ବ୍ୟାକ୍ଟେରିଆକୁ ରୋକିବ ଲାଳ

ସାଧାରଣତଃ ବ୍ୟାକ୍ଟେରିଆ ଯୋଗୁ ଆମେ କେତେକ ରୋଗର ସମ୍ମୁଖୀନ ହୋଇଥାଉ। ତେବେ ଏହାକୁ ପ୍ରତିହତ କରିବାରେ ଲାଳର ଭୂମିକା ରହିଛି ବୋଲି କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି। ବିଶେଷଭାବରେ ଆମେ ଖାଇବା ପରେ ଭଲ ଭାବରେ ପାଟି ସଫା ନ କଲେ ତା’ ଭିତରେ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାଆନ୍ତି। ହେଲେ ଆମ ପାଟିରୁ କ୍ଷରଣ ହେଉଥିବା ଲାଳରେ ଏପରି ତତ୍ତ୍ୱ ରହିଛି, ଯାହା ଏପରି ବ୍ୟାକ୍ଟେରିଆଙ୍କ ବଂଶବୃଦ୍ଧିକୁ ସହଜରେ ରୋକି ପାରିବ। ପରୀକ୍ଷାମୂଳକ ଭାବରେ ଏ କ୍ଷେତ୍ରରେ ମଧ୍ୟ ଉକ୍ତ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ସଫଳ ହୋଇଛନ୍ତି।