ବ୍ୟବସ୍ଥା ଥାଇ ହୀନସ୍ତା

ଅନୁଗୋଳ ଅଫିସ, ୧୧ା୮
ଶାରୀରିକ ଭିନ୍ନକ୍ଷମଙ୍କ ଭଳି ମାନସିକ ଭିନ୍ନକ୍ଷମଙ୍କ ପାଇଁ ମଧ୍ୟ ସରକାରୀ ଯୋଜନା ରହିଛି। ସେମାନଙ୍କୁ ଚିକିତ୍ସା କରାଇ ଆବଶ୍ୟକ ଥଇଥାନ ନିମନ୍ତେ ସରକାରୀସ୍ତରରେ ବ୍ୟବସ୍ଥା ଅଛି। ହେଲେ ଅନୁଗୋଳ ଜିଲାରେ ଉକ୍ତ ସରକାରୀ ଯୋଜନା କାର୍ଯ୍ୟକାରୀ ହେଉନାହିଁ। ବରଂ ଏହି ମାନସିକ ଭିନ୍ନକ୍ଷମମାନଙ୍କ ଥଇଥାନ ପାଇଁ ଜିଲା ପ୍ରଶାସନ ସାମାଜିକର୍ମୀମାନଙ୍କ ଉପରେ ମାତ୍ରାଧିକ ନିର୍ଭର କରୁଛି। ଫଳରେ ଅନୁଗୋଳ ସହର ଓ ଆଖପାଖ ଅଞ୍ଚଳରେ ବୁଲୁଥିବା ମାନସିକ ରୋଗୀମାନେ ଅତି ପରିତ୍ୟକ୍ତ ଅବସ୍ଥାରେ ରାସ୍ତା ପାର୍ଶ୍ୱରେ ପଡ଼ି ହୀନସ୍ତା ଭୋଗୁଛନ୍ତି।
ଅନୁଗୋଳ ସହର ଓ ଆଖପାଖ ଅଞ୍ଚଳରେ ଅନେକ ମାନସିକ ଭିନ୍ନକ୍ଷମ ବ୍ୟକ୍ତି ରହିଛନ୍ତି। କାଣ୍ଡସରରେ ଏକ ଗଛ ତଳେ ଏପରି ଜଣେ ମହିଳା ରହୁଥିବା ବେଳେ ଖଲାରୀ ରଙ୍କେଇ ଠାକୁରାଣୀଙ୍କ ନିକଟରେ ଜଣେ, ହେମସୁରପଡ଼ା ମାଛ ମାର୍କେଟ ପାଖରେ ଦୁଇ ଜଣ ମହିଳା, ପଞ୍ଚମହଲା ଓ ହୁଲୁରିସିଂହା ଛକରେ ଦୁଇ ଜଣ ପୁରୁଷ ଦୀର୍ଘ ଦିନ ହେବ ବୁଲାବୁଲି କରୁଛନ୍ତି। କିନ୍ତୁ ଏମାନଙ୍କ ଚିକିତ୍ସା ଓ ଥଇଥାନ ପ୍ରତି ଜିଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ଦୃଷ୍ଟି ନାହିଁ। ମାନସିକ ଭିନ୍ନକ୍ଷମ, ନିର୍ଯାତିତା ତଥା ସ୍ବାମୀ ପରିତ୍ୟକ୍ତା, ବିଧବା, ଅବିବାହିତା ମା, ଘରୋଇ ହିଂସାର ଶିକାର ମହିଳାମାନଙ୍କୁ ୫ ବର୍ଷ ପର୍ଯ୍ୟନ୍ତ ଥଇଥାନ କରିବା ନିମନ୍ତେ ସରକାରୀସ୍ତରରେ ଯୋଜନା ରହିଛି। ଏପରି କି ଏହି ମହିଳା ଓ ପୁରୁଷଙ୍କୁ କାଉନ୍‌ସେଲିଂ କରାଯିବା ସହିତ ଆବଶ୍ୟକସ୍ଥଳେ ମାମଲା ଲଢ଼ିବାର ବ୍ୟବସ୍ଥା ମଧ୍ୟ ଅଛି। କିନ୍ତୁ ଅନୁଗୋଳ ଜିଲାରେ ମାନସିକ ଭିନ୍ନକ୍ଷମଙ୍କ ଥଇଥାନ ପାଇଁ ଏଯାଏ କୌଣସି ବ୍ୟବସ୍ଥା କାର୍ଯ୍ୟକାରୀ ହେଉନାହିଁ। ଏକ ବେସରକାରୀ ଆଶ୍ରୟ ଅନୁଷ୍ଠାନ କେବଳ ମହିଳାମାନଙ୍କ ରହିବା ଓ ଖାଇବା ବ୍ୟବସ୍ଥା କରୁଛି। ଜିଲା ପ୍ରଶାସନର ଏପରି ଆଭିମୁଖ୍ୟ ବିରୋଧରେ ବିଭିନ୍ନ ସମୟରେ ସାମାଜିକ କର୍ମୀମାନେ ସ୍ବର ଉତ୍ତୋଳନ କରୁଥିଲେ ମଧ୍ୟ ସେମାନଙ୍କ କଥାକୁ କର୍ଣ୍ଣପାତ କରାଯାଉ ନାହିଁ। ଯଦି କୌଣସି ମାନସିକ ଭିନ୍ନକ୍ଷମଙ୍କୁ କାଉନସେଲିଂ କିମ୍ବା ଚିକିତ୍ସା ପାଇଁ ଅନ୍ୟ ଜିଲାକୁ ନିଆଯାଏ ପ୍ରଶାସନ କେବଳ ଗାଡ଼ି ଭଡ଼ା ଦେଇ ଦାୟିତ୍ୱ ଶେଷ କରିଦିଏ ବୋଲି ସାମାଜିକ କର୍ମୀମାନେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ମାନସିକ ଅନଗ୍ରସର ବା ଭିନ୍ନକ୍ଷମଙ୍କୁ ଥଇଥାନ ପାଇଁ ଯୋଜନା ରହିଛି। ହେଲେ ଅନୁଗୋଳ ଜିଲାରେ ସେମିତି କିଛି ବ୍ୟବସ୍ଥା ନାହିଁ। ଆଗାମୀ ଦିନରେ ଏ ଦିଗରେ ଦୃଷ୍ଟି ଦିଆଯିବ।
ଘରଟିଏ ଦେଉନି ପ୍ରଶାସନ
ମାନସିକ ଭିନ୍ନକ୍ଷମମାନଙ୍କ ଚିକିତ୍ସା ଓ ଥଇଥାନ ନେଇ ଜିଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ସହ ଆଲୋଚନା କରିଛୁ। ଘରଟିଏ ମିଳିଲେ ଆମ ଆଡ଼ୁ ସବୁପ୍ରକାର ବ୍ୟବସ୍ଥା କରାଯିବ ବୋଲି ମଧ୍ୟ କହିଛୁ। କିନ୍ତୁ ଏ ନେଇ ପ୍ରଶାସନ ପକ୍ଷରୁ କୌଣସି ଉତ୍ତର ମିଳୁନାହିଁ।
-କଲ୍ୟାଣ କିଶୋର ମହାନ୍ତି, ସାମାଜିକ କର୍ମୀ
ଉପଯୁକ୍ତ ଚିକିତ୍ସା କରାଯାଉ
ଅନୁଗୋଳ ସହରର ବିଭିନ୍ନ ସ୍ଥାନରେ ମାନସିକ ବିକାରଗ୍ରସ୍ତ ଲୋକେ ବୁଲୁଛନ୍ତି। ଥଇଥାନ କରାଯିବା ସହ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଗଲେ ସେମାନେ ସୁସ୍ଥ ହୋଇ ଘରକୁ ଫେରିବାର ସମ୍ଭାବନା ରହିଛି। ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ।
-କାଞ୍ଚନ ସିଂ, ଅନୁଗୋଳ ବାସୀ
କାଉନସେଲିଂର ଅଭାବ ରହିଛି
ଜିଲାର ଅନେକ ସ୍ଥାନରେ ମାନସିକ ଭିନ୍ନକ୍ଷମ ଲୋକ ରହିଛନ୍ତି। ସେମାନଙ୍କ ମଧ୍ୟରେ ନିର୍ଯାତିତା ମହିଳା ମଧ୍ୟ ଅଛନ୍ତି। ହେଲେ ସେମାନଙ୍କୁ କାଉନସେଲିଂ କରିବାକୁ କୌଣସି ସୁବିଧା ନାହିଁ। ମେଡିକାଲରେ ମଧ୍ୟ ଠିକ୍‌ ଚିକିତ୍ସା ମିଳୁନି।
-ସରିତା ମିଶ୍ର, ସହରବାସୀ
ରହିବା, ଖାଇବାର ବ୍ୟବସ୍ଥା ହେଉ
ମାନସିକ ଭିନ୍ନକ୍ଷମଙ୍କ ରହିବା, ଖାଇବା ବ୍ୟବସ୍ଥା କରାଯାଉ। ଏହା ଜିଲାର ଗୌରବ ବଢାଇବା ସହ ଅନ୍ୟ ଜିଲା ପାଇଁ ଆଦର୍ଶ ହେବ। ସେମାନଙ୍କୁ ଚିକିତ୍ସା କରାଯିବା ସହ ଯେପରି କେଉଁଆଡେ ଚାଲି ନ ଯାଆନ୍ତି ସେଥିପ୍ରତି ଦୃଷ୍ଟି ଦିଆଯିବା ଆବଶ୍ୟକ।
-ପପୁନ ଦଳବେହେରା, ସହରବାସୀ


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା: ବିଶ୍ୱବିଦ୍ୟାଳୟରେ ପୂରଣ ହେବ ଖାଲି ପଦବୀ, ଜୁଲାଇ ପୂର୍ବରୁ ହେବ…

ଭୁବନେଶ୍ୱର,୪ା୪: ବିଶ୍ୱବିଦ୍ୟାଳୟରେ ଖାଲିପଡ଼ିଥିବା ୧୪୦୦ ପଦବୀ ପୂରଣ ହେବ। ଏନେଇ ବଡ଼ ଘୋଷଣା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। କୁଳପତି ନିଯୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri