Posted inଫୁରସତ

ବ୍ୟକ୍ତିତ୍ୱ: ହଣ୍ଟର ଏସ୍‌. ଥମ୍ପସନ୍‌

ହଣ୍ଟର ଏସ୍‌. ଥମ୍ପସନ୍‌! ମାର୍କିନ୍‌ ସାହିତ୍ୟ ତଥା ସାମ୍ବାଦିକତା ଜଗତରେ ଜଣେ ସୁନାମଧନ୍ୟ ବ୍ୟକ୍ତିତ୍ୱ ବୋଲି ବିବେଚନା କରାଯାଇଥାଏ। ସେତିକିନୁହେଁ ଜର୍ନାଲିଜମ୍‌କୁ ନେଇ ତିରିଶ ଦଶକରେ ଆମେରିକାରେ ଯେଉଁ ବୈପ୍ଳବିକ ଚିନ୍ତାଧାରା ମୁଣ୍ଡ ଟେକିଥିଲା ସେ ଥିଲେ ତାହାର କର୍ଣ୍ଣଧାର। ଷାଠିଏ ଦଶକରେ ପ୍ରକାଶିତ ହେଲା ତାଙ୍କର ଏକ ପୁସ୍ତକ ‘ହେଲ୍ସ ଏଞ୍ଜଲ’। ଏହି ପୁସ୍ତକଟି ଗୋଟିଏ ମୋଟରସାଇକେଲ୍‌ ଗ୍ୟାଙ୍ଗ ଉପରେ ରଚିତ ହୋଇଥିଲା।
ହଣ୍ଟର ଷ୍ଟକ୍‌ଟନ୍‌ ଥମ୍ପସନ୍‌, ସଂକ୍ଷେପରେ ହଣ୍ଟର ଏସ୍‌. ଥମ୍ପସନ୍‌! ମାର୍କିନ୍‌ ସାହିତ୍ୟ ତଥା ସାମ୍ବାଦିକତା ଜଗତରେ ଜଣେ ସୁନାମଧନ୍ୟ ବ୍ୟକ୍ତିତ୍ୱ ବୋଲି ବିବେଚନା କରାଯାଇଥାଏ। ସେତିକିନୁହେଁ ଜର୍ନାଲିଜମ୍‌କୁ ନେଇ ତିରିଶ ଦଶକରେ ଆମେରିକାରେ ଯେଉଁ ବୈପ୍ଳବିକ ଚିନ୍ତାଧାରା ମୁଣ୍ଡ ଟେକିଥିଲା ସେ ଥିଲେ ତାହାର କର୍ଣ୍ଣଧାର। ଷାଠିଏ ଦଶକରେ ପ୍ରକାଶିତ ହେଲା ତାଙ୍କର ଏକ ପୁସ୍ତକ ‘ହେଲ୍ସ ଏଞ୍ଜଲ’। ଏହି ପୁସ୍ତକଟି ଗୋଟିଏ ମୋଟରସାଇକେଲ୍‌ ଗ୍ୟାଙ୍ଗ ଉପରେ ରଚିତ ହୋଇଥିଲା। ଏହି ବହିଟିକୁ ଲେଖିବା ପାଇଁ ଥମ୍ପସନ୍‌ ସେହି ମୋଟରସାଇକେଲ୍‌ ଗ୍ୟାଙ୍ଗ୍‌ ସହିତ ଗୋଟଏ ବର୍ଷ ଅତିବାହିତ କରିଥିଲେ। ୧୯୭୦ରେ କିନ୍ତୁ ତାଙ୍କୁ ଜଣେ ପ୍ରଚଣ୍ଡ ସାରସ୍ବତ ସାଧକ ଭାବରେ ଖ୍ୟାତି ମିଳିଲା। ଏହାପରେ କେବଳ ଆମେରିକା ସାହିତ୍ୟରେ ନୁହେଁ; ସାମ୍ବାଦିକତା କ୍ଷେତ୍ରରେ ମଧ୍ୟ ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ୱ ଭାବରେ ପରିଗଣିତ ହୋଇଥିଲେ। ତାଙ୍କ ବିଷୟରେ ଆଲୋଚନା କରିବା ବେଳେ ଯେଉଁ ବହିଟି ପ୍ରଥମେ ଲୋକଲୋଚନକୁ ଆସେ ତାହା ହେଉଛି ‘ଫିୟର ଆଣ୍ଡ ଲୋଥିଂ ଇନ୍‌ ଲାସ୍‌ ଭେଗାସ୍‌’। ଏହି ବହି ଧାରାବାହିକକୁ ମଧ୍ୟ ରୂପାନ୍ତରିତ ହୋଇଥିଲା। ପରେ ଏହା ଚଳଚ୍ଚିତ୍ରକୁ ରୂପାନ୍ତରିତ ହୋଇ ତାଙ୍କୁ ଅଶେଷ ଖ୍ୟାତି ଆଣି ଦେଇଥିଲା। ଥମ୍ପସନ୍‌ ରାଜନୀତିରେ ସକ୍ରିୟ ଥିଲେ ମଧ୍ୟ ତାଙ୍କର ରାଜନୈତିକ କ୍ୟାରିୟର ତାଙ୍କୁ ଜୟଯାତ୍ରା ଆଣି ଦେଇ ନ ଥିଲା। ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ଶୀର୍ଷକୁ ଉନ୍ନୀତ ହୋଇ ପାରିଥିବା ଥମ୍ପସନ୍‌ଙ୍କ ରାଜନୈତିକ ଜୀବନ ଦୁର୍ବିଷହ ଓ ଶୂନ୍ୟତାରେ ଭରିରହିଥିଲା।

ଜନ୍ମ ଓ ପରିବାର : ଥମ୍ପସନ୍‌ କେଞ୍ଚୁକୀର ଲୁଇସ୍‌ଭିଲ୍‌ ସ୍ଥିତ ଗୋଟିଏ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଏହା ଥିଲା ୧୯୩୭ ଜୁଲାଇ ୧୮ ତାରିଖର ଘଟଣା। ବାପା ଜାକ୍‌ ରବର୍ଟ ଥମ୍ପସନ୍‌ ଥିଲେ ଜଣେ ବୀମା କର୍ମଚାରୀ। ପ୍ରଥମ ବିଶ୍ୱଯୁଦ୍ଧରେ ମଧ୍ୟ ସେ ଭାଗ ନେଇଥିଲେ। ମା’ ଭର୍ଜିନିଆ ଡାଭିସନ୍‌ ଥିଲେ ଜଣେ ଲାଇବ୍ରେରିଆନ୍‌। ତାଙ୍କ ପରିବାରରେ ଏମିତି ଅନେକ ସଦସ୍ୟ ଥିଲେ ଯେଉଁମାନେ ସାହିତ୍ୟ ସହିତ କମ୍‌, ଅଧିକ ରାଜନୀତିରେ ରୁଚି ରଖୁଥିଲେ। ତେବେ ଲାଇବ୍ରେରିଆନ୍‌ ମା’ଙ୍କ ପ୍ରଭାବରେ ଥମ୍ପସନ୍‌ ସାହିତ୍ୟ ପ୍ରତି ଆକୃଷ୍ଟ ହୋଇଥିଲେ। ପିଲାଟିବେଳୁ ଖେଳକୁଦରେ ପ୍ରଚଣ୍ଡ ରୁଚି ରଖୁଥିଲେ ଥମ୍ପସନ୍‌। ସନ୍ତରଣ ହେଉ କି ସୁଟିଂ – ଏସବୁରେ ସେ ଖୁବ୍‌ କମ୍‌ ବୟସରୁ ପ୍ରବୀଣ ହୋଇଉଠିଥିଲେ।

ବାପାଙ୍କ ଦେହାନ୍ତ : ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ ସବୁ ଠିକ୍‌ଠାକ୍‌ ଚାଲିଥିଲା ଥମ୍ପସନ୍‌ଙ୍କ ଜୀବନରେ। ତେବେ ସବୁବେଳ ସମାନ ନ ରହିବା ଭଳି ତାଙ୍କ ଜୀବନକୁ ଦୁଃଖ ଘନେଇ ଆସିଥିଲା। ତାଙ୍କୁ ଯେତେବେଳେ ୧୪ବର୍ଷ ବୟସ ତାଙ୍କ ବାପାଙ୍କର ଅକାଳ ବିୟୋଗ ଘଟିଲା। ବାପା ରବର୍ଟଙ୍କୁ ସେତେବେଳେ ମାତ୍ର ୫୮ ବର୍ଷ ବୟସ ହୋଇଥିଲା। ଏହା ତାଙ୍କ ପରିବାର ପାଇଁ ଥିଲା ଏକ ଦାରୁଣ ଘଟଣା। ମା’ ଜଣେ ଲାଇବ୍ରେରିଆନ୍‌ ଭାବରେ କାମ କରୁଥିଲେ। ବାସ୍‌, ସେତିକି ଥିଲା ଗୋଟେ ପରିବାରକୁ ଚଳେଇବାର ମାଧ୍ୟମ। ଏମିତି ଏକ ସମୟ ଆସି ପହଞ୍ଚତ୍ଲା ଯେତେବେଳେ ମା’ ଭର୍ଜିନିଆଙ୍କୁ ଦିନକୁ ଦୁଇଓଳି କାମ କରିବା ପାଇଁ ପଡ଼ିଲା। ଫଳରେ ତାଙ୍କ ମା’ ମାନସିକ ସ୍ତରରେ ଭାଙ୍ଗିପଡ଼ିଲେ। ନିଜକୁ ମାନସିକ ଦୃଢ଼ କରିବା ପାଇଁ ସେ ଆଲକୋହଲ୍‌ର ସାହାରା ନେଲେ। ଦିନ ଆସିଲା ଯେତେବେଳେ ତାଙ୍କ ମା’ ସମ୍ପୂର୍ଣ୍ଣ ଭାବରେ ନିଶାସକ୍ତ ପାଲଟି ଯାଇଥିଲେ। ଏଭଳି ଅନେକ ଘଟଣା ଆଉ ଦୁର୍ଘଟଣାକୁ ସାମ୍ନା କରି ଅତିକ୍ରାନ୍ତ ହୋଇଥିଲା ଥମ୍ପସନ୍‌ଙ୍କ କୈଶୋର ଆଉ ଯୌବନ।

ଏୟାରଫୋର୍ସରୁ ସାମ୍ବାଦିକତା : ପିଲାଟି ବେଳରୁ ଜଣେ ବୈମାନିକ ହେବାରେ ରୁଚି ରଖୁଥିଲେ ଥମ୍ପସନ୍‌। ବହୁ ବାଧାବିଘ୍ନକୁ ଅତିକ୍ରମ କରି ତାଙ୍କୁ ପାଠ ପଢ଼ିବାକୁ ହୋଇଥିଲା। ସେ ଏୟାରଫୋର୍ସରେ ଯୋଗ ଦେଲେ ଏବଂ ବିମାନ ଉଡ଼େଇବାକୁ ସୁଯୋଗ ଦିଆଯାଉ ବୋଲି ଆବେଦନ କଲେ। ମାତ୍ର ଏୟାରଫୋର୍ସ ପକ୍ଷରୁ ତାଙ୍କର ଆବେଦନକୁ ଖାରଜ କରି ଦିଆଯାଇଥିଲା। ଅବଶ୍ୟ ପାରିବାରିକ ଆବଶ୍ୟକତାକୁ ପୂରଣ କରିବା ପାଇଁ ସେ ସେଠାରେ କିଛିଦିନ କାମ କଲେ। ମାତ୍ର ତାହା ତାଙ୍କୁ ସମୟର ଅପଚୟ ପରି ମନେ ହୋଇଥିଲା। ସେଥିଲାଗି ସେ ଏୟାରଫୋର୍ସରୁ ଇସ୍ତଫା ଦେଇ ସାମ୍ବାଦିକତା କ୍ଷେତ୍ରକୁ ଓହ୍ଲାଇଲେ। ପ୍ରଥମେ ଜଣେ ସ୍ପୋଟର୍‌ସ ଜର୍ନାଲିଷ୍ଟ ଭାବେ ଯୋଗ ଦେଇଥିଲେ। ଏଇଠୁ ଆରମ୍ଭ ହୋଇଥିଲା ତାଙ୍କର ସାମ୍ବାଦିକତା ଓ ସାହିତି୍ୟକତାର ଯାତ୍ରା।
ସାମ୍ବାଦିକତା ତଥା ସାହିତ୍ୟ କ୍ଷେତ୍ରକୁ ବହୁ ଭାବରେ ସମୃଦ୍ଧ କରିଥିବା ଏହି ଲେଖକଙ୍କର ୨୦୦୫, ଫେବୃୟାରୀ ୨୦ ତାରିଖରେ ଦେହାନ୍ତ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?