Categories: ବାଣିଜ୍ୟ

ବ୍ୟାଙ୍କଗୁଡିକ ପାଇଁ ଆଉଟଲୁକ୍‌ ନେଗେଟିଭ କଲା ମୁଡିସ୍‌

ମୁଡିସ୍‌ ଇନଭେଷ୍ଟର୍ସ ସର୍ଭିସ ଗୁରୁବାର ଭାରତୀୟ ବ୍ୟାଙ୍କଗୁଡିକ ଲାଗି ଆଉଟଲୁକ୍‌କୁ ନେଗେଟିଭ୍‌ କରିଛି। ଏହା ପୂର୍ବରୁ ଆଉଟଲୁକ୍‌ ଷ୍ଟେବଲ ବୋଲି ମୁଡିସ କହିଥିଲା। ବ୍ୟାଙ୍କଗୁଡିକର ଆସେଟ କ୍ୱାଲିଟି ବା ସମ୍ପତ୍ତି ଗୁଣବତ୍ତା ବର୍ତ୍ତମାନ ସମୟରେ ପ୍ରଭାବିତ ସ୍ଥିତିରେ ରହିବ ବୋଲି ଏହି ଏଜେନ୍ସି ମତ ରଖିଛି। କରୋନା ପ୍ରଭାବ ଯୋଗୁ ଦେଶର ଆର୍ଥତ୍କ କାର୍ଯ୍ୟକଳାପ କମିଛି। ଏହାର ପ୍ରଭାବ ଦେଶର ବ୍ୟାଙ୍କିଙ୍ଗ କ୍ଷେତ୍ର ଉପରେ ପଡିଛି ବୋଲି ମୁଡିସ ଏହାର ରିପୋର୍ଟରେ ଉଲ୍ଲେଖ କରିଛି। କର୍ପୋରେଟ, କ୍ଷୁଦ୍ର ଏବଂ ମଧ୍ୟମ ଏଣ୍ଟର ପ୍ରାଇଜେସ, ରିଟେଲ ସେଗ୍‌ମେଣ୍ଟରେ ଆସେଟ କ୍ୱାଲିଟି ପ୍ରଭାବିତ ହେବ। ଏ କ୍ଷେତ୍ରରେ ଉଭୟ ଲାଭ ଏବଂ ପୁଞ୍ଜି ଉପରେ ଚାପ ରହିବ। କରୋନା ଏବଂ ଆର୍ଥତ୍କ କାର୍ଯ୍ୟକଳାପ ହ୍ରାସ ହେବା ଯୋଗୁ ଅର୍ଥନୈତିକ ମାନ୍ଦାବସ୍ଥା ବଜାରରେ ରହିବ ବୋଲି ରିପୋର୍ଟରେ କୁହାଯାଇଛି। ଲକ୍‌ଡାଉନ ପାଇଁ ଉଭୟ ଘରୋଇ ଏବଂ ଅନ୍ତର୍ଜାତୀୟ ବଜାରରେ ନିବେଶ ଏବଂ ଚାହିଦା ଗଭୀର ଭାବେ ପ୍ରଭାବିତ ରହିବ। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ପୁଞ୍ଜି ଏବଂ ନଗଦରେ ସ୍ଥିତାବସ୍ଥା ରହିଥିବା ଏହା ପ୍ରକାଶ କରିଛି। ଏହି ସମୟରେ କ୍ଷୁଦ୍ର ଘରୋଇ ବ୍ୟାଙ୍କଗୁଡିକ କେତେକ ଚ୍ୟାଲେଞ୍ଜ ସାମ୍ନା କରିପାରନ୍ତି ବୋଲି କୁହାଯାଉଛି।

Share