Categories: ବାଣିଜ୍ୟ

ବ୍ୟାଙ୍କଗୁଡିକର ମୋଟ୍‌ ଏନ୍‌ପିଏ ୯.୧%କୁ ଖସିଲା

ନୂଆଦିଲ୍ଲୀ,୨୫-୧୨: ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ମୋଟ ଅନାଦାୟ ଋଣ (ଏନ୍‌ପିଏ) ପରିମାଣ ସେପ୍ଟେମ୍ବର ଶେଷ ସୁଦ୍ଧା ୯.୧%କୁ ଖସିଛି। ଏହା ଆର୍ଥତ୍କ ବର୍ଷ ୨୦୧୭-୧୮ରେ ୧୧.୨% ରହିଥିଲା। ୨୦୧୭-୧୮ ଆର୍ଥତ୍କ ବର୍ଷରେ ବ୍ୟାଙ୍କଗୁଡିକର ନେଟ୍‌ ଏନ୍‌ପିଏ ୬% ରହିଥିବା ବେଳେ ଏହା ୨୦୧୮-୧୯ରେ ୩.୭% ରହିଛି। ଗତ ୭ ବର୍ଷ ଧରି ଏନ୍‌ପିଏ ପରିମାଣ ବଢିବା ପରେ ୨୦୧୮-୧୯ରେ ବ୍ୟାଙ୍କଗୁଡିକର ମୋଟ ଏନ୍‌ପିଏ ୯.୧%କୁ ଖସିଥିବା ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ରିପୋର୍ଟରେ ଉଲ୍ଲେଖ ରହିଛି। ଚଳିତ ଆର୍ଥତ୍କ ବର୍ଷରେ ଏହି ସଂଖ୍ୟା ସ୍ଥିର ରହିବ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି।

Share