Posted inଫୁରସତ

ବ୍ୟକ୍ତିତ୍ୱ: ସ୍ବଦେଶ ଦୀପକ

ଭାରତୀୟ ନାଟ୍ୟ ସାହିତ୍ୟରେ ସ୍ବଦେଶ ଦୀପକ ନାମଟି ଏକ ଅତି ପରିଚିତ ନାମ। ବିଶେଷକରି ନାଟକ କଥା ଉଠିଲେ ତାଙ୍କ ରଚିତ ନାଟକ ‘କୋର୍ଟ ମାର୍ସଲ’ଟି ଆଖି ଆଗକୁ ଚାଲିଆସେ। ଏହାକୁ ଆଧୁନିକ ଭାରତର ନାଟ୍ୟସାହିତ୍ୟରେ ଏକ ମାଇଲଖୁଣ୍ଟ ବୋଲି କୁହାଯାଇଥାଏ। ତେବେ କେବଳ ନାଟକ ନୁହେଁ; ଉପନ୍ୟାସ ତଥା କ୍ଷୁଦ୍ରଗଳ୍ପ ଲେଖନ କ୍ଷେତ୍ରରେ ମଧ୍ୟ ତାଙ୍କର ଯଥେଷ୍ଟ ପାରଦର୍ଶିତା ରହିଛି। ସେ ମୁଖ୍ୟତଃ ହିନ୍ଦୀ ଭାଷାକୁ ତାଙ୍କ ଲେଖିବାର ମାଧ୍ୟମ ଭାବରେ ଗ୍ରହଣ କରିଛନ୍ତି। ଏହା ସତ୍ତ୍ୱେ ସେ ଇଂଲିଶ ଭାଷାରେ ମଧ୍ୟ ବେଶ୍‌ ପାରଦର୍ଶୀ। ଷାଠିଏ ଦଶକର ମଧ୍ୟଭାଗରେ ସ୍ବଦେଶ ଦୀପକଙ୍କର ହିନ୍ଦୀ ସାହିତ୍ୟକୁ ପ୍ରବେଶ ଘଟେ। ତା’ପରେ ସ୍ବଦେଶ ଦୀପକ ଖୁବ୍‌ ଅଳ୍ପଦିନ ମଧ୍ୟରେ ତାଙ୍କ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିନିଅନ୍ତି। ସ୍ବଦେଶ ଦୀପକଙ୍କର ସ୍ମୃତିଲେଖର ନାମ ହେଉଛି ‘ମୈନେ ମାଣ୍ଡୁ ନେହିଁ ଦେଖା’। ଏହା ମଧ୍ୟ ପାଠକଙ୍କ ଦ୍ୱାରା ବେଶ୍‌ ଆଦୃତି ଲାଭ କରିପାରିଛି। ଭାରତରୁ ପ୍ରକାଶିତ ସମସ୍ତ ପତ୍ରପତ୍ରିକାରେ ସ୍ବଦେଶ ଦୀପକଙ୍କ ରଚନାବଳୀ ପ୍ରକାଶ ପାଇଥାଏ। ଅଦ୍ୟାବଧି ତାଙ୍କର ୧୫ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇସାରିଛି। ତାଙ୍କର ସବୁଠାରୁ ସଫଳ ସୃଷ୍ଟି ‘କୋର୍ଟ ମାର୍ସଲ’ ନାଟକଟି ୧୯୯୧ ମସିହାରେ ପ୍ରକାଶିତ ହୋଇଥିଲା। ପରେପରେ ଏହା ବହୁସ୍ଥାନରେ ମଞ୍ଚସ୍ଥ ହୋଇ ତାଙ୍କୁ ରାତାରାତ ସଫଳତା ଆଣିଦେଇଥିଲା। ତାଙ୍କର ନାଟକ ସବୁ ଭିନ୍ନଭିନ୍ନ ସ୍ଥାନରେ ମଞ୍ଚସ୍ଥ ହେବା ସହିତ ଧାରାବାହିକ ଭାବରେ ଦୂରଦର୍ଶନ କାର୍ଯ୍ୟକ୍ରମରେ ମଧ୍ୟ ପ୍ରସାରିତ ହୋଇ ଲୋକପ୍ରିୟତା ସାଉଣ୍ଟିଛି। ଉଭୟ ହିନ୍ଦୀ ଏବଂ ଇଂଲିଶରେ ମାଷ୍ଟର ଡିଗ୍ରୀ ହାସଲ କରିବା ସହିତ ସେ ଥିଲେ ଇଂଲିଶ ସାହିତ୍ୟର ଅଧ୍ୟାପକ।

