୍‌ସି ଉପରେ ବିଭିନ୍ନ କଟକଣା ଲଗାଇଛନ୍ତି। ରିୟଲ ଇଷ୍ଟେଟ ସଂସ୍ଥା ଏଚ୍‌ଡିଆଇଏଲ୍‌କୁ ଏହା ବୃହତ୍ତ ପରିମାଣର ଋଣ ଦେଇ ଦେଇଥିବା ବେଳେ ଉକ୍ତ ଦେବାଳିଆ ହୋଇଯାଇଛି। ଏଭଳି ଘଟଣା ସାମ୍ନାକୁ ଆସିଲେ ଆର୍‌ବିଆଇ କାର୍ଯ୍ୟାନୁଷ୍ଠାନ ନେଇଥାଏ। ଲୋକମାନଙ୍କ ଉପରେ ଲାଗିଥିବା ଉଠାଣ କଟକଣାକୁ ୧ ହଜାରରୁ ପରିବର୍ତ୍ତନ କରି ୧୦ ହଜାର ଏବଂ ଏବେ ଏହା ୨୫,୦୦୦କୁ ବୃଦ୍ଧି କରାଯାଇଛି। ସମବାୟ ବ୍ୟାଙ୍କଗୁଡିକ ଲାଗି ରହିଥିବା ନିୟମାବଳୀକୁ ଆର୍‌ବିଆଇ ବର୍ତ୍ତମାନ ତର୍ଜମା କରୁଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ

ଭୁବନେଶ୍ୱର,୧୦।୪(ଅନୁରାଧା ମହାରଣା): ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରସ୍ଥିତ କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ, ଚଳିତ ଶିକ୍ଷାବର୍ଷରେ କିସ୍‌ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି,…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri