Categories: Uncategorized

ବ୍ୟାକ୍‌ଗ୍ରାଉଣ୍ଡ ଡ୍ୟାନ୍ସରରୁ ଲୋକପ୍ରିୟ ଅଭିନେତା ପାଲଟିଥିଲେ ସୁଶାନ୍ତ

ବମ୍ବେ: ବ୍ୟାକ୍‌ଗ୍ରାଉଣ୍ଡ ଡ୍ୟାନ୍ସରରୁ ଧାରାବାହିକ, ପରେ ବଡ଼ପରଦା। ଏଭଳି କିଛି ଥିଲା ଅଭିନେତା ସୁଶାନ୍ତ ସିଂଙ୍କ ଯାତ୍ରା। ଜଣେ ସଫଳ ନାୟକ ଭାବେ ସେ ନିଜକୁ ପ୍ରମାଣିତ ମଧ୍ୟ କରିଥିଲେ। ଜୁନ୍‌ ୧୪ରେ ମାତ୍ର ୩୪ ବର୍ଷ ବୟସରେ ତାଙ୍କର ନିଧନ ହୋଇଛି। ହଠାତ୍‌ କେହି ଏହି କଥାକୁ ଗ୍ରହଣ କରିପାରି ନ ଥିଲେ। ଏବେ ବି ସେ ଆଉ ନ ଥିବା ଖବରକୁ ଗ୍ରହଣ କରିପାରୁ ନାହାନ୍ତି ପ୍ରଶଂସକ। ସୋସିଆଲ ମିଡିଆରେ ତାଙ୍କର ଅନେକ ଭିଡିଓ ଭାଇରାଲ ହେଉଛି। ଯାହା ତାଙ୍କର ସ୍ମୃତିକୁ ସତେଜ କରୁଛି।
ଏପରି ଏକ ଭିଡିଓରେ ସୁଶାନ୍ତଙ୍କ ପ୍ରାରମ୍ଭିକ ସମୟକୁ ଦେଖିବାକୁ ମିଳୁଛି। ଏଥିରେ ସେ ଐଶ୍ୱର୍ଯ୍ୟା ରାୟଙ୍କ ସୟ ମଞ୍ଚରେ ବ୍ୟାକ୍‌ ଗ୍ରାଉଣ୍ଡ ଡ୍ୟାନ୍ସର ଭାବେ ନୃତ୍ୟ କରୁଛନ୍ତି।

ଘଟଣାଟି ୨୦୦୬ ମସିହାର। ଖ୍ୟାତନାମା କୋରିଓଗ୍ରାଫର ଶ୍ୟାମକ ଡାଭରଙ୍କ ନୃତ୍ୟ କ୍ଲାସରେ ସୁଶାନ୍ତ ଯୋଗ ଦେଇଥିଲେ। ସେତେବେଳେ ତାଙ୍କ ନୃତ୍ୟଶୈଳୀକୁ ଦେଖି ପସନ୍ଦ କରିଥିଲେ ଶ୍ୟାମକ। ଏଥିରେ ପ୍ରଭାବିତ ହୋଇ ଅଷ୍ଟ୍ରେଲିଆରେ ହେବାକୁ ଥିବା ଏକ ସମାରୋହରେ ଐଶ୍ୱର୍ଯ୍ୟାଙ୍କ ସହ ନାଚିବାକୁ ସୁଯୋଗ ଦେଇଥିଲେ। ମେଲବର୍ନର ଏକ ଖେଳର ଉଦ୍‌ଯାପନୀ ଉତ୍ସବରେ ଐଶ୍ୱର୍ଯ୍ୟା ଭାରତର ପ୍ରତିନିଧିତ୍ୱ କରୁଥିଲେ। କେବଳ ଐଶ୍‌ ନୁହଁନ୍ତି, ସୁଶାନ୍ତ ହ୍ରିତିକ୍‌ଙ୍କ ଚଳଚ୍ଚିତ୍ର ‘ଧୁମ୍‌-୨’ର ଗୀତରେ ବ୍ୟାକ୍‌ଗ୍ରାଉଣ୍ଡ ଡ୍ୟାନ୍ସର ଭାବେ କାମ କରିଥିଲେ।