Categories: ବାଣିଜ୍ୟ

‘ବ୍ୟାଙ୍କିଙ୍ଗ୍‌ ଶିଳ୍ପ ସାମ୍ନାରେ ଅନେକ ଚ୍ୟାଲେଞ୍ଜ’

ନୂଆଦିଲ୍ଲୀ,୧୩।୫: ଦେଶର ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ମାନ୍ଦାବସ୍ଥା ଦେଇ ଗତି କରୁଛି। ଏଭଳି ସ୍ଥିତିରେ ଦେଶର ବ୍ୟାଙ୍କିଙ୍ଗ୍‌ ଶିଳ୍ପ ସାମ୍ନାରେ ବିଭିନ୍ନ ଚ୍ୟାଲେଞ୍ଜ ରହିଥିବା ବନ୍ଧନ ବ୍ୟାଙ୍କର ଏମ୍‌ଡି ତଥା ସିଇଓ ଚନ୍ଦ୍ରଶେଖର ଘୋଷ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବିଭିନ୍ନ ଚ୍ୟାଲେଞ୍ଜ ସହ ଅଭିବୃଦ୍ଧି ଧାରା ଜାରି ରଖିବାକୁ ସକ୍ଷମ ହୋଇଛୁ। କୋଭିଡ୍‌ -୧୯ ଯୋଗୁ କାରବାର ଗଭୀର ଭାବେ ପ୍ରଭାବିତ ରହିଲେ ମଧ୍ୟ ଗ୍ରାହକଙ୍କୁ ନିରନ୍ତର ସେବା ଯୋଗାଣ ଧାରା ଜାରି ରହିବ। ଅଭିବୃଦ୍ଧି କ୍ଷେତ୍ରରେ ଦୃଢତା ବଜାୟ ରଖିବା ସହ ବର୍ତ୍ତମାନ ୨.୦୧ କୋଟି ଗ୍ରାହକଙ୍କୁ ସେବା ଯୋଗାଣ ହେଉଛି। ଜମା କ୍ଷେତ୍ରରେ ଅଭିବୃଦ୍ଧି ୩୨.୦୪% ରହିଥିବା ବେଳେ ଏହା ୫୭,୦୮୨ କୋଟି ଟଙ୍କା ରହିଛି। ବ୍ୟାଙ୍କର ଲୋନ୍‌ ବୁକ୍‌ ୬୦.୪୬% ୭୧.୮୪୬ କୋଟି ଟଙ୍କା ଟପିଛି। ୨୦୧୯-୨୦ରେ ବ୍ୟାଙ୍କର ମୋଟ କାରବାର ୪୬.୫୦% ବଢି ୧.୨୮ ଲକ୍ଷ କୋଟି ଟଙ୍କା ରହିଛି। କାସା ଜମା ୧୯.୩୬% ହାରରେ ବଢିଛି। ଏଫ୍‌ପିଏ ୦.୫୮% ସ୍ତରରେ ରହିଥିବା ବ୍ୟାଙ୍କ ପକ୍ଷରୁ ସୂଚନା ରହିଛି।

Share