ପିଲାବେଳ : ସ୍ବଦେଶ ଦୀପକଙ୍କ ବାପା ଥିଲେ ଉର୍ଦ୍ଦୁ ତଥା ପର୍ସିଆନ୍‌ ଶିକ୍ଷକ। ଭାରତ ବିଭାଜନ ତାଙ୍କ ଉପରେ ତଥା ତାଙ୍କ ପରିବାର ଉପରେ ଗଭୀର ପ୍ରଭାବ ପକାଇଥିଲା। ସେ ଖୁବ୍‌ ନିକଟରୁ ବିଭାଜନର ବିଭୀଷିକାକୁ ପ୍ରତ୍ୟକ୍ଷ କରିଥିଲେ। ସେତେବେଳେ ଖୁନ୍‌ ସହିତ ରାହାଜାନି ମଧ୍ୟ ବହୁଳ ଭାବରେ ଚାଲିଥିଲା। ସେଥିଲାଗି ତାଙ୍କ ବାପା ସବୁବେଳେ ତାଙ୍କ ସହିତ ଗୋଟିଏ ବନ୍ଧୁକ ରଖି ବୁଲୁଥିଲେ। ଏମିତିକି ସ୍କୁଲକୁ ପଢ଼େଇବା ଲାଗି ଯାଉଥିବା ବେଳେ ମଧ୍ୟ ବନ୍ଧୁକଟି ତାଙ୍କ ସହିତ ରହୁଥିଲା। କେବଳ ତାଙ୍କ ବାପା ନୁହନ୍ତି, ଅନେକ ଲୋକ ସେହି ପନ୍ଥା ଅବଲମ୍ବନ କରୁଥିଲେ। ପିଲାବେଳର ଏହି ଘଟଣା ତାଙ୍କର ଲେଖାକୁ ମଧ୍ୟ ପ୍ରଭାବିତ କରିଥିଲା। ତାଙ୍କୁ ଯେତେବେଳେ ମାତ୍ର ୧୪ବର୍ଷ ବୟସ ହୋଇଥିଲା ସେତେବେଳେ ସେ ତାଙ୍କର ପ୍ରଥମ ଗଳ୍ପ ରଚନା କରିଥିଲେ।
ଭରଦ୍ୱାଜରୁ ଦୀପକ : ପ୍ରାଥମିକ ପର୍ଯ୍ୟାୟରେ ସେ ଯେତେବେଳେ ଗଳ୍ପ ଲେଖୁଥିଲେ ତାହାକୁ ନେଇ ତାଙ୍କ ଭିତରେ ଅନେକ ପ୍ରକାରର ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଗପଗୁଡ଼ିକ ଗୃହୀତ ହେବ କି ନାହିଁ, ପାଠକଙ୍କୁ ଛୁଇଁବକି ନାହିଁ ଆଦି ପ୍ରଶ୍ନରୁ ମୁକୁଳିବା ପାଇଁ ନିଜର ନାମକୁ ସ୍ବରାଜ ଭରଦ୍ୱାଜ ବୋଲି ଉଲ୍ଲେଖ କରୁଥିଲେ। ସେତେବେଳେ ଜଳନ୍ଧରରୁ ପ୍ରକାଶିତ ମାଗାଜିନ ସବୁରେ ତାଙ୍କର ଗପ ସବୁ ପ୍ରକାଶିତ ହେଉଥିଲା। ତେବେ ପ୍ରଥମଥର କରି ସୁଖ୍ୟାତ ମାଗାଜିନ ‘ମନୋହର କହାନିଅଁା’ରେ ଗପ ପ୍ରକାଶିତ ହେବା ପରେ ସେ ଲୋକଲୋଚନକୁ ଆସିଲେ ଏବଂ ସାହିତ୍ୟ ସମୀକ୍ଷକଙ୍କର ଦୃଷ୍ଟିଆକର୍ଷଣ କଲେ। ଏହା ହେଉଛି ୧୯୫୭ ମସିହାର କଥା। ଗପଟିର ଶୀର୍ଷକ ଥିଲା ‘ଲାଲ ଫିତେ କା ଟୁକୁଡ଼ା’। ଏହାପରେ ସେ ତାଙ୍କର ନାମକୁ ବଦଳେଇଦେଲେ। ସ୍ବଦେଶ ଭରଦ୍ୱାଜ ପରିବର୍ତ୍ତେ ରଖିଲେ ସ୍ବଦେଶ ଦୀପକ। ଏହାପରେ ତାଙ୍କର ଗପ ଆସିଲା ‘ଜ୍ଞାନୋଦୟ’ରେ। ଏହା ତାଙ୍କୁ ଜଣେ ଗାଳ୍ପିକର ମାନ୍ୟତା ଦେଇଥିଲା। ଗପଟିର ଶୀର୍ଷକ ଥିଲା ‘ସାଣ୍ଟା ସିଂହ କା ବେଟା ବାଣ୍ଟା ସିଂହ’। ବାପପୁଅଙ୍କ ମଧ୍ୟରେ ଏକ ମରଣାନ୍ତକ ପ୍ରତିଯୋଗିତାକୁ ନେଇ ରଚିତ ହୋଇଥିଲା ଏ ଗପ। ଉଭୟ ବାପ ଓ ପୁଅ ଟ୍ରକ୍‌ ଡ୍ରାଇଭର। କିଏ ଆଗ ଗାଡ଼ିନେଇ ନିକଟସ୍ଥ ବଜାରରେ ପହଞ୍ଚତ୍ବ ଓ ପୁରସ୍କାର ପାଇବ। ପରିସ୍ଥିତି ଏମିତି ହୋଇଛି ଯେ, ପୁରସ୍କାରର ମୂଲ୍ୟ ନିକଟରେ ବାପର ଜୀବନ ତୁଚ୍ଛ ହୋଇଯାଇଛି। ପୁଅଟି ବାପର ଗାଡ଼ିକୁ ଧକ୍କା ଦେଇ ତଳକୁ ଖସେଇ ପକେଇଛି। ‘ଜ୍ଞାନୋଦୟ’ରେ ଏ ଗପ ପ୍ରକାଶିତ ହେବା ପରେ ନିର୍ମଳ ବର୍ମା, ରାଜେନ୍ଦ୍ର ଯାଦବ, ମନୁ ଭଣ୍ଡାରିଙ୍କ ପରି ପ୍ରଥିତଯଶା ସାହିତି୍ୟକମାନେ ତାଙ୍କୁ ସାବାସୀ ଦେଇଥିଲେ।

କୋର୍ଟ ମାର୍ସଲ : ‘କୋର୍ଟ ମାର୍ସଲ’କୁ ସ୍ବଦେଶ ଦୀପକଙ୍କ ସର୍ବଶ୍ରେଷ୍ଠ ନାଟକ ବୋଲି କୁହାଯାଇଥାଏ। ସେତିକିନୁହେଁ, ଏହି ନାଟକକୁ ଏକ ବଳିଷ୍ଠ ଭାରତୀୟ ନାଟକର ମଧ୍ୟ ମାନ୍ୟତା ପ୍ରଦାନ କରାଯାଇଥାଏ। ତଥ୍ୟ ଅନୁଯାୟୀ, ଅଦ୍ୟାବଧି ଅତିକମ୍‌ରେ ୪ହଜାର ଥର ଏହି ନାଟକଟିକୁ ମଞ୍ଚସ୍ଥ କରାଯାଇ ସାରିଛି। ରଣଜିତ କପୁର, ଶିଳ୍ପୀ ମାରଓ୍ବା, ଅରବିନ୍ଦ ଗୌର, ଉଷା ଗାଙ୍ଗୁଲି, ଅଭିଜିତ ଚୌଧୁରୀଙ୍କ ଭଳି ନିର୍ଦ୍ଦେଶକମାନେ ଏହାକୁ ମଞ୍ଚସ୍ଥ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ସେତିକିନୁହେଁ ଏହା ମଧ୍ୟ ବହୁ ଭାରତୀୟ ଭାଷାରେ ଅନୁଦିତ ହୋଇ ଲୋକପ୍ରିୟତା ଅର୍ଜନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri