Posted inଜାତୀୟ

ବ୍ୟାଙ୍କିଙ୍ଗ୍‌ ସେକ୍ଟରରେ ବିଗ୍‌ ବ୍ୟାଙ୍ଗ୍‌ ଘୋଷଣା

ନୂଆଦିଲ୍ଲୀ,୩୧ା୮: ଦେଶର ଅର୍ଥନୀତିରେ ଦେଖାଦେଇଥିବା ମାନ୍ଦାବସ୍ଥାକୁ ଦୂର କରିବା ଲାଗି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଚଳିତ ମାସ ୨୩ରେ ବଡ଼ ଧରଣର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ। ତେବେ ଦେଶର ଅର୍ଥନୀତିକୁ ୫ ଲକ୍ଷ କୋଟି ଡଲାରରେ ପହଞ୍ଚାଇବା ଲକ୍ଷ୍ୟରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କିଙ୍ଗ୍‌ ସେକ୍ଟରରେ ବୃହତ ମିଶ୍ରଣ କରାଯିବ ବୋଲି ଅର୍ଥମନ୍ତ୍ରୀ ଶୁକ୍ରବାର ବିଗ୍‌ ବ୍ୟାଙ୍ଗ୍‌ ଘୋଷଣା କରିଛନ୍ତି। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ସୀତାରାମନ୍‌ କହିଛନ୍ତି ଯେ, ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ମିଶାଇ ଦିଆଯିବ। ଏହି ମିଶ୍ରଣ ପରେ ୪ ବୃହତ ବ୍ୟାଙ୍କ ଗଠନ ହେବ, ଯାହାର ମୋଟ କାରବାର ୫୫.୮୧ ଲକ୍ଷ କୋଟି ଟଙ୍କା ହେବ। ୨୦୧୭ରେ ଦେଶରେ ୨୭ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଥିବା ବେଳେ ଏହି ମିଶ୍ରଣ ପରେ ସେମାନଙ୍କ ସଂଖ୍ୟା ୧୨କୁ ହ୍ରାସ ପାଇବ।
ଶୁକ୍ରବାର ଏଠାରେ ଖବରଦାତା ସମ୍ମିଳନୀରେ ଯୋଗ ଦେଇ ସୀତାରାମନ୍‌ କହିଛନ୍ତି ଯେ, ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ସହ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସ ଓ ୟୁନାଇଟେଡ ବ୍ୟାଙ୍କ ଅଫ୍‌ ଇଣ୍ଡିଆକୁ ମିଶାଇ ଦିଆଯିବ। ଫଳରେ ପିଏନ୍‌ବି ଦେଶରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ପରେ ଦ୍ୱିତୀୟ ସର୍ବବୃହତ୍‌ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ହେବ ଏବଂ ଏହାର ମୋଟ ବ୍ୟବସାୟ ୧୭.୯୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ୟିବ। ସେହିପରି ସିଣ୍ଡିକେଟ ବ୍ୟାଙ୍କକୁ ମିଶାଇ ଦିଆଯିବା ପରେ କାନାରା ବ୍ୟାଙ୍କ ଦେଶର ଚତୁର୍ଥ ସର୍ବବୃହତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ହେବ ଏବଂ ଏହାର ମୋଟ କାରବାର ୧୫.୨୦ ଲକ୍ଷ କୋଟି ଟଙ୍କା ହୋଇଯିବ। ଏହାବ୍ୟତୀତ ଆନ୍ଧ୍ରା ବ୍ୟାଙ୍କ ତଥା କର୍ପୋରେଶନ ବ୍ୟାଙ୍କକୁ ମିଶାଇ ଦିଆଯିବା ପରେ ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଦେଶର ୫ମ ସର୍ବବୃହତ ବ୍ୟାଙ୍କର ମାନ୍ୟତା ହାସଲ କରିବ। ଏହାର ମୋଟ କାରବାର ପରିମାଣ ୧୪.୫୯ ଲକ୍ଷ କୋଟି ଟଙ୍କା ହୋଇଯିବ। ସୀତାରାମନ୍‌ କହିଛନ୍ତି ଯେ, ଇଣ୍ଡିଆନ ବ୍ୟାଙ୍କ ସହ ଆଲ୍ଲାହାବାଦ୍‌ ବ୍ୟାଙ୍କର ମିଶ୍ରଣ ପରେ ଏହା ଦେଶର ୭ମ ସର୍ବବୃହତ ବ୍ୟାଙ୍କର ମାନ୍ୟତା ପାଇବା ସହ ଏହାର କାରବାର ୮.୦୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ୟିବ। ବୃହତ ବ୍ୟାଙ୍କ ମିଶ୍ରଣକୁ ଅର୍ଥମନ୍ତ୍ରୀ ‘ନେକ୍ସଟ ଜେନେରେଶନ ପିଏସ୍‌ବି’ ବା ‘ପରବର୍ତ୍ତୀ ପିଢ଼ିର ରାଷ୍ଟ୍ରାୟତ୍ତ ବ୍ୟାଙ୍କ’ ଭାବେ ଆଖ୍ୟା ଦେଇଛନ୍ତି। ମିଶ୍ରଣ ଶେଷ ହେବା ପରେ ଦେଶରେ ମୋଟ ୧୨ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଯଥା: ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ, କାନାରା ବ୍ୟାଙ୍କ, ଆଲ୍ଲାହାବାଦ୍‌ ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ବ୍ୟାଙ୍କ ଅଫ୍‌ ବରୋଦା, ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଇଣ୍ଡିଆନ ଓଭରସିଜ୍‌ ବ୍ୟାଙ୍କ, ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କ ଏବଂ ୟୁକୋ ବ୍ୟାଙ୍କ ରହିଯିବେ।


Enter your email to get our daily news in your inbox.

All Right Reserved By Dharitri.Com

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ପଶ୍ଚିମବଙ୍ଗ ପାଇଁ ଭାଜପାର ସଂକଳ୍ପପତ୍ର: ଯୁବତୀଯୁବକ, ମହିଳା, ସରକାରୀ ପେନସନଭୋଗୀଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୦।୪: ଭାରତୀୟ ଜନତା ପାର୍ଟି (ଭାଜପା) ଶୁକ୍ରବାର ଏହାର ଇସ୍ତାହାର ପ୍ରକାଶ କରିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ଭାଜପା ନେତା ଅମିତ ଶାହା ଇସ୍ତାହାର ବା ଘୋଷଣାପତ୍ର…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି: ୧୧ ପ୍ରସ୍ତାବରେ ବାଜିଲା ମୋହର, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧୦।୪: କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି। ୧୧ ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍‌ ମୋହର। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ବୈଠକରେ ୫ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri