ବ୍ୟାଙ୍କଗୁଡିକୁ ସୀତାରାମନଙ୍କ ପରାମର୍ଶ; ତଦନ୍ତର ୩ସିକୁ ଡରନାହିଁ

ନୂଆଦିଲ୍ଲୀ,୨୯-୧୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶନିବାର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ(ସିଇଓ)ଙ୍କୁ ଭେଟିଛନ୍ତି। ସେ ବ୍ୟାଙ୍କଗୁଡିକର ସ୍ଥିତିକୁ ସମୀକ୍ଷା କରିଥିବା ବେଳେ ତଦନ୍ତର ୩ ସି କୁହାଯାଉଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ), କମ୍ପ୍ଟୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି), ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ(ସିଭିସି)ଙ୍କୁ ଡରିବାର କୌଣସି ଆବଶ୍ୟକତା ନାହିଁ ବୋଲି ପରାମର୍ଶ ଦେଇଛନ୍ତି। ଠିକ୍‌ ନିଷ୍ପତ୍ତି ନେଉଥିବା ବ୍ୟାଙ୍କ ଅଧିକାରୀମାନେ ୩ସି ନେଇ ଭୟଭୀତ ନ ହେବା ଆବଶ୍ୟକ ବୋଲି ସୀତାରାମନ ମତ ରଖିଛନ୍ତି।
ସେ କହିଛନ୍ତି ଯେ, ବ୍ୟାଙ୍କରମାନେ ଦୂରଦର୍ଶୀ ନିଷ୍ପତ୍ତି ନେବା ବେଳେ ବିଫଳତା ଏବଂ ଦୋଷପୂର୍ଣ୍ଣ ବିଫଳତା ମଧ୍ୟରେ ପାର୍ଥକ୍ୟକୁ ବିଚାର କରାଯିବ। ଆୟକର ବିଭାଗ ଭଳି ସିବିଆଇ ମଧ୍ୟ ଏଭଳି ପଦକ୍ଷେପ ନେବ ଯେଭଳି ଅନଧିକୃତ ଯୋଗାଯୋଗ ଏବଂ ମାନସିକ ନିର୍ଯାତନା ଭଳି କୌଣସି ଘଟଣା ସାମ୍ନାକୁ ନ ଆସେ। ସିବିଆଇ ଆଗାମୀ ଦିନରେ ବ୍ୟାଙ୍କ ଅଧିକାରୀଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରିବା ସହିତ ଅଧିକାରୀଙ୍କ ମନରେ ରହିଥିବା ଆଶଙ୍କାକୁ ଦୂରକରିବା ଦିଗରେ ପ୍ରୟାସ କରିବ। ତଦନ୍ତକାରୀ ଏଜେନ୍ସିଗୁଡିକୁ ନେଇ ବ୍ୟାଙ୍କ ଅଧିକାରୀମାନେ ଭୟଭୀତ ହେଉଥିବା ବିଭିନ୍ନ ଘଟଣା ସାମ୍ନାକୁ ଆସିଥିବା ସୀତାରାମନ କହିଛନ୍ତି। ମନରେ ଭୟ ରହିବା ଯୋଗୁ ବ୍ୟାଙ୍କ ଅଧିକାରୀମାନେ ଠିକ୍‌ ନିଷ୍ପତ୍ତି ନେବା ମଧ୍ୟ ପ୍ରଭାବିତ ହୋଇଥାଏ। ବ୍ୟାଙ୍କଗୁଡିକରେ ହେଉଥିବା ମାମଲାଗୁଡିକୁ ସିବିଆଇ ନିଜ ଆଡୁ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥାଏ ବରଂ ବ୍ୟାଙ୍କଗୁଡିକ ମାମଲାର ତଦନ୍ତ ଲାଗି ଉଚିତ ନିଷ୍ପତ୍ତି ନେଇଥାନ୍ତି ବୋଲି ସୀତାରାମନ ମତ ଦେଇଛନ୍ତି।
ଶନିବାର ସିବିଆଇ ନିର୍ଦ୍ଦେଶକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମୁଖ୍ୟଙ୍କୁ ଭେଟିଥିବା ସୀତାରାମନ ସୂଚନା ଦେଇଛନ୍ତି। ବିଭିନ୍ନ ଜଟିଳ ମାମଲା କ୍ଷେତ୍ରରେ ନିଷ୍ପତ୍ତି ନେବା ଲାଗି ବ୍ୟାଙ୍କଗୁଡିକୁ ସହାୟତା କରିବାକୁ ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ, ଆୟକର ବିଭାଗ, ସୀମା ଶୁଳ୍କ ବିଭାଗ ଅଧିକାରୀଙ୍କ ସହ ସେ ଭେଟିବା ନେଇ କହିଛନ୍ତି। ଦେଶରେ ନିବେଶ କରିବା ଲାଗି କର୍ପୋରେଟଗୁଡିକ ଦୃଢ ନିଷ୍ପତ୍ତି ନେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିଳ୍ପ ସଂଘ ଆସୋଚାମର ଏକ କାର୍ଯ୍ୟକ୍ରମରେ ଦେଶର ଶିଳ୍ପ ଜଗତକୁ ଆହ୍ବାନ ଦେଇଥିଲେ। ବାଣିଜ୍ୟ ବିଫଳ ହେଲେ ଶିଳ୍ପପତିଙ୍କୁ ହଇରାଣ ହରକତ ହେବାକୁ ଦିଆଯିବନାହିଁ। ଉଚିତ ନିଷ୍ପତ୍ତି ହୋଇଥିଲେ ଠିକ୍‌ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମୋଦି କହିଥିଲେ।
ବ୍ୟାଙ୍କଗୁଡିକର ଆର୍ଥତ୍କ ସ୍ବାସ୍ଥ୍ୟ ସୁଧୁରୁଛି
ଏଭଳି ସମୟରେ ସରକାରଙ୍କ ବିଭିନ୍ନ ପଦକ୍ଷେପ ଯୋଗୁ ବ୍ୟାଙ୍କଗୁଡିକ ଏବେ ଠିକ୍‌ ସ୍ଥିତିକୁ ଆସିବାରେ ସୁବିଧା ହୋଇଛି ବୋଲି ସୀତାରାମନ ମତ ଦେଇଛନ୍ତି। ସରକାରଙ୍କ ସଂସ୍କାର ପଦକ୍ଷେପ ଯୋଗୁ ବ୍ୟାଙ୍କଗୁଡିକର ଆର୍ଥତ୍କ ସ୍ବାସ୍ଥ୍ୟରେ ଉନ୍ନତି ହୋଇଛି। ୨୦୧୮ ମାର୍ଚ୍ଚରେ ବ୍ୟାଙ୍କଗୁଡିକର ମୋଟ ଏନ୍‌ପିଏ ୮.୯୬ ଲକ୍ଷ କୋଟି ଟଙ୍କା ରହିଥିବା ବେଳେ ଏହା ୨୦୧୯ ସେପ୍ଟେମ୍ବରରେ ୭.୨୭ ଲକ୍ଷ କୋଟି ଟଙ୍କାକୁ ହ୍ରାସ ଘଟିଛି। ଆର୍ଥତ୍କ ବର୍ଷ ୨୦୧୯-୨୦ର ପ୍ରଥମ ୬ ମାସରେ ୧୩ ବ୍ୟାଙ୍କ ଲାଭଜନକ ସ୍ଥିତିକୁ ଫେରିଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri